• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୃହିଣୀଙ୍କ ପାଇଁ ବଡ଼ ଘୋଷଣା । ମାସିକ ମିଳିବ ୧୦୦୦ ଟଙ୍କା ଭତ୍ତା । ତାମିଲନାଡ଼ୁ ସରକାରଙ୍କ ବଡ଼ ଘୋଷଣା । ଏଣିକି ପ୍ରତ୍ୟେକ ଗୃହିଣୀଙ୍କୁ ମିଳିବ ମାସିକ ହଜାରେ ଟଙ୍କା ଭତ୍ତା । ରାଜ୍ୟ କ୍ୟାବିନେଟ୍‌ରେ ଏନେଇ ବିଲ ପାରିତ ହୋଇସାରିଛି । ସରକାର ଏହାକୁ ନେଇ ବଡ଼ ଘୋଷଣା କରିଛନ୍ତି । ଏହି ଯୋଜନା ପାଇଁ ସାତ ହଜାର କୋଟି ଟଙ୍କାର ବଜେଟ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ସରକାରଙ୍କ କହିବାନୁଯାୟୀ, ଏହି ଯୋଜନା ଦ୍ୱାରା ମହିଳାମାନେ ସ୍ୱାବଲମ୍ବି ହେବାର ସୁଯୋଗ ପାଇବେ। ସେମାନଙ୍କ ପାଇଁ ଘର ଚଳାଇବା କିଛି ମାତ୍ରାରେ ସହଜ ହେବ । ଏହି ଟଙ୍କା ପାଇବା ପରେ ସେମାନେ ନିଜ ଇଚ୍ଛାରେ ନିଜ ପାଇଁ କିଛି ଖର୍ଚ୍ଚ କରିପାରିବେ । ସ୍ୱାମୀଙ୍କ ନିକଟରେ ତାଙ୍କୁ ହାତ ପତାଇବାକୁ ପଡ଼ିବ ନାହିଁ ।

ଅଧିକ ପଢ଼ନ୍ତୁ: ଏହି ସରକାରଙ୍କ ବଡ଼ ଘୋଷଣା; ଚାଷୀଙ୍କୁ ମିଳିବ ୬ ହଜାର, ମହିଳାଙ୍କ ପାଇଁ ଅଧାହେଲା ବସ୍‌ ଭଡ଼ା

ତେବେ ତାମିଲନାଡ଼ୁ ବିଧାନସଭାରେ ୨୦୨୩-୨୪ ପାଇଁ ବଜେଟ ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ପାଲାନିଭେଲ୍ ଥିଆଗା ରଞ୍ଜନ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ କେବଳ ଗୃହିଣୀଙ୍କୁ ଭତ୍ତା ପ୍ରଦାନର ବ୍ୟବସ୍ଥା କରାଯାଇ ନାହିଁ ବରଂ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମଧ୍ୟ ଫୋକସ୍‌ କରାଯାଇଛି । କୋଏମ୍ବାଟୁର ଏବଂ ମଦୁରାଇ ମଧ୍ୟରେ ମେଟ୍ରୋ ଚଳାଚଳ କରିବ ବୋଲି ଏଥର ବଜେଟ୍‌ରେ ୯୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ସେହିଭଳି ରାଜ୍ୟରେ ଆଉ ୫୦୦ ନୂଆ ବସ୍‌ ଏବଂ ୫୦୦ ବସ୍‌ର ମରାମତି ପାଇଁ ୧୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଅନ୍ୟପଟେ ୨୦୨୩-୨୪ରେ ରାଜ୍ୟର ସମସ୍ତ ୩୦ ହଜାର ୧୨୨ ସରକାରୀ ପ୍ରାଥମିକ ସ୍କୁଲରେ ସକାଳ ଜଳଖିଆ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ବଜେଟ୍‌ରେ ୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ଖାଲି ସେତିକି ନୁହେଁ ଯେଉଁମାନେ ପ୍ରତିରକ୍ଷା ବିଭାଗରେ କାମ କରି ଡ୍ୟୁଟି ସମୟରେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରକୁ ଏଣିକି ୨୦ ଲକ୍ଷ ବଦଳରେ ୪୦ ଲକ୍ଷ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିଭଳି ଉତ୍ତର ଚେନ୍ନାଇର ବିକାଶ ପାଇଁ ମଧ୍ୟ ହଜାରେ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଶିକ୍ଷାକ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ପାଠପଢ଼ା ଲୋନ୍‌ ପାଇଁ ସରକାର ୩୯୯୩ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।