• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଟ୍ରେନ୍‌ରେ ଯାତ୍ରା କରିବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି । କାରଣ ସ୍ୱଳ୍ପ ଖର୍ଚ୍ଚରେ ଟ୍ରେନ୍‌ରେ ଯାତ୍ରୀମାନେ ଯାତ୍ରା କରିବାର ସୁବିଧା ରହିଥାଏ । ବର୍ତ୍ତମାନ ସମୟରେ ଟ୍ରେନ୍‌ ଯାତ୍ରାରେ ଅନେକ ପରିବର୍ତ୍ତନ ଆସିଲାଣି । ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଅନେକ ସୁବିଧା ଯୋଗାଇଦିଆଯାଉଛି । ଏପରିକି ଅଳ୍ପ ସମୟରେ ଯାତ୍ରୀମାନେ ନିର୍ଧାରିତ ସ୍ଥାନରେ ପହଞ୍ଚି ପାରୁଛନ୍ତି । ଭାରତୀୟ ରେଳବାଇ ପକ୍ଷରୁ ଅନେକ ହାଇ ସ୍ପିଡ୍‌ ଟ୍ରେନ୍‌ ମଧ୍ୟ ଚଳାଚଳ କରିଲାଣି । ଯାହାଦ୍ୱାରା ଯାତ୍ରୀମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ଯାତ୍ରା କରିପାରୁଛନ୍ତି ।

ଅଧିକ ପଢ଼ନ୍ତୁ: ଟ୍ରେନ ପଛରେ କାହିଁକି ରହିଥାଏ ‘X’ ଚିହ୍ନ ? କ’ଣ ଏହାର କାରଣ ? ଜାଣନ୍ତୁ...

ଭାରତରେ ପ୍ରତ୍ୟେକ ଦିନ ରଳରେ ପ୍ରାୟ ୨.୫୦ କୋଟି ଯାତ୍ରୀ ଯାତ୍ରା କରିଥା’ନ୍ତି । ସେହିପରି ରେଳ ଦ୍ୱାରା ୩୩ ଲକ୍ଷ ଟନ୍‌ ମାଲ୍‌ ମଧ୍ୟ ପରିବହନ ହୋଇଥାଏ । ୧୮୪୫ ମସିହା ମେ’ ୮ ତାରଖରେ ଭାରତୀୟ ରେଳ ପ୍ରତିଷ୍ଠା କରାଯାଇଥିଲା । ଭାରତୀୟ ରେଳବାଇ ମୁଖ୍ୟାଳୟ ରାଜଧାନୀ ଦିଲ୍ଲୀରେ ରହିଛି । ୧୭୮ ବର୍ଷ ପୁରୁଣା ହେଉଛି ଭାରତୀୟ ରେଳବାଇ ସେବା । ଭାରତରେ ରେଳ ପରିବହନ ବର୍ତ୍ତମାନ ସବୁଠୁ ଶସ୍ତା ହୋଇଛି । ତେବେ ଏସବୁ ଭିତରେ ଆସନ୍ତୁ ଜାଣିବା ଭାରତୀୟ ରେଳବାଇକୁ ନେଇ କିଛି ଅଜଣାକଥା ।

ଭାରତର ପ୍ରଥମ ଟ୍ରେନ୍‌ ନାଁ କ’ଣ ଏବଂ ଏହା କେଉଁଠି ଚାଲିଥିଲା ?

ଭାରତର ପ୍ରଥମ ଟ୍ରେନର ନାଁ ହେଉଛି ରେଡ୍‌ ହିଲ୍‌ ରେଲୱେ । ୧୮୩୭ ମସିହାରେ ଏହି ଟ୍ରେନ୍ ରେଡ୍ ହିଲ୍ସରୁ ଚିଣ୍ଟାଦ୍ରିପେଟ୍ ବ୍ରିଜ୍ ପର୍ଯ୍ୟନ୍ତ ଯାତାୟାତ କରୁଥିଲା । ରେଡ୍ ହିଲ୍ସରୁ ଚିଣ୍ଟାଦ୍ରିପେଟ୍ ବ୍ରିଜ୍‌ର ଦୂରତା ୨୫ କିମି ରହିଥିଲା । ଏହି ଟ୍ରେନ୍‌କୁ ମୁଖ୍ୟତଃ ଗ୍ରାନାଇଡ୍‌ ପରିବହନ ପାଇଁ ବ୍ୟବହାର କରାଯାଉଥିଲା ।

ଯାତ୍ରୀବାହୀ ଟ୍ରେନ୍‌ କେବେ ଗଡ଼ିଲା ?

ସାଧାରଣ ଲୋକଙ୍କ ପାଇଁ ୧୮୫୩ ମସିହା ଏପ୍ରିଲ ୧୬ ତାରିଖରେ ଗଡ଼ିଥିଲା ଯାତ୍ରୀବାହୀ ଟ୍ରେନ୍‌ । ଏହି ଟ୍ରେନ୍ ବୋରୀ ବୁନ୍ଦର (ମୁମ୍ବାଇ) ଏବଂ ଥାନ ମଧ୍ୟରେ ଯାତାୟାତ କରିଥିଲା । ଯାହାର ଦୂରତା ମାତ୍ର ୩୪ କିଲୋମିଟର ରହିଥିଲା । ଏଥିରେ ୪୦୦ ଯାତ୍ରୀଙ୍କ ଯାତାୟାତ ପାଇଁ ସୁବିଧା ରହିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯାତ୍ରୀବାହୀ ଟ୍ରେନ୍‌ ଗଡ଼ିବା ଦିନ ସାଧାରଣ ଲୋକଙ୍କ ପାଇଁ ଛୁଟି ଘୋଷଣା କରାଯାଇଥିଲା ।

ଦେଶର ପ୍ରଥମ ରେଳଷ୍ଟେସନ ନାଁ କ’ଣ ଥିଲା ?

ଭାରତର ପ୍ରଥମ ରେଳଷ୍ଟେସନର ନାଁ ହେଉଛି ବୋରି ବନ୍ଦର । ଯାହା ମୁମ୍ବାଇରେ ରହିଛି । ୧୮୫୩ ମସିହାରେ ଏଠାରୁ ପ୍ରଥମ ଯାତ୍ରୀବାହୀ ଟ୍ରେନ୍‌ ଯାତ୍ରା ଆରମ୍ଭ କରିଥିଲା । ଏହି ଷ୍ଟେସନର ନିର୍ମାଣ ପରେ ୧୮୮୮ରେ ଭିକ୍ଟୋରିଆ ଟର୍ମିନାସ୍‌ ଭାବରେ ପୁନଃ ନିର୍ମାଣ କରାଯାଇଥିଲା । ପରେପରେ ଏହାର ନାଁ ରାଣୀ ଭିକ୍ଟୋରିଆ ବୋଲି ରଖାଯାଇଥିଲା ।