• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରବିବାର କହିଲେ ସାଧାରଣତଃ ସମସ୍ତେ ଛୁଟିଦିନ ହିଁ ଜାଣନ୍ତି । ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ବନ୍ଦ ମଧ୍ୟ ରହିଥାଏ । ଆଉ ଯଦି ରବିବାରକୁ ନେଇ କେହି  ସ୍କୁଲ ଖୋଲାକଥା କହିବେ ତେବେ ଏହି କଥାକୁ କୌଣସି ବ୍ୟକ୍ତି ବିଶ୍ୱାସ କରିବେନାହିଁ । କାରଣ ପ୍ରତ୍ୟେକ ରବିବାର ଦିନ ସମସ୍ତ ସ୍କୁଲ ବନ୍ଦ ରହିଥାଏ ।

ହେଲେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ରବିବାର ଦିନ ସ୍କୁଲ ଖୋଲାରହେ । ଏହା କୌଣସି ବିଦେଶରେ ନୁହେଁ ବରଂ ଆମ ପଡ଼ୋଶୀ ରାଜ୍ୟରେ ଏମିତି ବ୍ୟବସ୍ଥା ରହିଛି । ନିୟମିତ ଭାବେ ୧୦୧ ବର୍ଷ ହେବ ରବିବାର ଦିନ ପିଲାମାନେ ସ୍କୁଲକୁ ଆସିବା ସହ ଏଠାରେ ପାଠପଢ଼ୁଛନ୍ତି ।

ଅଧିକ ପଢ଼ନ୍ତୁ: ମରୁଭୂମିରେ ମହିଳାଙ୍କ ପାଇଁ ସ୍ୱପ୍ନ ବୁଣୁଛି ଏହି ବିଦ୍ୟାଳୟ

ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନର ଜମାଲପୁର ବ୍ଲକରେ ରହିଛି ଏହି ସ୍କୁଲ । ବିଦ୍ୟାଳୟର ନାଁ ହେଉଛି ଗୋପାଳପୁର ମୁଖକେଶୀ ବିଦ୍ୟାଳୟ। । ଦେଶ ସ୍ୱାଧୀନତା ହେବା ପୂର୍ବରୁ ଏଠାରେ ଏହି ବିଦ୍ୟାଳୟ ରହିଛି । ସେବେଠାରୁ ଏଠାରେ ରବିବାର ଦିନ ସ୍କୁଲ ଖୋଲା ରହିଥିବାବେଳେ ସପ୍ତାହର ପ୍ରତ୍ୟେକ ସୋମବାର ଏଠାରେ ସ୍କୁଲ ବନ୍ଦ ରହିଆସୁଛି । ଖାଲି ଏତିକି ନୁହେଁ, ଏପରି ନିୟମ ପଛରେ ଏକ ବଡ଼ ଇତିହାସ ମଧ୍ୟ ରହିଛି ।

ସ୍କୁଲର ଏପରି ନିୟମ ସମ୍ପର୍କରେ ପ୍ରଧାନଶିକ୍ଷକ ଦେବବ୍ରତ ମୁଖାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସ୍କୁଲର ଏହି ନିୟମ ଅନେକ ପୁରୁଣା । ଦେଶ ସ୍ୱାଧୀନତାର ଏକ ଅଧ୍ୟାୟ ଏହି ବିଦ୍ୟାଳୟ ସହ ଜଡ଼ିତ ରହିଛି । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ସାରା ଦେଶରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଯାହାର ମୁଖ୍ୟ ସ୍ଲୋଗାନ ରହିଥିଲା ବିଦେଶୀ ସାମଗ୍ରୀ, ବିଦେଶୀ ଭାଷା, ବିଦେଶୀ ଶିକ୍ଷାନୁଷ୍ଠାନ ପରି ଅନେକ କିଛି ।

ସେହି ସମୟରେ ଏହି ଗାଁର ମୁଖ୍ୟ ବ୍ୟକ୍ତି ଗାନ୍ଧିଜୀଙ୍କୁ ସହଯୋଗ କରିଥିଲେ । ତାଙ୍କ ଅସହଯୋଗ ଅନ୍ଦୋଳନରେ ସାମିଲ ହୋଇଥିଲେ । ବିଦେଶୀମାନଙ୍କୁ କଡ଼ା ବିରୋଧ କରାଯାଇଥିଲା । ବ୍ରିଟିଶରମାନେ ରବିବାର ଦିନକୁ ଛୁଟି ଦିନ ବୋଲି ସ୍ଥିର କରିବା ସହ ଘୋଷଣା କରିଥିଲେ ।

ତେଣୁ ଏହାକୁ ବିରୋଧ କରି ଏଠାରେ ସ୍ୱଦେଶୀ ନିୟମ ଲାଗୁ କରିବାକୁ ସ୍ଥିର କରାଯାଇଥିଲା । ରବିବାର ଦିନ ସେହି ଅଞ୍ଚଳରେ ସ୍କୁଲ ଖୋଲାରଖି ସୋମବାର ଦିନ ଛୁଟିଦିନ କରିବାକୁ ଘୋଷଣା କରାଯାଇଥିଲା । ସେବେଠାରୁ ଆଜି ଯାଏ ସେଠାରେ ଏହି ନିୟମ ଚାଲିଆସୁଛି ।