/odishatv-khabar/media/post_attachments/uploadimage/library/16_9/16_9_0/spicejet_1679390444.jpg)
spicejet
ଆପଣ ବିମାନରେ ଯାତ୍ରା କରିଥିବେ । ବିମାନର ଉଡ଼ାଣ ସମୟର ନିୟମ ବାବଦ ତଥ୍ୟ ନିଶ୍ଚୟ ଜଣିଥିବେ । ହେଲେ ବିମାନକୁ ଉଡ଼ାଉଥିବା ବା ଚଳାଉଥିବା ପାଇଲଟ୍ଙ୍କ ବିଷୟରେ କିଛି ଜାଣିଛନ୍ତି କି ? କାହିଁକି ଗୋଟିଏ ବିମାନରେ ଦୁଇଜଣ ପାଇଲଟ୍ ରହିଥାଆନ୍ତି ? ବିମାନ ଉଡାଣ ପୂର୍ବରୁ ସେମାନଙ୍କୁ କ’ଣ ଖାଇବାକୁ ଦିଆଯାଏ ? କାହିଁକି ଅଲଗା ଅଲଗା ସେମାନଙ୍କ ଖାଦ୍ୟ ? ତେବେ ଆସନ୍ତୁ ଜାଣିବା ଏହି ବିଷୟରେ…
ଅଧିକ ପଢ଼ନ୍ତୁ: ଏତେ ଉଚ୍ଚରେ କାହିଁକି ଉଡେ ବିମାନ ? କ’ଣ ଏହାର କାରଣ ?
ଗୋଟିଏ ଯାତ୍ରୀବାହୀ ବିମାନରେ ଦୁଇଜଣ ପାଇଲଟ୍ ରହିଥାଆନ୍ତି । ବିମାନ ଚଳାଇବା ପୂର୍ବରୁ ସେମାନେ ଖାଦ୍ୟ ବି ଖାଇଥା’ନ୍ତି । ହେଲେ ଉଭୟ ପାଇଲଟ୍ଙ୍କୁ ଭିନ୍ନ ଭିନ୍ନ ଖାଦ୍ୟ ଦିଆଯାଇଥାଏ । ଅର୍ଥାତ୍ ଜଣେ ପାଇଲଟ୍ ଗୋଟିଏ ପ୍ରକାରର ଖାଦ୍ୟ ଖାଇଥିଲେ ଅନ୍ୟ ଜଣେ ପାଇଲଟକୁ ଆଉ ଗୋଟିଏ ପ୍ରକାରର ଖାଦ୍ୟ ଦିଆଯାଇଥାଏ ।
ମାତ୍ର କିଛି ଦିନ ହେବ ପାଇଲଟ୍ଙ୍କ ଏହି ଖାଦ୍ୟକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ପାଇଲଟ୍ ଗୋଟିଏ ଗୁଜିଆ ଧରିଥିବା ଦେଖିବାକୁ ମିଳିଥିଲା । ତାଙ୍କ ନିକଟରେ ଅନ୍ୟ ଏକ ଗୁଜିଆ ରହିଥିବା ବେଳେ ଏକ ଖୋଲା କଫି କପ୍ ମଧ୍ୟ ଥିବା ଫଟୋରେ ଦେଖିବାକୁ ମିଳିଥିଲା । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।
ଫଟୋଟି ଭାଇରାଲ ହେବା ପରେ ଏୟାରଲାଇନ୍ସ ସ୍ପାଇସଜେଟ୍ ପକ୍ଷରୁ କର୍ଯ୍ୟାନୁଷ୍ଠାନ ହୋଇଛି । ଦୁଇଜଣ ପାଇଲଟଙ୍କୁ ଦୈନିକ ଫ୍ଲାଇଟ୍ ଡ୍ୟୁଟିରୁ ବାହାର କରିଦିଆଯାଇଛି । ଫଟୋଟି ଦିଲ୍ଲୀ-ଗୁଆହାଟୀ ସ୍ପାଇସଜେଟ୍ ବିମାନର ହୋଇଥିବାବେଳେ ଘଟଣାଟି ମାର୍ଚ୍ଚ ୮ ତାରିଖର ହୋଇଥିବା କୁହାଯାଇଛି । ଘଟଣାକୁ ନେଇ ଏବେ ବି ତଦନ୍ତ ଜାରି ରହିଥିବା କମ୍ପାନୀ କହିଛି ।
ସୂଚନା ଅନୁଯାୟୀ, ଦୁଇଜଣ ପାଲଟଙ୍କୁ ଏକତ୍ର ଗୋଟିଏ ପ୍ରକାରର ଖାଦ୍ୟ ଦିଆଯାଏନାହିଁ । କାରଣ ଦିଆଯାଇଥିବା ଖାଦ୍ୟ ଯଦି କୌଣସି କାରଣରୁ ଖରାପ ଥାଏ ଦୁଇଜଣ ପାଇଲଟଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଥାଏ । ଯାହାକି ବିମାନ ଉଡାଣ ପରେ ବିଶେଷ ପ୍ରଭାବ ପକାଇବା ସହ ଯାତ୍ରୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠିବାର ସମ୍ଭାବନା ରହିଥାଏ । ଖାସ୍ ଏହି କାରଣ ଲାଗି ଉଭୟଙ୍କୁ ସମାନ ଖାଦ୍ୟ ଦିଆଯାଇନଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)