Advertisment

ମାତିଛି ମଣିଷ ଖିଆ ଗଧିଆ, ଗଲାଣି ୮ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ବାହରିଚରେ ମଣିଷ ଖିଆ ଗଧିଆଙ୍କ ଆତଙ୍କ । ଗଧିଆ ଆକ୍ରମଣରେ ଗଲାଣି ୮ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଅଛନ୍ତି ୫ ଶିଶୁ ଓ ୩ ଜଣ ମହିଳା ।

author-image
Pallipuspa Samal
ଅଦ୍ୟତନ ହୋଇଛି
wolf killed 8 people In UP

wolf that killed 8 people

ଉତ୍ତରପ୍ରଦେଶ ବାହରିଚରେ ମଣିଷ ଖିଆ ଗଧିଆଙ୍କ ଆତଙ୍କ । ଗଧିଆ ଆକ୍ରମଣରେ ଏପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ଜଣ ଶିଶୁ ଓ ୩ ଜଣ ମହିଳା ରହିଛନ୍ତି। ମୁଖ୍ୟତଃ ରାତିରେ ଗଧିଆ ପଲ ବାହରିଚ ଓ ଏହାର ଆଖପାଖ ଅଞ୍ଚଳରେ ଦଳ ହୋଇ ମଣିଷ ଉପରେ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ଚିନ୍ତା ବଢାଇଲା ବାୟୁ ପ୍ରଦୂଷଣ: ୬୦ବର୍ଷରୁ କମ୍ ବୟସରେ ହେବ ମୃତ୍ୟୁ !

ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁତର ସହ ନେଇ ଗଧିଆ ପଲ୍ଲକୁ କାବୁ କରିବା ଲାଗି ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବନ ବିଭାଗର ଚାରିଟି ଟିମ ଗଠନ କରି ଡ୍ରୋନ୍ ସହାୟତାରେ ୩ ଗଧିଆଙ୍କୁ କାବୁ କରିଛି। ତେବେ ଅନ୍ୟ ଗଧିଆଙ୍କୁ ଧରିବାକୁ ବନବିଭାଗର ବ୍ୟାପକ ଅଭିଯାନ ଜାରି ରହିଛି। ସେପଟେ ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ସରକାର।

Advertisment

ସୂଚନା ଅନୁସାରେ ବନ ବିଭାଗ ଓ ଅଗ୍ନିଶମବାହିନୀ ମିଳିତ ଭାବରେ ଗଧିଆକୁ କାବୁ କରିବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 'ଅପରେସନ୍ ଭେଡିଆ' ଆରମ୍ଭ କରାଯାଇଥିଲା। ତେବେ ଗଧିଆକୁ ଧରିବା ପାଇଁ ୧୬ଟି ଟିମ୍ ନିୟୋଜିତ କରିଥିଲେ। ଏଥିପାଇଁ ଡ୍ରୋନ୍ କ୍ୟାମେରା ଏବଂ ଥର୍ମାଲ୍ ଡ୍ରୋନ୍ ମ୍ୟାପିଂ ମଧ୍ୟ ବ୍ୟବହାର କରାଯାଇଥିଲା। ଗଧିଆକୁ ଟ୍ରାଙ୍କୁଲାଇଜ କରାଯାଇ ପ୍ରାଣୀ ଉଦ୍ୟାନରେ ରଖାଯାଇଛି।

ସୂଚନା ଅନୁସାରେ, ଅଧିକାରୀମାନେ ଏପର୍ଯ୍ୟନ୍ତ ଚାରିଟି ଗଧିଆକୁ କାବୁ କରିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଟି ଗଧିଆ ଖୋଲା ସ୍ଥାନରେ ଛଡ଼ା ଯାଇ ଥିବାବେଳେ ହତ୍ୟାକାରୀ ଗଧିଆକୁ କାବୁ କରି ପ୍ରାଣୀ ଉଦ୍ୟାନରେ ରଖାଯାଇଛି।

Uttar Pradesh Wild Animal Attack
Advertisment
Advertisment