• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅମ୍ରିତପାଲ୍ ସିଂ((Amritpal Singh) ) କିଏ? କଣ ତାର ଇତିହାସ? କାହିଁକି ସେ ପରିଚିତ ଭିଣ୍ଡରନୱାଲେ 2.0 ଭାବରେ? ୱାରିସ୍ ପଞ୍ଜାବ ଦେର ଉତ୍ପତ୍ତି କେଉଁଠୁ? କାହା ଇସାରାରେ ଏହା ପରିଚାଳିତ ଏବଂ କଣ ଏହାର ଲକ୍ଷ୍ୟ? ସମସ୍ତଙ୍କ ମନରେ ହୁଏତ ଉଙ୍କି ମାରୁଥିବ ଏମିତି ଅନେକ ପ୍ରଶ୍ନ ।

ଅଧିକ ପଢ଼ନ୍ତୁ: ପୋଲିସ୍‌ ଆଖିରେ ଧୂଳି ଦେଇ ଅମ୍ରିତପାଲ ବଦଳାଇଥିଲା ଗାଡ଼ି, ସାମ୍ନାକୁ ଆସିଲା CCTV ଫୁଟେଜ୍‌

ଅମୃତ ପାଲ୍ ସିଂ ଓରଫ୍ ଭିଣ୍ଡରଂୱାଲେ ଟୁ ପଏଣ୍ଟ୍ ଜିରୋ । ସାଧାରଣ ଟ୍ରକ୍ ଡ୍ରାଇଭରରୁ ନେତା, ଏବେ ୱାଣ୍ଟେଡ୍ । ସେ ବିଚ୍ଛିନ୍ନତାବାଦୀ ତଥା ଖଲିସ୍ତାନ ଆନ୍ଦୋଳନର ପୁରୋଧା ଜର୍ଣ୍ଣେଲ ସିଂ ଭିଣ୍ଡରନୱାଲେଙ୍କ ବଡ଼ ପ୍ରଶଂସକ । ୧୯୮୪ର ଅପରେସନ୍ ବ୍ଲୁ ଷ୍ଟାରରେ ନିହତ କଟ୍ଟରପନ୍ଥୀ ନେତା ଜର୍ଣ୍ଣେଲ ସିଂ ଭିଣ୍ଡରନୱାଲେ। ଚିନ୍ତାଧାରା ଓ ଆଦର୍ଶ ଦୃଷ୍ଟିରୁ ବି ଉଭୟଙ୍କ ମଧ୍ୟରେ କେତେକ ସମାନତା ଥିବାରୁ ଅମ୍ରିତପାଲକୁ 'ଭିଣ୍ଡରଂୱାଲେ ଟୁ ପଏଣ୍ଟ୍ ଜିରୋ ' ବୋଲି କହନ୍ତି ତାର ସମର୍ଥକ ।

ଅମ୍ରିତସର ଜଲ୍ଲୁପୁର ଖେଡ଼ା ଗାଁର ଅମ୍ରିତପାଲ୍ ପୂର୍ବରୁ ନିଜ ପରିବାରର ଟ୍ରାନ୍ସପୋର୍ଟ ବିଜନେସରେ ଥିଲା। ତେବେ ବର୍ତ୍ତମାନ ସେ ୱାରିସ ପଞ୍ଜାବ ଦେ ସଂଗଠନର ମୁଖ୍ୟ । ୱାରିସ୍ ପଞ୍ଜାବ ଦେ ର ଅର୍ଥ ପଞ୍ଜାବର ଉତ୍ତରାଧିକାରୀ । ୨୦୨୧ ପଞ୍ଜାବ ବିଧାନସଭା ନିର୍ବାଚନ ବେଳେ ଏହି ସଂଗଠନକୁ ପ୍ରତିଷ୍ଠା କରିଥିଲେ ଆଇନଜୀବୀରୁ ଅଭିନେତା ଏବଂ ପରେ ସାମାଜିକ କର୍ମୀ ପାଲଟିଥିବା ଦୀପ୍ ସିଦ୍ଧୁ ।

ତେବେ ଦୁର୍ଘଟଣାରେ ଦୀପଙ୍କ ଦେହାନ୍ତ ପରେ ଏହାର ମଙ୍ଗ ଧରିଛି ଦୁବାଇ ଫେରନ୍ତା ଅମ୍ରିତ୍ ପାଲ୍ ସିଂହ। ନିଜକୁ ପ୍ରୋ-ଖଲିସ୍ତାନ ଆତଙ୍କୀ ଭିଣ୍ଡରନୱାଲେର ଅନୁଗାମୀ ବୋଲି ଦାବି କରେ ଅମ୍ରିତପାଲ । ବିଭିନ୍ନ ସମୟରେ ସେ କହିଛି ଯେ, ଖଲିସ୍ତାନ ଏକ ଆଦର୍ଶ ଏବଂ ଆଦର୍ଶର ମୃତ୍ୟୁ ନାହିଁ । ଖଲିସ୍ତାନ ଆନ୍ଦୋଳନକୁ ଯେପରି କୁଦୃଷ୍ଟିରେ ଦେଖାନଯାଉ, ତାହାହିଁ ଆମର ଲକ୍ଷ୍ୟ ।