/odishatv-khabar/media/post_attachments/uploadimage/library/16_9/16_9_0/school_1752473705.jpg)
school
ଜାତୀୟ ରାଜଧାନୀ ଦିଲ୍ଲୀର ଦୁଇଟି ସ୍କୁଲକୁ ମିଳିଛି ବୋମା ଧମକ । ସୋମବାର ସକାଳେ ରାଜଧାନୀର ଚାଣକ୍ୟପୁରୀ ଓ ଦ୍ୱାରକା ଅଞ୍ଚଳର ଦୁଇଟି ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି । ଏହା ପରେ ତତ୍କ୍ଷଣାତ୍ ସନ୍ଧାନୀ ଦଳ ପହଞ୍ଚି ସର୍ଚ୍ଚ ଅପରେସନ କରିଛି । ଚାଣକ୍ୟପୁରୀର ନାଭି ସ୍କୁଲ ଓ ଦ୍ୱାରକାର ସିଆରପିଏଫ୍ ସ୍କୁଲକୁ ଏହି ବୋମା ଧମକ ମିଳିଛି ।
ଏହି ଦୁଇ ସ୍କୁଲକୁ ଦୁଇଟି ପୃଥକ୍ ଇମେଲ ଜରିଆରେ ଧମକ ଆସିଥିଲା । ଏହା ପରେ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ଖୋଜାଖୋଜି ହୋଇଥିଲା । ହେଲେ, କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ ବୋଲି ଦିଲ୍ଲୀ ପୋଲିସ୍ ଏକ ବିବୃତ୍ତିରେ କହିଛି ।
ପୋଲିସ୍ କହିଛି ଯେ, ଏହି ଧମକ ଆସିବା ପରେ କଣ୍ଟ୍ରୋଲ ରୁମ ଏବଂ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା । ଏହା ପରେ ସନ୍ଧାନୀ କୁକୁରକୁ ନେଇ ଯାଞ୍ଚ ହୋଇଥିଲା । ହେଲେ କୌଣସି ଅସ୍ୱାଭାବିକ ଦ୍ରବ୍ୟ ଠାବ ହୋଇନଥିଲା ।
ଚଳିତ ବର୍ଷ ପ୍ରାରମ୍ଭରେ ଦିଲ୍ଲୀ ଏନସିଆରରେ ଥିବା ସେଣ୍ଟ ଷ୍ଟିଫେନ୍ କଲେଜକୁ ଇମେଲ୍ ଯୋଗେ ବୋମା ଧମକ ଆସିଥିଲା । ନୋଏଡାର ଶିବ ନାଦାର ସ୍କୁଲ ଏବଂ ଦିଲ୍ଲୀର ଆଲକନ୍ ସ୍କୁଲକୁ ବୋମା ଧମକ ମିଳିଥିଲା । ଏହା ପରେ ଭୟଭୀତ ହୋଇ ସ୍କୁଲ ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଘରକୁ ପଠାଇ ଦିଆ ଯାଇଥିଲା । ଯଦିଓ ପରେ ଦିଲ୍ଲୀର ଆଲକନ୍ ସ୍କୁଲକୁ ମିଳିଥିବା ବୋମା ଧମକ ମିଥ୍ୟା ବୋଲି ଜଣା ପଡିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)