/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755406122.jpg)
Shubhanshu returns
ଭାରତ ଫେରିଲେ ସୁନା ପୁଅ ଶୁଭାଂଶୁ ଶୁକ୍ଳା। ଆକ୍ସିୟମ୍-4 ମିଶନ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଆଜି ଭୋର୍ ସମୟରେ ଭାରତରେ ପହଞ୍ଚିଛନ୍ତି। ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସ୍ବାଗତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଏହା ଭାରତ ପାଇଁ ଗର୍ବର ମୁହୂର୍ତ୍ତ। ଭାରତର ମହାକାଶ ଗୌରବ ଭାରତ ମାଟିକୁ ସ୍ପର୍ଶ କରିଛନ୍ତି। ଦିଲ୍ଲୀରେ ଶୁଭାଂଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ତା ପରେ ସେ ବେଙ୍ଗାଲୁରୁ ଯିବେ। ୨୩ ତାରିଖରେ ଇସ୍ରୋର ଅନ୍ତର୍ଜାତୀୟ ମହାକାଶ ଦିବସ ସମାରୋହରେ ଯୋଗଦେବେ। ଏହା ପରେ ଅଗଷ୍ଟ ୨୫ରେ ଲକ୍ଷ୍ନୌ ଆସିବେ ଶୁଭାଂଶୁ। ପୁଅର ଫେରିବା ବାଟକୁ ଅନାଇ ରହିଛନ୍ତି ବାପା ମାଆ, ପରିବାର ଓ ସମ୍ପର୍କୀୟ।
ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ଜଣ କ୍ରୁ ମେମ୍ବରଙ୍କ ସହ ଚଳିତ ବର୍ଷ ଜୁନ୍ ମାସରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚି ଥିଲେ। ସେ ମହାକାଶକୁ ଯିବାରେ ରାକେଶ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ଓ ଆଇଏସଏସରେ ପହଞ୍ଚିବାରେ ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଥିଲେ। ମିସନ୍ ପାଇଲଟ୍ ଭାବେ କାର୍ଯ୍ୟ କରୁଥିବା ଶୁଭାଂଶୁଙ୍କ ସହ ଆମେରିକାର ପେଗି ହ୍ୱିଟସନ୍, ପୋଲାଣ୍ଡର ସାଓଜ୍ ଉଜନାନ୍ ସ୍କି ଓ ହଙ୍ଗେରୀର ଟିବୋର କାପୁ ସାମିଲ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)