rajnath
ପହଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ନେଇ ଭାରତୀୟ ସେନା ପକ୍ଷରୁ ଲଞ୍ଚ କରାଯାଇଥିବା ଅପରେସନ ସିନ୍ଦୁରର ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବୁଧବାର ସକାଳେ ଭାରତୀୟ ସେନା ପକ୍ଷରୁ ପ୍ରେସ ମିଟ କରାଯାଇ ଅପରେସନ ସିନ୍ଦୁର ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ପ୍ରେସ ମିଟରେ ଭାରତୀୟ ସେନା ପକ୍ଷରୁ କଲୋନେଲ ସୋଫିଆ କ୍ୟୁରେସୀ, ବାୟୁସେନା ପକ୍ଷରୁ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ଓ ବୈଦେଶିକ ସଚିବ ବିକ୍ରମ ମିଶ୍ରି ମିଳିତ ଭାବେ ପ୍ରେସ ମିଟରେ ଆକ୍ରମଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ଆକ୍ରମଣ ପରେ ପ୍ରଥମ ଥର ମିଡିଆ ସମ୍ମୁଖମକୁ ଆସିବା ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସେନାର ସୌର୍ଯ୍ୟ ଓ ପରାକ୍ରମକୁ ଭୁରି ଭୁରି ପ୍ରଶଂସା କରିଥିଲେ। ୬ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳରେ ବର୍ଡର ରୋଡ ଅର୍ଗାନାଇଜେସନର ୫୦ଟି ପ୍ରକଳ୍ପ ଲଞ୍ଚ କରିବା ସମୟରେ ରାଜନାଥ ଏହି ବୟାନ ଦେଇଥିଲେ। ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜମ୍ମୁ ଓ କାଶ୍ମୀରରେ ଭାରତୀୟ ଯବାନ ମାନେ ଯେଉଁ ଭଳି ବୀରତ୍ବର ସହ ଷ୍ଟ୍ରାଇକ କରିଛନ୍ତି ତାହା ପ୍ରଶଂସାର ପାତ୍ର ବୋଲି ରାଜନାଥ କହିଛନ୍ତି। ଯିଏ ଆମ ସହିତ ଲାଗିବ ସେ ମରିବ ବୋଲି ରାଜନାଥ କହିଥିଲେ।
ଅଧିକ ପଢ଼ନ୍ତୁ: ସୀମାରେ ଅବାଧ ଅନୁପ୍ରବେଶ ରୋକିବାକୁ ନୂଆ ପନ୍ଥା, ଆଣ୍ଟି ଡ୍ରୋନ୍ ସିଷ୍ଟମ ଆପଣାଇଲେ ପଞ୍ଜାବ ସରକାର
ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯାଇଛି । ଯିଏ ଆମ ନୀରିହ ଲୋକଙ୍କୁ ମାରିଥିଲେ ସେମାନଙ୍କୁ ଟାର୍ଗେଟ କରିଛୁ । ପହଲଗାମ ଆକ୍ରମଣର ବଦଲା ନେଇଛି ଭାରତ । ସେନାବାହିନୀ ପାଇଁ ଆମେ ଆଜି ଗର୍ବିତ ବୋଲି ରାଜନାଥ କହିଥିଲେ। ଏହା ସହିତ ସେ କହିଛନ୍ତି ଆତଙ୍କୀ ମାନେ ଯେଉଁଭଳି ଢଙ୍ଗରେ ୨୬ ଜଣ ନୀରିହ ପର୍ଯ୍ୟଟକଙ୍କୁ ହତ୍ୟା କଲେ ତାହା ନିନ୍ଦନୀୟ। ଆମ ସହ ଯେମିତି ହୋଇଥିଲା ତାକୁ ସମାନ ଢଙ୍ଗରେ ଆମେ ଉତ୍ତର ଦେଇଛୁ ବୋଲି ରାଜନାଥ କହିଥିଲେ। ଏହା ସହ ରାମାୟଣର ଏକ ପଙ୍କ୍ତି ମଧ୍ୟ କହିଥିଲେ। ଜିନ ମୋହି ମାରା, ତେ ମାଇ ମାରା... ଅର୍ଥାତ ମୁଁ ତାକୁ ହିଁ ମାରିଛି ଯିଏ ମୋତେ ଆକ୍ରମଣ କରିଛି। ଯିଏ ଆମକୁ ଆକ୍ରମଣ କରିଥିଲେ ଆମେ ସେହି ମାନଙ୍କୁ ଆକ୍ରମଣ କରିଛୁ ଆମର ଆକ୍ରମଣରେ କୌଣସି ସାଧାରଣ ଲୋକ ଆହତ ହୋଇ ନାହାନ୍ତି ବୋଲି କହିଥିଲେ ରାଜନାଥ।
ଉଲ୍ଲେଖଯୋଗ୍ୟ ଯେ, ଅପରେସନ ସିନ୍ଦୁରରେ ୯ ଆତଙ୍କବାଦୀ ଆଡ୍ଡାରେ ହୋଇଥିବା ଆକ୍ରମଣରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ରାତି ପ୍ରାୟ ୧.୦୫ ମିନିଟରୁ ୧.୩୦ ପର୍ଯ୍ୟନ୍ତ ଏହି ଅପରେସନ ଚାଲିଥିଲା। ଏକାକାଳୀନ ୯ ସ୍ଥାନରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା । ପାକିସ୍ତାନରେ ପ୍ରାୟ ଶହେ କିଲୋମିଟର ଭିତରେ ପଶି ଆକ୍ରମଣ କରାଯାଇଛି ।
ଯାହାର ଅପରେସନ ସିନ୍ଦୂରର ମନିଟରିଂ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀରେ ରହି ପାକିସ୍ତାନ ଓ ପିଓକେରେ ଭାରତୀୟ ସେନାର ଅପରେସନ ସିନ୍ଦୂର ମନିଟରିଂ କରିଥିଲେ ପ୍ରଧାନମନ୍ତ୍ରୀ । ତିନି ସେନାର ମୁଖ୍ୟଙ୍କ ସହ ଅପରେସନ ସିନ୍ଦୂର ନେଇ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।
ଗତକାଲି ସଂଧ୍ୟାରୁ ବିଳମ୍ବିତ ରାତି ଯାଏ ସ୍ଥିତି ଉପରେ ନଜର ରଖାଯାଇଥିଲା। ଆଟାକରେ ଭାରତୀୟ ସେନା ଡ୍ରୋନ ବ୍ୟବହାର କରିଥିଲେ । ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି, ଭାରତ ପକ୍ଷରୁ ମିଲିଟାରୀ ଆକ୍ରମଣ କରାଯାଇଛି। ପାକିସ୍ତାନ ଏହାର କଡ଼ା ଜବାବ ଦେବ। ଏଲଓସିରେ ପାକିସ୍ତାନ ପକ୍ଷରୁ ଲଗାତାର ସେଲିଂ ମାଡ କରାଯାଉଥିବା ବେଳେ ୯ ଜଣା ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rajnath_1746621471.jpg)