Advertisment

ଯାତାୟତକୁ ସରଳ କରିବାକୁ ବ୍ୟବସ୍ଥା, କୋଚିରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ

କେରଳର କୋଚି ସହରରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ। ଆସନ୍ତା ୨୫ ତାରିଖରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗକୁ ଜାମ୍ମୁ, ଶ୍ରୀନଗର ଓ ଗୋରଖପୁରରେ ବି ଚାଲିବ ୱାଟର ମେଟ୍ରୋ ...

author-image
Pallipuspa Samal
ଅଦ୍ୟତନ ହୋଇଛି
India's First Water Metro In Kochi

The Kochi Water Metro

କେରଳର କୋଚିରେ ଚାଲିବ ଭାରତର ପ୍ରଥମ ୱାଟର ମେଟ୍ରୋ। ଆସନ୍ତା ୨୫ ତାରିଖରେ ଏହାର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । କେରଳ ଗସ୍ତବେଳେ ୱାଟର ମେଟ୍ରୋ ପ୍ରକଳ୍ପ ଉଦଘାଟନ କରିବେ।

Advertisment

ମେଟ୍ରୋ ଟ୍ରେନ୍ ପରି ଆରାମଦାୟକ ଯାତ୍ରା ସହ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟତ କରି ପାରିବେ ସେ ନେଇ ୱାଟର ମେଟ୍ରାରେ ବ୍ୟବସ୍ଥା ରହିଛି । ଯାତ୍ରୀମାନଙ୍କୁ କମ ଖର୍ଚ୍ଚରେ ଯାତ୍ରା କରିବାର ସୁବିଧା ମିଳିବ । 

ଅଧିକ ପଢ଼ନ୍ତୁ: ଭାରତରେ କେବେ ଗଡ଼ିଥିଲା ପ୍ରଥମ ଟ୍ରେନ୍‌ ? ଜାଣନ୍ତୁ ରେଳ ସମ୍ବନ୍ଧୀୟ କିଛି ଅଜଣାକଥା

Advertisment

କୋଚି ଭଳି ସହରରେ ଏହା ବେଶ ଲାଭଦାୟକ ହେବ । ଦିନର ବ୍ୟସ୍ତବହୁଳ ସମୟରେ ପ୍ରାୟ ୧୫ ହଜାର ଯାତ୍ରୀଙ୍କୁ ନେବାଆଣିବା କରିପାରିବ। ଆଗାମୀ ଦିନରେ ଜମ୍ମୁ, ଶ୍ରୀନଗର ଓ ଗୋରଖପୁରରେ ୱାଟର ମେଟ୍ରୋ ଚଳାଚଳ ପାଇଁ ଯୋଜନା ରହିଛି ।

 ପୂର୍ବରୁ କୋଲକାତାରେ ଭାରତରେ ପ୍ରଥମ ଥର ପାଇଁ ନଦୀ ତଳେ ମେଟ୍ରୋ ଟ୍ରେନ୍ ଚାଳନା କରାଯାଇଥିଲା ।  ଏହି ମେଟ୍ରୋ ପାଣି ତଳ ଦେଇ କୋଲକାତାରୁ ହାୱଡ଼ା ଅଭିମୁଖେ ଯାତ୍ରା କରିଥିଲା । ଏହା ହେଉଛି ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ପ୍ରକଳ୍ପ । କୋଲକାତା ଏବଂ ଏହାର ଉପାନ୍ତ ଅଞ୍ଚଳର ଲୋକଙ୍କୁ ଆଧୁନିକ ପରିବହନ ବ୍ୟବସ୍ଥା ଯୋଗାଇବା ଦିଗରେ ଏହା ଏକ ବୈପ୍ଳବିକ ପଦକ୍ଷେପ । 

PM Narendra Modi Metro Rail Project
Advertisment
Advertisment