Advertisment

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କୁ କରୋନା

ଯେଉଁମାନେ ସମ୍ପର୍କରେ ଆସିଛନ୍ତି କରୋନା ଟେଷ୍ଟ କରିବାକୁ କଲେ ଅପିଲ୍ କଲେ କେଜରିଓ୍ୱାଲ

author-image
Chandan Shishu
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ୍ ହୋଇଥିବା ନେଇ ଟ୍ୱିଟ୍ କରିଛନ୍ତି ଅରବିନ୍ଦ କେଜରିଓ୍ୱାଲ। ସ୍ୱଳ୍ପ ଲକ୍ଷଣ ଥିବାରୁ ଘରେ ଆଇସୋଲେସନରେ ରହିଛନ୍ତି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଯେଉଁମାନେ ସମ୍ପର୍କରେ ଆସିଛନ୍ତି କରୋନା ଟେଷ୍ଟ କରିବାକୁ କଲେ ଅପିଲ୍ କରିଛନ୍ତି। ତେବେ ସେ ଓମିକ୍ରନ କି ଡେଲଟା ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତାଙ୍କ ଛଡ଼ା ପରିବାରର ଅନ୍ୟ କିଏ କରୋନାରେ ସଂକ୍ରମିତ ହୋଇଛନ୍ତି ନା ନାହିଁ, ତାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇନାହିଁ। 

Advertisment

ଗତ କିଛି ଦିନ ତଳେ କେଜରିୱାଲ୍ ପଞ୍ଚାବରେ ଏକାଧିକ ରାଲିରେ ଯୋଗ ଦେଇଛନ୍ତି। ଏହାସହ ଦିଲ୍ଲୀର ବିଭିନ୍ନ ସଭା ସମିତିରେ ଯୋଗ ଦେଇଛନ୍ତି। କେଜ୍ରିୱାଲ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ନମୁନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ସେ ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ସେକଥା ଜିନୋମ ସିକ୍ୱେନ୍ସିଂ ପରେ ହିଁ ଜଣାପଡ଼ିବ। ଗତବର୍ଷ ଏପ୍ରିଲ ମାସରେ କେଜ୍ରିୱାଲଙ୍କ ପତ୍ନୀ ସୁନିତା କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ କେଜ୍ରିୱାଲ କିଛି ଦିନ ଧରି ଆଇସୋଲେସନରେ ରହିଥିଲେ।

Advertisment

ଦିଲ୍ଲୀରେ ଦୈନିକ ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ବେଳେ ୮୪% ନମୁନାରୁ ଓମିକ୍ରନ ଭାରିଏଣ୍ଟ ଠାବ ହେଉଛି। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ପଜିଟିଭିଟି ରେଟ ୬.୪୬% ରହିଛି। ହୋମ ଆଇସୋଲେସନରେ ୬,୨୮୮ କରୋନା ରୋଗୀ ଓ ସନ୍ଦିଗ୍ଧ ରହିଛନ୍ତି। ୨୪ ଘଣ୍ଟାରେ ୪,୦୯୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। 

New Delhi Arvind Kejriwal Corona
Advertisment
Advertisment