• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୁଣେରେ ଖୋଲିଛି ଗୁଗୁଲର ନୂଆ କାର୍ଯ୍ୟାଳୟ । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଗୁଗୁଲର ଅଫିସଗୁଡ଼ିକ ସାଧାରଣତଃ ଏହାର ଆର୍କିଟେକଚର ପାଇଁ ପ୍ରସିଦ୍ଧ ଥାଏ । ଏହା ସହ କର୍ମଚାରୀଙ୍କୁ ଏହା ଉନ୍ନତମାନର ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ପ୍ରଦାନ କରିଥାଏ । ଯେପରିକି ମାଗଣା ଖାଦ୍ୟ ସହ କାମ କରିବା ପାଇଁ ଏକ ଉପଯୁକ୍ତ ପରିବେଶ ପ୍ରଦାନ କରିଥାଏ ।

ତେବେ ପୁଣେ ଗୁଗୁଲ ଅଫିସର ଭିଡ଼ିଓ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଯାହା ଭାଇରାଲ ହେବାରେ ଲାଗିଛି । ଭିଡିଓରେ, କାର୍ଯ୍ୟାଳୟର ରଙ୍ଗୀନ ସାଜସଜ୍ଜା ସହ ବିଭିନ୍ନ ପ୍ରକାରର ଖାଦ୍ୟର ପ୍ରଦର୍ଶନ ଦେଖିବାକୁ ମିଳୁଛି । ଏହା ସହ ଅଫିସରେ ଖେଳ ପ୍ରକୋଷ୍ଠ ଓ ମନୋରଞ୍ଜନ ପାଇଁ ସ୍ୱତନ୍ତ୍ର କକ୍ଷ ମଧ୍ୟ ରଖା ଯାଇଥିଲା । ଭିଡ଼ିଓରେ ଇଞ୍ଜିନିୟର ଜଣକ କଫି ପିଇବା ସହ କ୍ୟାରମ ଖେଳୁଥିବା, ମସାଜ୍ ଚେୟାର ଉପରେ ବିଶ୍ରାମ କରୁଥିବାର ଦେଖିବାକୁ ମିଳୁଛି ।

 
 
 
 
 
 
 
 
 
 
 
 
 
 
 

A post shared by Arsh Goyal (@arshgoyalyt)

ତେବେ ଏନେଇ ୟୁଜର୍ସଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କେହି କେହି ଏହାକୁ ରେଷ୍ଟୁରାଣ୍ଟ ସହ ତୁଳନା କରିଥିବା ବେଳେ ଅନ୍ୟ କେହି କେହି ଏହାକୁ ନେଇ ଗୁଗୁଲକୁ ପ୍ରଶଂସା କରିଛନ୍ତି । ଅନ୍ୟ ଜଣେ କହିଛନ୍ତି ଏହା ହେଉଛି ସ୍ୱପ୍ନର କାର୍ଯ୍ୟାଳୟ । ସେହିପରି ଅନ୍ୟ ଜଣେ ୟୁଜର୍ସ କହିଛନ୍ତି, କଳ୍ପନା ଯେବେ ବାସ୍ତବତାର ରୂପ ନିଏ ।