/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741498216.jpg)
Jagdeep Dhankhar
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଛାତିରେ ଯନ୍ତ୍ରଣା ହୋଇଥିଲା । ଏବେ ସେ କ୍ରିଟିକାଲ କେୟାର ୟୁନିଟରେ ଥିବାବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ୭୩ ବର୍ଷୀୟ ଉପରାଷ୍ଟ୍ରପତି ଧନଖଡ଼ଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ରାତି ପ୍ରାୟ ୨ଟା ବେଳେ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା । ଏମ୍ସର କାର୍ଡୋଓଲୋଜି ବିଭାଗର ମୁଖ୍ୟ ଡ. ରାଜୀବ ନାରଙ୍ଗଙ୍କ ନିରୀକ୍ଷଣରେ ତାଙ୍କୁ କ୍ରିଟିକାଲ କେୟାର ୟୁନିଟ୍ (CCU)ରେ ଭର୍ତ୍ତି କରାଯାଇଛି । ଏକ ଡାକ୍ତରୀ ଟିମ୍ ଧନଖଡ଼ଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ।
ଏବେ ଉପରାଷ୍ଟ୍ରପତି ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସ୍ଥିର ଥିବା ସୂଚନା ମିଳୁଛି । ତାଙ୍କର ଅସୁସ୍ଥତା ଖବର ଜାଣିବା ମାତ୍ରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀ ଏମ୍ସରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)