Advertisment

ପଶ୍ଚିମବଙ୍ଗରେ ଅଛନ୍ତି ୧୭ ଲକ୍ଷ ଫେକ୍‌ ଭୋଟର୍‌, CEOଙ୍କ ନିକଟରେ ତାଲିକା ଦାଖଲ କଲା ବିଜେପି

ବୁଧବାର ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ୨୪ଟି ବ୍ୟାଗ୍‌ ଧରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍‌କୁ ଯାଇଥିଲେ । ଏହି ୨୪ଟି ବ୍ୟାଗ୍‌ରେ ଫେକ୍‌ ଭୋଟରଙ୍କ ତାଲିକା ରହିଥିଲା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Suvendu Adhikari submits fake voters to ECI

Fake Voter

ପଶ୍ଚିମବଙ୍ଗରେ ଅଛନ୍ତି ୧୭ ଲକ୍ଷ ଫେକ୍‌ ଭୋଟର। ଏ କଥା ଆମେ କହୁନାହୁଁ। ଖୋଦ୍‌ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ବୁଧବାର ପଶ୍ଚିମବଙ୍ଗର ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ପ୍ରାୟ ୧୭ ଲକ୍ଷ ଫେକ୍‌ ଭୋଟର ତାଲିକା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି।

Advertisment

ବୁଧବାର ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ୨୪ଟି ବ୍ୟାଗ୍‌ ଧରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍‌କୁ ଯାଇଥିଲେ । ଏହି ୨୪ଟି ବ୍ୟାଗ୍‌ରେ ଫେକ୍‌ ଭୋଟରଙ୍କ ତାଲିକା ରହିଥିଲା। ପଶ୍ଚିମବଙ୍ଗରେ ବିଜେପି ୧୬ ଲକ୍ଷ ୯୧ ହଜାର ୧୩୨ ଫେକ୍‌ ଭୋଟରଙ୍କୁ ଚିହ୍ନଟ କରିଛି ବୋଲି ସେ CEOଙ୍କ ନିକଟରେ ଅଭିଯୋଗ କରିଥିଲେ।

ଅଧିକ ପଢ଼ନ୍ତୁ: ସରକାରୀ ବିଜ୍ଞାପନରେ ‘ଶଙ୍ଖ’ ଚିହ୍ନ ବ୍ୟବହାର, BJD ଓ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ECI

Advertisment

ଏହି ତାଲିକାରେ ମୃତ୍ୟୁବରଣ କରିସାରିଥିବା ଭୋଟରଙ୍କ ନାମ ଏବଂ ଯେଉଁ ଭୋଟର ଅନ୍ୟ ସ୍ଥାନକୁ ଯାଇସାରିଛନ୍ତି ସେମାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ସେହିପରି ଏହି ତାଲିକାରେ ଜଣେ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ରହିଥିବା ମଧ୍ୟ ଦେଖିବାକୁ ମିଳିଛି ବୋଲି CEOଙ୍କ ନିକଟରେ ଦାବି କରିଛନ୍ତି ଶୁଭେନ୍ଦୁ ଅଧିକାରୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଓ ଟିଏମ୍‌ସି ପାଇଥିବା ଭୋଟ୍‌ ମଧ୍ୟରେ ଅନ୍ତର ମଧ୍ୟ ୧୭ ଲକ୍ଷ ରହିଥିଲା। ତେବେ ଏହି ଅନ୍ତର ଫେକ୍‌ ଭୋଟରଙ୍କ ପାଇଁ ହୋଇଥିଲା ବୋଲି ସେ ଦାବି କରିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ୧୪ ହଜାର ୨୬୭ ପୃଷ୍ଠାର ଏକ ଡକ୍ୟୁମେଣ୍ଟ ଦାଖଲ କରିବା ସହ ଏହି ସମସ୍ତ ତଥ୍ୟକୁ ଏକ ପେନ୍‌ ଡ୍ରାଇଭ୍‌ରେ ମଧ୍ୟରେ ଦେଇଛନ୍ତି। ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ECIଙ୍କ ପକ୍ଷରୁ ଏକ ଟିମ୍‌ ମାର୍ଚ୍ଚରେ ପିଶ୍ଚିମବଙ୍ଗ ଗସ୍ତରେ ଆସିବେ ଏବଂ ସମସ୍ତ ରାଜନୈତିକ ଦଳ ସହ ବୈଠକ କରିବେ। ତେବେ ସେହି ବୈଠକରେ ଆମେ ଏହି ଫେକ୍‌ ଭୋଟର କଥା ଉଲ୍ଲେଖ କରିବୁ ବୋଲି କହିଛନ୍ତି ଶୁଭେନ୍ଦୁ ଅଧିକାରୀ। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଣିଥିବା ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ମିଛ ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ନେତା।

ଅଧିକ ପଢ଼ନ୍ତୁ: ହିମାଚଳରେ ରାଜନୈତିକ ଅସ୍ଥିରତା; ସଙ୍କଟରେ ସୁଖୁ ସରକାର

Fake Voters Suvendu Adhikari BJP General Elections 2024 TMC
Advertisment
Advertisment