Advertisment

ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ଏକାକୀ ରହୁଥିବା କର୍ମଜୀବୀ ମହିଳା: ବମ୍ବେ ହାଇକୋର୍ଟ

ଏ ସମ୍ପର୍କିତ ଏକ ଆବେଦନକୁ ଖାରଜ କରିଦେଇଥିଲେ ଜିଲ୍ଲା କୋର୍ଟ।

author-image
Chandan Shishu
ଅଦ୍ୟତନ ହୋଇଛି
Single Working Woman Can Adopt Child: Bombay HighCourt

Single Working Woman Can Adopt Child: Bombay HighCourt

ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ଏକାକୀ କର୍ମଜୀବୀ ମହିଳା। ଏକ ମାମଲାର ଶୁଣାଣି କରି ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ। ଏକାକୀ ରହୁଥିବା କର୍ମଜୀବୀ ମହିଳାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ହାଇକୋର୍ଟ। ସ୍ୱାମୀ ପରିତ୍ୟକ୍ତା ମହିଳା କିମ୍ବା ସିଙ୍ଗଲ ପାରେଣ୍ଟ (ପିଲାଙ୍କୁ ପାଖରେ ରଖି ଏକାକୀ ପାଳନ କରୁଥିବା ବ୍ୟକ୍ତି) ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଯୋଗ୍ୟ। 

Advertisment

ଘଟଣାଟି ଥିଲା ଏମିତି...

ଜଣେ ମହିଳା ସେମାନଙ୍କ ପିଲାକୁ ତାଙ୍କ ନିଜ ଭଉଣୀକୁ Section 56(2) of the JJ Act read with Rules 51 and 55 of the Adoption Regulations, 2017 ଅନୁସାରେ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିବେଦନ କରିଥିଲେ। ଶିଶୁର ବାପା ମା ସେମାନଙ୍କ ସନ୍ତାନଙ୍କୁ ୪୭ ବର୍ଷିୟ ମାଉସୀ(ମହିଳାଙ୍କ ଭଉଣୀ)ଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ନିବେଦନ କରିଥିଲେ। ମହିଳାଙ୍କ ଭଉଣୀ ଜଣେ ଶିକ୍ଷୟିତ୍ରୀ ଓ ସ୍ୱାମୀ ପରିତ୍ୟକ୍ତା। ସେମାନେ ତାଙ୍କର ପିଲାଙ୍କୁ ତାଙ୍କ ଭଉଣୀଙ୍କୁ ଦେବା ପାଇଁ ଚାହିଁଥିଲେ। ଏଥିପାଇଁ ଶିଶୁଙ୍କ ଜନ୍ମ କାଗଜପତ୍ର ବଦଳାଇବାକୁ ଚାହିଁଥିଲେ।

ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ବିବାହିତଙ୍କ ପରି ଅବିବାହିତ ମହିଳାଙ୍କୁ ଗର୍ଭପାତ ଅଧିକାର

Advertisment

ହେଲେ ତାଙ୍କର ଆବେଦନକୁ ଖାରଜ କରିଦେଇଥିଲେ ଜିଲ୍ଲା କୋର୍ଟ। କୋର୍ଟ କହିଥିଲେ ଯେ, ସନ୍ତାନ ଗ୍ରହଣ କରିବାକୁ ଥିବା ମହିଳା ଜଣେ କର୍ମଜୀବୀ, କିନ୍ତୁ ବାପା ମା ନିଜ ପିଲାମାନଙ୍କୁ ଯେଭଳି ଯତ୍ନ କରନ୍ତି, ସେଭଳି ଯତ୍ନ ନେଇପାରିବେ ନାହିଁ। ତଳ କୋର୍ଟକୁ ଚାଲେଞ୍ଜ କରି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସମ୍ପୃକ୍ତ ମହିଳା। ଶେଷରେ ତାଙ୍କ ସପକ୍ଷରେ କୋର୍ଟ ରାୟ ଶୁଣାଇଥିଲେ। 

ଜଷ୍ଟିସ୍‌ ଗୌରୀ ଗଡସେ କହିଛନ୍ତି ଯେ ୨୦୧୫ (ଶିଶୁର ଯତ୍ନ ଓ ସୁରକ୍ଷା) ଆଇନ୍‌ ଅନୁସାରେ ସ୍ୱାମୀ ପରିତ୍ୟକ୍ତା ମହିଳା କିମ୍ବା (ପିଲାଙ୍କୁ ପାଖରେ ରଖି ଏକାକୀ ପାଳନ କରୁଥିବା ବ୍ୟକ୍ତି) ସିଙ୍ଗଲ ପାରେଣ୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଯୋଗ୍ୟ, ଯଦି ସେମାନେ ସମସ୍ତ ସର୍ତ୍ତାବଳୀକୁ ପୂରଣ କରୁଥିବେ। 

କୋର୍ଟ ଆହୁରି କହିଛନ୍ତି ଯେ, ଜଣେ ଜନ୍ମ ଦେଇଥିବା ମହିଳା ଓ ଏକାକୀ ରହୁଥିବା ମହିଳାଙ୍କ ଭିତରେ ତଫାତ୍ ଦେଖିବା ଆଗକାଳର ଚିନ୍ତାଧାରା ଓ ମାନସିକତାକୁ ଦର୍ଶାଉଛି।

Bombay Highcourt
Advertisment
Advertisment