Advertisment

Family Suicide News: ଚାଞ୍ଚଲ୍ୟକର ଘଟଣା: ବିଷ ପିଇ ଜୀବନ ହାରିଦେଲେ ପୂରା ପରିବାର, ଜାଣନ୍ତୁ କାହିଁକି...

କାର ଭିତରୁ ୬ ଜଣ ଓ କାର ବାହାରୁ ପରିବାର ମୁଖିଆ ପ୍ରବୀଣ ମିତ୍ତଲଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ହରିୟାଣାର ପଞ୍ଚକୁଲା ସେକ୍ଟର-୨୭ ଅଞ୍ଚଳରେ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Family Suicide News

Family Suicide News

୨୦ କୋଟି ଋଣ ପାଇଁ ବିଷ ପିଇ ଜୀବନ ହାରିଦେଲେ ପୂରା ପରିବାର। କାର ଭିତରୁ ୬ ଜଣ ଓ କାର ବାହାରୁ ପରିବାର ମୁଖିଆ ପ୍ରବୀଣ ମିତ୍ତଲଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ହରିୟାଣାର ପଞ୍ଚକୁଲା ସେକ୍ଟର-୨୭ ଅଞ୍ଚଳରେ । ଆତ୍ମହତ୍ୟା ପଛରେ ୨୦ କୋଟିର ଋଣ ଥିବା ମୃତ ପରିବାରର ମୁଖିଆ ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ମୃତ୍ୟୁର ୫ ମିନିଟ ପୂର୍ବରୁ କହିଥିବା ସୂଚନା ମିଳିଛି। 

Advertisment

ମୃତକ ୭ ଜଣଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଶିଶୁ । ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ସ୍ଥାନୀୟ ଲୋକେ ରାସ୍ତା କଡ଼ରେ କାର ପାର୍କିଂ ହୋଇଥିବା ଦେଖି କାର ବାହାରେ ବସିଥିବା ଜଣେ ବୟସ୍କ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଏତିକି ବେଳେ କାର ଭିତରେ ୬ ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ବାହାରେ ବସିଥିବା ପରିବାରର ମୁରବୀ କହିଥିଲେ ସେ ବି ୫ ମିନିଟ ଭିତରେ ମରିଯିବେ। ତେବେ ଏହାପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡାକିଥିଲେ ବି ଆମ୍ବୁଲାନ୍ସ ପହଞ୍ଚିବା ଆଗରୁ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇସାରିଥିଲା। 

ଅଧିକ ପଢ଼ନ୍ତୁ: ୨୬୦୦ ଟଙ୍କା ପାଇଁ ଜେଜେ ମା’ଙ୍କ ଜୀବନ ନେଲା ନାବାଳକ ନାତି

ତେବେ ଏହି ପରିବାର ଉତ୍ତରାଖଣ୍ଡର। ଏମାନେ ବାଗେଶ୍ବର ଧାମକୁ ପ୍ରବଚନ ଶୁଣିବାକୁ ଯାଇଥିଲେ । ଫେରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ମୃତ୍ୟୁ ପୂର୍ବରୁ ପରିବାରର ମୁରବୀ ପ୍ରବୀଣ ମିତ୍ତଲ କହିଛନ୍ତି । 

Advertisment

ଖବର ଅନୁଯାୟୀ କିଛି ବର୍ଷ ତଳେ ପ୍ରବୀଣଙ୍କ ହିମାଚଳ ପ୍ରଦେଶର ବଡ୍ଡିରେ ଏକ ସ୍କ୍ରାପ୍ ଫ୍ୟାକଟ୍ରି ଥିଲା । ତେବେ ଋଣ ଭାର ବଢ଼ିବାରୁ ବ୍ୟାଙ୍କ ତାଙ୍କ କାରଖାନାକୁ ଜବତ କରିଥିଲା । ତେବେ ଏହି ଘଟଣା ପରେ ପ୍ରବୀଣ ଡେରାଡୁନରେ ୬ ବର୍ଷ ଧରି ରହୁଥିଲେ । ଏହାରି ଭିତରେ ତାଙ୍କର ୨୦ କୋଟି ଟଙ୍କା ଋଣ ହୋଇଯାଇଥିଲା । କିଛି ମାସ ହେଲା ସେ ପଞ୍ଚକୁଲା ଆସି ସେଠାରେ ଟାକ୍ସି ଚଳାଉଥିଲେ । ତେବେ ବ୍ୟାଙ୍କ ତାଙ୍କ ଘର ଓ ଗାଡ଼ି ମଧ୍ୟ ଜବତ କରିଥିଲା । ତେବେ ଆତ୍ମହତ୍ୟା ପଛର ପ୍ରକୃତ କାରଣ କଣ ସେନେଇ ତଦନ୍ତ କରୁଛି ପୋଲିସ ।

Loan Burden
Advertisment
Related Articles
Advertisment