Advertisment

Twitter ଡାଉନ୍‌, ସାଇନ୍‌ ଇନ୍‌ ବେଳେ ଆସୁଛି ଏରର୍‌ ମେସେଜ

ଟ୍ୱିଟର୍‌ର ୱେବ୍‌ ଭର୍ସନକୁ ସାଇନ୍‌ ଇନ୍‌ରେ ଏରର୍‌ ନୋଟିସ୍ ଆସୁଥିବା ଦେଖିବାକୁ ମିଳିଛି। ଆଜି ଭୋର ସମୟରେ ଲଗ୍‌ ଇନ୍‌ ବେଳେ କିଛି ୟୁଜର୍ସଙ୍କୁ ସାଇନ୍‌ ଇନ୍‌ରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Twitter Down For Thousands Of Users

Twitter Down For Thousands Of Users

ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର୍‌ (Twitter) ଡାଉନ୍। ଟ୍ୱିଟର୍‌ର ୱେବ୍‌ ଭର୍ସନକୁ ସାଇନ୍‌ ଇନ୍‌ରେ ଏରର୍‌ ନୋଟିସ୍ ଆସୁଥିବା ଦେଖିବାକୁ ମିଳିଛି। ଆଜି ଭୋର ସମୟରେ ଲଗ୍‌ ଇନ୍‌ ବେଳେ କିଛି ୟୁଜର୍ସଙ୍କୁ ସାଇନ୍‌ ଇନ୍‌ରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୧୦,୦୦୦ରୁ ଅଧିକ ୟୁଜରଙ୍କୁ  ଏପରି ସମସ୍ୟାର ସାମ୍ନାକୁ କରିବାକୁ ପଡ଼ିଥିଲା। 

Advertisment

ଭାରତରେ ୟୁଜର୍ସ ଟ୍ୱିଟର ଲଗ୍‌ ଇନ୍‌ ବେଳେ ଏରର୍‌ ମେସେଜ୍‌- “Something went wrong, but don’t fret — it’s not your fault. Let’s try again," ଏଭଳି ଆସୁଥିବା ଦେଖିବାକୁ ମିଳିଥିଲା। ଏହାପରେ ପେଜ୍‌କୁ ରିଫ୍ରେଶ୍‌ କିମ୍ବା ଲଗ୍‌ ଆଉଟ୍‌ ପାଇଁ ଅପସନ୍ ଆସୁଥିଲା। 

ଅଧିକ ପଢ଼ନ୍ତୁ: DP କିମ୍ବା ଫ୍ରୋଫାଇଲ୍‌ ନାଁ ବଦଳାଇଲେ ବ୍ଲୁ ଟିକ୍‌କୁ ହଟାଇଦେବ ଟ୍ୱିଟର୍‌

Advertisment
Twitter Down(Twitter Down)

ଆଜି ସକାଳେ ଆମେରିକା ସହ ବିଭିନ୍ନ ଦେଶରେ ସେବା ପ୍ରଭାବିତ ହୋଇଥିବାର ସୂଚନା ମିଳିଛି। ସେହିପରି ନୋଟିଫିକେସନ ମଧ୍ୟ ଆସୁ ନଥିବା କିଛି ୟୁଜର୍ସ ଅଭିଯୋଗ କରିଛନ୍ତି।  ଟ୍ୱିଟର କ୍ରେତା ଏଲନ ମସ୍କଙ୍କ ନୂଆ ପଲିସି ପାଇଁ ଏଭଳି ସମସ୍ୟା ଉପୁଜିଥିବା ଚର୍ଚ୍ଚା ହେଉଛି। 

Twitter Elon Musk
Advertisment
Advertisment