Advertisment

Sambhal Violence: ଉତ୍ତରପ୍ରଦେଶରେ ଭୟଙ୍କର ହିଂସା: ବନ୍ଦ ହେଲା ସ୍କୁଲ୍‌-ଇଣ୍ଟରନେଟ୍ ସେବା, ୪ ମୃତ

ଅଶାନ୍ତ ହେବାରେ ଲାଗିଛି ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳ । ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ।

ଅଦ୍ୟତନ ହୋଇଛି
Schools closed internet snapped in Sambhal

Schools closed internet snapped in Sambhal

Advertisment

ଭୟଙ୍କର ହିଂସା । ୪ ଜଣଙ୍କର ମୃତ୍ୟୁ । ସ୍କୁଲ୍‌ ବନ୍ଦ । ଇଣ୍ଟରନେଟ୍ ସେବା ବି ବନ୍ଦ । ଅଶାନ୍ତ ହେବାରେ ଲାଗିଛି ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳ । ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ । ଯାହାଫଳରେ ୪ ଜଣ ପ୍ରାଣ ହରାଇବା ସହ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସର୍ଭେକୁ ବିରୋଧ କରି ରବିବାର ସକାଳେ ଆରମ୍ଭ ହୋଇଥିବା ହିଂସା ଆଜି ମଧ୍ୟ ଜାରି ରହିଛି । 

Advertisment

ହିଂସା ପରେ ସମ୍ଭଲ ଓ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଆଜି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୧ ପର୍ଯ୍ୟନ୍ତ ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାରେ ବାହାର ଲୋକ, ସାମାଜିକ ସଙ୍ଗଠନ ଏବଂ ଜନ ପ୍ରତିନିଧିଙ୍କ ପ୍ରବେଶ ବ୍ୟାନ୍‌ ବି କରାଯାଇଛି । ଅତ୍ୟଧିକ ସମ୍ବେଦନଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ପଦକ୍ଷେପ ନେଇଛି ।

Advertisment


ଏହା ସହ ପଢ଼ନ୍ତୁ: କୁହୁଡ଼ି ସାଜିଲା କାଳ: ବିଭିନ୍ନ ସ୍ଥାନରେ ସିରିଜ୍‌ ଦୁର୍ଘଟଣା;  ୨ ମୃତ, ୩୬ ଆହତ...

ସୂଚନାନୁସାରେ, ହିଂସା ଏବଂ ପଥର ମାଡ଼ ପରେ ଗିରଫ ହୋଇଥିବା ଲୋକଙ୍କ ଘରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । NSA ଅଧୀନରେ ଦୁଷ୍କର୍ମକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁଇ ମହିଳାଙ୍କ ସମେତ ମୋଟ ୨୧ ଜଣଙ୍କୁ ଅଟକ ରଖାଯାଇଛି । ଅଭିଯୁକ୍ତମାନଙ୍କୁ ସିସିଟିଭି ମାଧ୍ୟମରେ ଚିହ୍ନଟ କରାଯାଉଛି।

Advertisment

ଭାରତରେ ମୋଗଲ ସାମ୍ରାଜ୍ୟ ସମୟରେ ମସଜିଦ ନିର୍ମାଣ ପାଇଁ ଏଠାରେ ଥିବା ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିବା ନେଇ ହିନ୍ଦୁ ଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେଣୁ ଏହି ସ୍ଥାନରୁ ମସଜିଦ ଉଚ୍ଛେଦ ପାଇଁ ଦାବି କରିଥିଲେ ହିନ୍ଦୁ ପକ୍ଷ । ଏହି ଆବେଦନର ଶୁଣାଣି କରି କୋର୍ଟ ମସଜିଦରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ସପ୍ତାହରେ ମସଜିଦର ସର୍ଭେ କରାଯାଇଥିଲା। ଗତକାଲି ଦ୍ୱିତୀୟ ଥର ପାଇଁ ମସଜିଦର ସର୍ଭେ କରିବାକୁ ଟିମ୍‌ ପହଞ୍ଚିଥିଲା। ତେବେ ଲୋକେ ଏହାକୁ ବିରୋଧ କରିଥିଲେ। ପ୍ରକୃତରେ, ଆଡଭୋକେଟ୍ କମିଶନରଙ୍କ ନେତୃତ୍ୱରେ ଏକ ଟିମ୍ ରବିବାର ସକାଳେ ସର୍ଭେ କରିବା ପାଇଁ ପହଞ୍ଚିବା ମାତ୍ରେ ମସଜିଦ ଚାରିପାଖରେ ଭିଡ଼ ଜମିଥିଲା। ସର୍ଭେକୁ ବିରୋଧ କରି ପୁଲିସ ଉପରକୁ ଲୋକେ ପଥର ଫିଙ୍ଗିବା ଆରମ୍ଭ କରିଥିଲା। ଏହାର ଜବାବରେ ପୁଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା। ଏହାପରେ ହିଂସାତ୍ମକ ସ୍ଥିତି ଉପୁଜିଥିଲା।

ତେବେ ଏହି ଘଟଣାରେ ଶାସକ ଦଳ ବିଜେପିକୁ ଘେରିଛନ୍ତି ବିରୋଧି । କଂଗ୍ରେସ ଅଭିଯୋଗ କରିଛି ଯେ, ପୋଲିସ ବିକ୍ଷୋଭକାରୀଙ୍କ ଉପରକୁ ସିଧାସଳଖ ଗୁଳି ଚାଳନ କରିଥିଲା । ଯାହାଫଳରେ ଏମିତି ଭୟଙ୍କର ହିଂସା ଦେଖିବାକୁ ମିଳିଛି । ଏହା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି-ଆର୍‌ଏସ୍‌ଏସ୍‌ର ସୁଚିନ୍ତିତ ଯୋଜନା ବୋଲି ଅଭିଯୋଗ କରିଛି କଂଗ୍ରେସ । ଅନ୍ୟପଟେ ସାମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ।  

ଏହା ସହ ପଢ଼ନ୍ତୁ: ନିଜ ଜୀବନକୁ ବାଜି ଲଗାଇ ବଞ୍ଚେଇଲେ ୭ ଶିଶୁର ଜୀବନ, କିନ୍ତୁ ନିଆଁରେ ଜଳିଗଲେ ନିଜର ଯାଆଁଳା ଝିଅ

Schools Violence Schools Closed Mosque Internet Uttarpradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ