Advertisment

ଷ୍ଟଣ୍ଟ କରୁଥିଲେ ନିସ୍ତାର ନାହିଁ; ହାର୍ଲି ଡେଭିଡସନ୍‌, BMW ବାଇକ୍‌ରେ ଗୋଡ଼େଇବ ପୋଲିସ !

ଏଣିକି ରାସ୍ତାରେ ଷ୍ଟଣ୍ଟ ପ୍ରଦର୍ଶନ କଲେ ହେବ କଡା କର୍ଯ୍ୟାନୁଷ୍ଠାନ । ହାର୍ଲି ଡେଭିଡସନ୍‌, BMW ବାଇକ୍‌ରେ ଧରିବ ପୋଲିସ । ସିଧା ଯିବେ ଜେଲ୍‌ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Police to ride Harley Davidson to Catch Stuntmen

police to ride Harley Davidson

ଆଉ ନାହିଁ ନିସ୍ତାର । ଏଣିକି ରାସ୍ତାରେ ଷ୍ଟଣ୍ଟ ପ୍ରଦର୍ଶନ କଲେ ହେବ କଡା କର୍ଯ୍ୟାନୁଷ୍ଠାନ । ସିଧା ଯିବେ ଜେଲ୍‌ । କିଛି ଯୁବଗୋଷ୍ଟୀ ବର୍ତ୍ତମାନ ହାର୍ଲି ଡେଭିଡସନ ଓ ବିଏମଡବ୍ଲୁ ବାଇକ୍ ବ୍ୟବହାର କରି ରାସ୍ତାରେ ଷ୍ଟଣ୍ଟ ପ୍ରଦର୍ଶନ କରୁଛନ୍ତି । ସେମାନଙ୍କ ଜୀବନ ଏବଂ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି । ଏବେ ସେମାନଙ୍କୁ ଗିରଫ କରିବ ପୋଲିସ । ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଟ୍ରାଫିକ ପୋଲିସ । ଏମାନଙ୍କୁ ଧରିବା ପାଇଁ ହାର୍ଲି ଡେଭିଡସନ ଏବଂ ବିଏମଡବ୍ଲୁ ପରି ଆଠଟି ହାଇ-ଟେକ୍ ବାଇକ୍ ମଧ୍ୟ କିଣାଯିବ । 

Advertisment

ତେବେ ଦୁର୍ଘଟଣାକୁ ରୋକିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି କହିଛନ୍ତି ଉତ୍ତରାଖଣ୍ତ ମୁଖ୍ୟ ଶାସନ ସଚିବ ରାଧା ରାତୁରୀ । ମୁଖ୍ୟ ଶାସନ ସଚିବ ରାଧା ରାତୁରୀ ନିକଟରେ ରାଜ୍ୟରେ ବାରମ୍ବାର ସଡ଼କ ଦୁର୍ଘଟଣା ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। ଦୁର୍ଘଟଣାକୁ ରୋକିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ସେ ପରିବହନ ବିଭାଗ,ଲୋକସମ୍ପର୍କ ବିଭାଗ, ଟ୍ରାଫିକ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସଡକ ସୁରକ୍ଷା ପାଣ୍ଠିରୁ ଆବଶ୍ୟକ ଉପକରଣ କିଣିବାକୁ ଟ୍ରାଫିକ ନିର୍ଦ୍ଦେଶାଳୟ ପ୍ରସ୍ତାବ ଦେଇଛି।

ଅଧିକ ପଢ଼ନ୍ତୁ: ଲାଗୁ ହେଲା ନୂଆ ଭାରତର ନୂଆ ଆଇନ, ଦଣ୍ଡ ଅପେକ୍ଷା ନ୍ୟାୟକୁ ଗୁରୁତ୍ୱ

ଏହା ଅଧୀନରେ ହାର୍ଲି ଡେଭିଡସନ ଏବଂ ବିଏମଡବ୍ଲୁ ପରି ଆଠଟି ହାଇ-ଟେକ୍ ବାଇକ୍ ୧ କୋଟି ୬୮ ଲକ୍ଷ ଟଙ୍କା ମୂଲ୍ୟରେ କିଣାଯିବ। ଏହି ବାଇକ୍ ରାସ୍ତାରେ ଷ୍ଟଣ୍ଟ କରୁଥିବା ଲୋକଙ୍କୁ ଧରିବାରେ ସହାୟକ ହେବ । 

Advertisment

ସେହିଭଳି ରାଜ୍ୟର ୧୦ଟି ସ୍ଥାନରେ ୭୪ ଲକ୍ଷ ଟଙ୍କା ବ୍ୟୟରେ ରାଡାର ସ୍ପିଡ୍ ସାଇନ୍ ବୋର୍ଡ ଏବଂ କ୍ୟାମେରା ଲଗାଯିବ, ଯାହା ଅମାନିଆଙ୍କୁ ଧରିବାରେ ସାହର୍ଯ୍ୟ କରିବ । କାର୍ଯ୍ୟାନୁଷ୍ଠାନ ପାଇଁ ୧୪.୭୬ ଲକ୍ଷ ଟଙ୍କା ବ୍ୟୟରେ ପୋଲିସ କର୍ମଚାରୀଙ୍କୁ ଦେହରେ ପିନ୍ଧା ଯାଇପାରୁଥିବା କ୍ୟାମେରା ମଧ୍ୟ ଯୋଗାଇ ଦିଆଯିବ। 

ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ସମସ୍ତ ୧୩ଟି ଜିଲ୍ଲାରେ ଟ୍ରାଫିକ୍ ସଂସ୍କାରର କାର୍ଯ୍ୟକାରିତା ମଧ୍ୟ ଡ୍ରୋନ୍ ସହାୟତାରେ କରାଯିବ ବୋଲି ଟ୍ରାଫିକ୍ ନିର୍ଦ୍ଦେଶାଳୟ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ୭୦ ଲକ୍ଷ ଟଙ୍କା ମୂଲ୍ୟର ଡ୍ରୋନ୍ କ୍ରୟ କରାଯିବ।

ଅଧିକ ପଢ଼ନ୍ତୁ: ଜଣାପଡ଼ିଲା ହାଥରସ ଦଳାଚକଟାର କାରଣ; ‘ପାଦ ଧୂଳି’ ପାଇଁ ଚାଲିଗଲା ୧୨୧ ଜୀବନ !

Harley Davidson Motorcycle Dare Devil Stunts Bikers Police
Advertisment
Advertisment