• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହ୍ୱାଟ୍ସଆପ୍‌ ପକ୍ଷରୁ ପ୍ରାୟ ୩୬ ଲକ୍ଷ ଆକାଉଣ୍ଟ ବ୍ୟାନ୍‌ । ଏହି ଆକାଉଣ୍ଟ ଗୁଡ଼ିକ ଫେକ୍‌ ଥିଲା ବୋଲି କୁହାଯାଉଛି । ଏହି ହ୍ୱାଟ୍ସଆପ୍‌ ଆକାଉଣ୍ଟ ଗୁଡ଼ିକ ଯେଉଁ ନମ୍ବରରେ ଖୋଲାଯାଇଥିଲା, ସେହି ନମ୍ବର ଗୁଡ଼ିକ ବିଭିନ୍ନ ଜାଲିଆତି କାମ ପାଇଁ ବ୍ୟବହାର କରଯାଇଥିବା ଜଣାପଡ଼ିବା ପରେ ତାହା ବ୍ୟାନ୍ ହୋଇଛି । ଏହି ନମ୍ବର ଗୁଡ଼ିକରୁ ଅନ୍‌ଲାଇନ୍ ସ୍କାମ ତଥା ପ୍ରଡ୍‌ କଲ କରାଯାଉଥିଲା । ଖାଲି ସେତିକି ନୁହେଁ ବିଭିନ୍ନ ବେନାମୀ ଆକାଉଣ୍ଟ ଖୋଲାଯାଇ ଅସାମାଜିକ କାର୍ଯ୍ୟ ମଧ୍ୟ ହେଉଥିଲା । ଏହି ସବୁ କଥା ଜଣାପଡ଼ିବା ପରେ ପ୍ରଥମେ ନମ୍ବର ଗୁଡ଼ିକୁ ଡିଆକ୍ଟିଭ୍‌ କରାଯାଇଥିଲା । ଆଉ ନମ୍ବର ଗୁଡ଼ିକ ଡିଆକ୍ଟିଭ୍ ହେବା ପରେ ଆପେ ଆପେ ହ୍ୱାଟ୍ସଆପ୍‌ ମଧ୍ୟ ବନ୍ଦ ହୋଇଯାଇଥିଲା ।

ତେବେ ଏଭଳି ବଡ଼ ପଦକ୍ଷେପ, କେନ୍ଦ୍ର ଆଇଟି ତଥା ଟେଲିକମ୍‌ ମନ୍ତ୍ରୀ ଆୱିନୀ ବୈଷ୍ଣବଙ୍କ ପାଇଁ ସମ୍ଭବ ହୋଇଛି । ଯେତେବେଳେ ସାରା ଭାରତରେ ଟେଲିକମ୍‌ ବିଭାଗର ସଞ୍ଚାର ସାଥି ୱେବ୍‌ସାଇଟ୍‌ ଲଞ୍ଚ ହେଲା, ସେତେବେଳେ ଏହି ସବୁ କଥା ପଦାକୁ ଆସିଲା । ଏନେଇ ଖୋଦ୍ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏଭଳି ଫ୍ରଡ୍‌ ହ୍ୱାଟ୍ସଆପ୍‌ ଆକାଉଣ୍ଟ ବିଷୟରେ ଜଣାପଡ଼ିବା ପରେ କେନ୍ଦ୍ରମନ୍ତ୍ରୀ, ହ୍ୱାଟ୍ସଆପ୍‌ର ମୁଖ୍ୟ ସଂସ୍ଥା ମେଟା ସହ ଆଲୋଚନା କରିଥିଲେ ।  ତା’ପରେ ମେଟା ପକ୍ଷରୁ ସମସ୍ତ ଫ୍ରଡ୍‌ ହ୍ୱାଟ୍ସଆପ୍‌ ଆକାଉଣ୍ଟ ବ୍ୟାନ୍‌ ପାଇଁ ପଦକ୍ଷେପ ନିଆଯାଇଥିଲା ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ହ୍ୱାଟ୍ସଆପ୍‌ ସହ ଆମେ ନିୟମିତ ଯୋଗାଯୋଗରେ ରହିଛୁ । ଗ୍ରାହକଙ୍କ ସୁରକ୍ଷାକୁ ସେମାନେ ମଧ୍ୟ ଅଧିକ ଗୁରୁତ୍ୱ ଦେଉଛନ୍ତି । ଖାଲି ହ୍ୱାଟ୍ସଆପ୍‌ ନୁହେଁ ସମସ୍ତ ଓଟିଟି ପ୍ଲାଟ୍‌ଫର୍ମ ଏଭଳି ଫ୍ରଡ୍‌ ଆକାଉଣ୍ଟକୁ ବ୍ୟାନ୍‌ କରିବା ପାଇଁ ସହଯୋଗ କରୁଛନ୍ତି ଏବଂ ଏନେଇ ରିତିମତ କାର୍ଯ୍ୟ ଚାଲିଛି । ଏବେ ସୁଦ୍ଧା ପାଖାପାଖି ୩୬ ଲକ୍ଷ ଫ୍ରଡ୍‌ ହ୍ୱାଠ୍ସଆପ୍‌ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି ।’