/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678369211.jpg)
Maharastra
ନିର୍ବାଚନ ପୂର୍ବରୁ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ । ମହିଳାଙ୍କ ପାଇଁ ବଜେଟରେ ଘୋଷଣା ହେଲା ନୂଆ ନିୟମ । ଚାଷୀଙ୍କୁ ବାର୍ଷିକ ୬ହଜାର ମିଳିବା ସହ ମହିଳାଙ୍କ ପାଇଁ ବସ ଭଡ଼ା ଅଧା ହେବ ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ମହାରାଷ୍ଟ୍ର ବାର୍ଷିକ ବଜେଟରେ ସିନ୍ଦେ ସରକାର ଘୋଷଣା କରିଛନ୍ତି ।
ଗୁରୁବାର ବିଧାନସଭାରେ ରାଜ୍ୟର ବାର୍ଷିକ ବଜେଟ୍ ୨୦୨୩-୨୪ ଉପସ୍ଥାପନ ହୋଇଛି । ମହାରାଷ୍ଟ୍ର ସରକାରର ଅର୍ଥମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହାକୁ ଘୋଷଣା କରିଛନ୍ତି । ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଏମଭିଏ ସରକାରକୁ କ୍ଷମତାରୁ ହଟିବା ପରେ ଏହି ବଜେଟ୍ ଘୋଷଣା କରିଛନ୍ତି ସିନ୍ଦେ-ବିଜେପି ସରକାର ।
ଦେଖନ୍ତୁ ଭିଡିଓ | ଏଣିକି ବେକାରୀଙ୍କୁ ମାସକୁ ମିଳିବ ୨୫ ଶହ ଟଙ୍କା, ଜାଣନ୍ତୁ କେମିତି?
ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଏମଭିଏ ସରକାରକୁ କ୍ଷମତାରୁ ହଟାଇ ସିନ୍ଦେ ସରକାର କ୍ଷମତାକୁ ଆସିବାର ୮ମାସ ପରେ ଏହା ସିନ୍ଦେ-ବିଜେପି ସରକାରଙ୍କ ପ୍ରଥମ ବଜେଟ୍ । ବଜେଟରେ କୃଷକ, ମହିଳା, ଆଦିବାସୀ ଏବଂ ଓବିସି, ଭିତ୍ତିଭୂମି ବିକାଶ, ରୋଜଗାର ସୃଷ୍ଟି ଏବଂ ପରିବେଶ ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)