Fadnavis Led Maharashtra Govt: ଫଡ଼ନାଭିସ୍ କ୍ୟାବିନେଟରେ କାହାକୁ କ’ଣ ? କାହାକୁ ମିଳିବ ଅର୍ଥ-ଗୃହ ବିଭାଗ ?

ଗତ ୪ ତାରିଖରେ ଅର୍ଥାତ ଶପଥ ନେବା ପୂର୍ବ ଦିନ ତିନି ନେତା ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେଠି କିଏ ମୁଖ୍ୟମନ୍ତ୍ରୀ ହେବ ପ୍ରଶ୍ନରେ ଏକ ଭିନ୍ନ ମାହୋଲ ସୃଷ୍ଟି ହୋଇଥିଲା ।

Fadnavis Led Maharashtra Govt

ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନାଭିସଙ୍କ ସରକାରରେ କାହାକୁ ମିଳିବ କେଉଁ ପଦବୀ? ମୁଖ୍ୟତଃ ଅର୍ଥ ଓ ଗୃହ ବିଭାଗ କାହାକୁ ମିଳିବ? ଏବେ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ଦେବେନ୍ଦ୍ରଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ମଧ୍ୟରେ କାହାକୁ କ’ଣ ମିଳିବ ସେନେଇ ଏବେଠୁ ଲବି ଆରମ୍ଭ ହୋଇ ସାରିଲାଣି । ହେଲେ ଏସବୁ ଭିତରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ।

ଗତ ୪ ତାରିଖରେ ଅର୍ଥାତ ଶପଥ ନେବା ପୂର୍ବ ଦିନ ତିନି ନେତା ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେଠି କିଏ ମୁଖ୍ୟମନ୍ତ୍ରୀ ହେବ ପ୍ରଶ୍ନରେ ଏକ ଭିନ୍ନ ମାହୋଲ ସୃଷ୍ଟି ହୋଇଥିଲା । ଅଜିତ ପାୱାର୍ କହିଥିଲେ କି ସିନ୍ଧେ କିମ୍ବା ଫଡନାଭିସ୍ ଶପଥ ନେବେ ନା ନାହିଁ ସେ ଜାଣିନାହାନ୍ତି କିନ୍ତୁ ସେ ନିଶ୍ଚିତ ଶପଥ ନେବେ ବୋଲି ହସି ହସି କହିଥିଲେ । ଏକଥାର ଜବାବ ବି ହସି ହସି ଦେଇଥିଲେ ସିନ୍ଦେ ।

ଅଧିକ ପଢ଼ନ୍ତୁ: ରାଜ୍ୟସଭାରେ ନୋଟ୍ ବିଡ଼ା, କଂଗ୍ରେସ ସାଂସଦଙ୍କ ସିଟ୍‌ରୁ ମିଳିଲା

ଅଜିତ ଦାଦାଙ୍କ ଅଭ୍ୟାସ ରହିଛି ସକାଳେ ଶପଥ ନେବେ, ସଂଧ୍ୟାରେ ଶପଥ ନେବେ ବୋଲି ଇଙ୍ଗିତ କରି ପୂର୍ବ ସରକାର ବେଳର ଶପଥ ଗ୍ରହଣ କଥାକୁ ଦର୍ଶାଇଥିଲେ । ଏହି କଥା କଥାରେ ଏକ ହସର ଆସର ପ୍ରେସମିଟରେ ଖେଳି ଯାଇଥିଲା । ସେପଟେ ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ଗତକାଲି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍‌ । ମୁମ୍ବାଇ ଆଜାଦ ମୈଦାନରେ ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା ।

ଦେବେନ୍ଦ୍ର ଫଡନାଭିସ ହେଉଛନ୍ତି ବିଜେପିର ଯୁବ ଚେହେରା । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସଂଗଠନରୁ ସରକାର ଯାଏ କାମ କରିବାର ଅଭିଜ୍ଞତା ରହିଛି ତାଙ୍କ ପାଖରେ । ୨୦୧୪ରୁ ୨୦୧୯ ଯାଏ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ଦେବେନ୍ଦ୍ର ଫଡନାଭିସ୍‌ । ସେହିପରି ୨୦୧୯ରୁ ୨୦୨୨ ଯାଏ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୨୨ରୁ ମହାୟୁତି ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ଦେବେନ୍ଦ୍ର ଫଡନାଭିସ ।

୧୯୯୭ରୁ ୨୦୦୧ ଯାଏ ସେ ନାଗପୁରରେ ମେୟର ଥିଲେ । ଦେବେନ୍ଦ୍ରଙ୍କ କଥା କହିବାକୁ ଗଲେ, ସେ ହେଉଛନ୍ତି ମହାରାଷ୍ଟ୍ରରେ ବିଜେପିର ସବୁଠାରୁ ବଡ଼ ନେତା, ବ୍ରାହ୍ମଣ ଚେହେରା ମଧ୍ୟ । ଆରଏସଏସ ଏବଂ ବିଜେପିର ଶୀର୍ଷ ନେତାଙ୍କ ପସନ୍ଦ ହେଉଛନ୍ତି ଦେବେନ୍ଦ୍ର । ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ଫଡନାଭିସ୍‌ । ମୁମ୍ବାଇରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା ସୀତାରମଣ ଓ ବିଜୟ ରୂପାନୀଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ସେଠାରେ ସର୍ବସମ୍ମତରେ ଫଡନାଭିସ୍‌ ନେତା ନିର୍ବାଚିତ ହୋଇଥିଲେ । ଏଥିସହ CM ସସ୍‌ପେନ୍ସ ଉପରୁ ପରଦା ହଟିଥିଲା ।

ଅଧିକ ପଢ଼ନ୍ତୁ: ଲାଜ ଲାଗୁଛି ତ ମୋ ପାଖକୁ ଆସ... କାହିଁକି ଏପରି କହିଲେ ଟିନା