/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666689525.jpg)
WhatsApp Back After 120 Minutes
୧୧୦ ମିନିଟ ପରେ ପୁନଃ କାର୍ଯ୍ୟକ୍ଷମ ହେଲା ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ହ୍ୱାଟ୍ସଆପ୍ (WhatsApp)। ସାରା ଦେଶରେ ୧୧୦ ମିନିଟ୍ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍ ଡାଉନ୍ ଥିଲା। ଦିନ ୧୨ଟା ୩୦ରୁ ୨ଟା ୨୦ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍ ଡାଉନ୍ ଥିଲା। ଆଜି ଅପରାହ୍ଣରେ ଭାରତର ବିଭିନ୍ନ ସ୍ଥାନରେ ହ୍ୱାଟ୍ସଆପ୍ କାମ କରୁ ନଥିବା ସୂଚନା ମିଳିଥିଲା। ଏନେଇ ୟୁଜର୍ସମାନେ ଅଭିଯୋଗ କରିଛଥିଲେ।
ୟୁଜର୍ସମାନେ WhatsApp ରେ କୌଣସି ମେସେଜ୍ ପଠାଇଲେ ଏହା ଅନ୍ୟ ୟୁଜର୍ସଙ୍କ ପାଖରେ ପହଞ୍ଚି ପାରୁନଥିଲା। ୩୦ ମିନିଟ୍ରୁ ଅଧିକ ସମୟ ହେବ ଏଭଳି ଅସୁବିଧା ଦେଖା ଦେଇଥିଲା। ହ୍ୱାଟ୍ସଆପ୍ ଡାଉନ୍ ଯୋଗୁ ଟେକ୍ସଟ, ଭଏସ୍ ଓ ଭିଡିଓ ମେସେଜ୍ ଇତ୍ୟାଦି ଯାଉ ନଥିଲା। ଫଳରେ ଏହାଦ୍ୱାରା ୟୁଜର୍ସମାନେ ପ୍ରଭାବିତ ହୋଇଥିଲେ। ହ୍ୱାଟ୍ସଆପ୍ ଡାଉନ୍ ଖବର ଜଣାପଡ଼ିବା ପରେ ଟ୍ୱିଟରରେ ଅନେକ ୟୁଜର୍ସ ଟ୍ୱିଟର୍ରେ memes ଶେଆର କରିଥିଲେ।
ଅଧିକ ପଢ଼ନ୍ତୁ: ଏହି ୬ଟି ଭୁଲ୍ କରନ୍ତୁ ନାହିଁ, ନଚେତ୍ ବ୍ୟାନ୍ ହୋଇଯିବ ଆପଣଙ୍କ ହ୍ୱାଟସ୍ଆପ୍ ଆକାଉଣ୍ଟ !
So I was blaming my WiFi but actually I got to check on Twitter that the WhatsApp is down. @WhatsApp#whatsappdownpic.twitter.com/43tuT6cyol
— Mohsin Shafique (@Mohsinkhan7__) October 25, 2022
Everyone running to #Twitter to check on #Whatsapp#whatsappdownpic.twitter.com/MEm6MpegWQ
— Aarti Patil (@aartipatil92) October 25, 2022
ସୂଚନା ଅନୁସାରେ, ଆଜି ଅପରାହ୍ଣ ୧୨ଟା ୦୭ରେ ହ୍ୱାଟ୍ସଆପ୍ ଡାଉନ୍ ଥିବା ଜଣାପଡ଼ିଥିଲା। ଯେତେବେଳେ ୟୁଜର୍ସମାନେ ମେସେଜ୍ ପଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରାୟ ୬୯% ୟୁଜର୍ସ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଥିଲେ। ଏହାପରେ ଧୀରେ ଧୀରେ ବାକି ୟୁଜର୍ସମାନେ ମଧ୍ୟ ସମାନ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଖାଲି ଭାରତ ନୁହେଁ ଇଟାଲୀ ଓ ତୁର୍କୀରେ ରହୁଥିବା ଲୋକ ମଧ୍ୟ ହ୍ୱାଟ୍ସଆପ୍ରେ ମେସେଜ୍ ପଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ, WhatsApp ଡାଉନ୍ ନେଇ ମେଟା ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଥିଲା। ମେଟା ମୁଖପାତ୍ରଙ୍କ ସ୍ପଷ୍ଟୀକରଣ ନେଇ ANIର ସୂଚନା ଅନୁସାରେ,
କିଛି ବ୍ୟବହାରକାରୀ ଅସୁବିଧାର ସମ୍ମୁଖୀନ ନେଇ ସୂଚନା ପାଇଛୁ। ଯଥାଶୀଘ୍ର ସମ୍ଭବ ପୂର୍ବାବସ୍ଥା ଫେରାଇ ଆଣିବାକୁ ଚେଷ୍ଟା କରୁଛୁ।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)