Advertisment

ଚାବୁକରେ ନିଜକୁ ପିଟିଲେ ରାହୁଲ ଗାନ୍ଧି, ହେଲେ କାହିଁକି?

ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ଗାନ୍ଧି ନିଜ ପିଠିକୁ ନିଜେ ଚାବୁକରେ ମାରିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Rahul Gandhi's Viral Video

Rahul Gandhi

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ନେଇ ଏବେ ଚର୍ଚ୍ଚାରେ ସାଂସଦ ରାହୁଲ ଗାନ୍ଧି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଯାତ୍ରାର ମଙ୍ଗ ଧରିଛନ୍ତି ରାହୁଲ ଗାନ୍ଧି । ସୋସିଆଲ ମିଡିଆ ରେ ବି ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି ରାହୁଲ । ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ଗାନ୍ଧି ନିଜ ପିଠିକୁ ନିଜେ ଚାବୁକରେ ମାରିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓ ଟି ତେଲେଙ୍ଗାନାର। ଏଠାରେ ରାହୁଲ ଗାନ୍ଧି ଭାରତ ଯୋଡ଼ ଯାତ୍ରା କରୁଥିବା ବେଳେ ଏପରି ଘଟଣା ଘଟିଛି ।

Advertisment

ଅଧିକ ପଢ଼ନ୍ତୁ: ମା’ର ବିକଳ୍ପ ନାହିଁ, ସୋନିଆ ଗାନ୍ଧୀଙ୍କ ଜୋତାର ଫିତା ବାନ୍ଧିଲେ ରାହୁଲ ଗାନ୍ଧୀ

ଭାରତ ଯୋଡ଼ ଯାତ୍ରାର ୫୭ତମ ଦିନରେ ରାହୁଲ ଗାନ୍ଧି ତେଲେଙ୍ଗାନାର ପାରମ୍ପରିକ ବୋନାଲୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ସମୟରେ ସେଠାକାର ପାରମ୍ପରିକ କାର୍ଯ୍ୟକ୍ରମରେ ସେ ନିଜ ପିଠିକୁ ପରମ୍ପରା ଅନୁସାରେ ଚାବୁକରେ ପିଟି ଥିଲେ। ଏହାର ଏକ ଭିଡିଓକୁ କଂଗ୍ରେସ ନିଜର ଟ୍ୱିଟରରେ ପେଜ୍‌ରେ ପୋଷ୍ଟ ମଧ୍ୟ କରିଛନ୍ତି ।

Advertisment

ସେୟାର କରାଯାଇଥିବା ପୋଷ୍ଟରେ ଲେଖାଯାଇଛି ଯେ, ଶ୍ରୀ ରାହୁଲ ଗାନ୍ଧି ବୋନାଲୁ କାର୍ଯ୍ୟକ୍ରମରେ ଯୋଗ ଦେଇ ପୋଥୁରାଜୁ ପରମ୍ପରା ଅନୁସାରେ ନିଜକୁ ଚାବୁକରେ ମାରୁଛନ୍ତି । ଥରେ ନୁହେଁ ବାରମ୍ବାର ନିଜକୁ ପ୍ରହାର କରିଛନ୍ତି। କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ ଯାତ୍ରା ଗତକାଲି ସକାଳୁ ପାତନଚେରୁରୁ ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ସଙ୍ଗରରେଡ୍ଡୀ ଜିଲ୍ଲାର ସିବମପେଟରେ ବନ୍ଦ ହୋଇଛି।

ଭାଇରାଲ ହେଉଥିବା ଭିଡିଓରେ ପ୍ରଥମେ ଜଣେ ବ୍ୟକ୍ତି ଗୋଟିଏ କଳା ରଙ୍ଗର ମୋଟା ଚାବୁକରେ ନିଜ ପିଠିକୁ ପିଟୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ରାହୁଲ ଗାନ୍ଧି ସେଠାରେ ପହଞ୍ଚିବା ପରେ ତାଙ୍କ ଠାରୁ ଉକ୍ତ ଚାବୁକ ଆଣୁଛନ୍ତି। ଏହାପରେ ସେ ମଧ୍ୟ ନିଜକୁ ନିଜେ ଏକାଧିକ ଥର ଚାବୁକରେ ପ୍ରହାର କରୁଛନ୍ତି । ଏହି ସମୟରେ ରାହୁଲଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ଲୋକ ତାଳି ମାରି ନାରା ମଧ୍ୟ ଦେଇଥିଲେ।

ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରାରେ ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟ ଆଡମିରାଲ ରାମଦାସ ସାମିଲ ହୋଇଥିଲେ । ୮୯ ବର୍ଷୀୟ ରାମଦାସ ପଦଯାତ୍ରାରେ ସାମିଲ ହୋଇ କିଛି ବାଟ ରାହୁଲଙ୍କ ସହ ଚାଲିଥିଲେ। ତାଙ୍କ ବ୍ୟତୀତ ତେଲେଙ୍ଗାନା କଂଗ୍ରେସ ସଭାପତି ତଥା ସାଂସଦ ଏ ରେବନ୍ତା ରେଡ୍ଡୀ, ଲୋକସଭା ସଦସ୍ୟ ଏନ ଉତ୍ତମ କୁମାର ରେଡ୍ଡୀ ଓ ଶତାଧିକ କଂଗ୍ରେସ କର୍ମୀ ରାହୁଲଙ୍କ ସହ ପଦଯାତ୍ରା କରିଛନ୍ତି।

Rahul Gandhi Viral Video Bharat Jodo Yatra Congress Bharat Jodo Yatra
Advertisment
Advertisment