Advertisment

ଚିନ୍ତା ବଢାଇଲା ବାୟୁ ପ୍ରଦୂଷଣ: ୬୦ବର୍ଷରୁ କମ୍ ବୟସରେ ହେବ ମୃତ୍ୟୁ !

ଦିଲ୍ଲୀରେ କ୍ରମାଗତ ବାୟୁ ପ୍ରଦୂଷଣ ଲାଗି ରହିଛି। ଯାହାଦ୍ୱାରା ସେଠିକାର ବାସିନ୍ଦାଙ୍କର ଆୟୁ ହ୍ରାସ ହେଉଛି । ବାୟୁ ପ୍ରଦୂଷଣ ପ୍ରାୟ ୧୨ ବର୍ଷ ଜୀବଳକାଳ ହ୍ରାସ ପାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Delhi Air Pollution May Reduce Life Expectancy

Pollution

ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ତେବେ ନିକଟରେ ଶିକାଗୋ ୟୁନିଭର୍ସିଟିର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍ ଏକ ରିପୋର୍ଟ ପ୍ରକାଶ କରିଛି। ଯାହାକି ଏବେ ଚିନ୍ତାର କାରଣ ପାଲଟିଛି। ଏହି ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣ ପାଇଁ ମନୁଷ୍ୟର ଆୟୁ ବା ଜୀବନକାଳ ହ୍ରାସ ପାଇବାରେ ଲାଗିଛି।

Advertisment

ଅଧିକ ପଢ଼ନ୍ତୁ: ରାଜ୍ୟରେ ଅସହ୍ୟ ହେଲାଣି ବାୟୁ ପ୍ରଦୂଷଣ; ଦିଲ୍ଲୀକୁ ଟପିଲା ଅନୁଗୁଳ

ଦିଲ୍ଲୀରେ କ୍ରମାଗତ ବାୟୁ ପ୍ରଦୂଷଣ ଲାଗି ରହିଛି। ଯାହାଦ୍ୱାରା ସେଠିକାର ବାସିନ୍ଦାଙ୍କର ଆୟୁ ହ୍ରାସ ହେଉଛି । ବାୟୁ ପ୍ରଦୂଷଣ ପ୍ରାୟ ୧୨ ବର୍ଷ ଜୀବଳକାଳ ହ୍ରାସ ପାଇଛି। ଏୟାର କ୍ବାଲିଟି ଲାଇଫ ଇଣ୍ଡେକ୍ସ ୨୦୨୪ ଅନୁଯାୟୀ, ଉତ୍ତରାଞ୍ଚଳ ରାଜ୍ୟ ମଧ୍ୟରୁ ସବୁଠୁ ଅଧିକ ବାୟୁ ପ୍ରଦୂଷଣ ଦିଲ୍ଲୀରେ । ଦେଶର ରାଜଧାନୀ ଦିଲ୍ଲୀରେ ପ୍ରାୟ ୧.୮ କୋଟି ଲୋକ ବସବାସ କରୁଥିବା ବେଳେ ବାୟୁ ପ୍ରଦୂଷଣ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି ।

ଖାଲି ସେତିକି ନୁହେଁ, ବର୍ତ୍ତମାନ ଭାରତରେ ବାୟୁ ପ୍ରଦୂଷଣ ଯେଉଁ ସ୍ତରରେ ରହିଛି, ତାହା ଯଦି ବଜାୟ ରହେ ତେବେ ଭାରତବାସୀ ମଧ୍ୟ ସେମାନଙ୍କ ଆୟୁରୁ ୮ ବର୍ଷ ୫ ମାସ ହରାଇବେ । ଆହୁରି ମଧ୍ୟ ଦର୍ଶାଯାଇଛି ଯଦି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଗାଇଡଲାଇନ ଅନୁଯାୟୀ ଏକ ଘନ ମିଟରରେ ୧୨ ମାଇକ୍ରୋ ଗ୍ରାମ ପ୍ରଦୂଷଣ ରୁହେ, ତେବେ ଭାରତୀୟଙ୍କ ଆୟୁ ଅଧିକ ୮ ବର୍ଷ ୫ ମାସ ବର୍ଷ ବୃଦ୍ଧି ପାଇବ।

Advertisment
Air Pollution Delhi Air Pollution
Advertisment
Advertisment