/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672638294.jpg)
Supreme Court upholds the decision of the Central government taken in 2016 to demonetise the currenc
ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା ନା ଭୁଲ। ସୁପ୍ରିମକୋର୍ଟ ଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ରାୟ ଶୁଣାଇଛନ୍ତି। ବିମୁଦ୍ରୀକରଣ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଶୁଣାଇଛନ୍ତି। ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହାସହ ବିମୁଦ୍ରୀକରଣ ବିରୋଧରେ ସମସ୍ତ ଆବେଦନ ଖାରଜ କରିଛନ୍ତି। ବିମୁଦ୍ରୀକରଣ ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା ବୋଲି କହିଛନ୍ତି।
ମୋଦି ସରକାର ଙ୍କ ବିମୁଦ୍ରୀକରଣକୁ ଚ୍ୟାଲେଂଜ କରି ହୋଇଥିବା ୫୮ ଆବେଦନ ଉପରେ ଶୁଣାଣି କରି କୋର୍ଟ ଗତ ଡିସେମ୍ବର ୭ରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ରାୟ ପ୍ରକାଶ ପାଇଛି।
ଗତ ୨୦୧୬ ନଭେମ୍ବର ୮ ତାରିଖରେ ହଠାତ୍ କେନ୍ଦ୍ର ସରକାର ବିମୁଦ୍ରୀକରଣ ଘୋଷଣା କରି ହଜାରେ ଓ ୫ ଶହ ଟଙ୍କିଆ ନୋଟ ଅଚଳ କରିଦେଇଥିଲେ। ଶୁଣାଣି ବେଳେ ସୁପ୍ରିମକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏବଂ କେନ୍ଦ୍ର ସରକାରକୁ ସମସ୍ତ ଆବଶ୍ୟକ ଦସ୍ତାବିଜ୍ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)