Advertisment

Supreme Court Ruling on Judicial Service: ନ୍ୟାୟିକ ପରୀକ୍ଷା ଦେଇପାରିବେନି ସଦ୍ୟ ଉତ୍ତୀର୍ଣ୍ଣ ଆଇନ ସ୍ନାତକ: ସୁପ୍ରିମକୋର୍ଟ

ନ୍ୟାୟିକ ସେବାରେ ପ୍ରବେଶସ୍ତରୀୟ ପଦବୀ ଲାଗି ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଏଣିକି ସର୍ବନିମ୍ନ ତିନିବର୍ଷର ଆଇନଗତ ଅଭ୍ୟାସକୁ ବାଧ୍ୟତାମୂଳକ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Supreme Court

Supreme Court

ନ୍ୟାୟିକ ସେବା ପରୀକ୍ଷା ଦେଇପାରିବେନି ସଦ୍ୟ ଉତ୍ତୀର୍ଣ୍ଣ ଆଇନ ସ୍ନାତକ। ସୁପ୍ରିମକୋର୍ଟ ଶୁଣାଇଛନ୍ତି ଏହି ଗୁରୁତ୍ବପୂର୍ଣ୍ଣ ରାୟ । ପ୍ରବେଶସ୍ତରୀୟ ପଦବୀ ଲାଗି ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଏଣିକି ସର୍ବନିମ୍ନ ତିନିବର୍ଷର ଆଇନଗତ ଅଭ୍ୟାସକୁ ବାଧ୍ୟତାମୂଳକ କରାଯାଇଛି।

Advertisment

ଖଣ୍ଡପୀଠ କହିଛନ୍ତି ଯେ ନିମ୍ନ ଡିଭିଜନ୍ କ୍ୟାଡର୍ ଥିବା ଏଣ୍ଟ୍ରି ଲେଭେଲ୍ ସିଭିଲ ଜଜ୍ ପଦବି ପାଇଁ ନ୍ୟାୟିକ ସେବା ପରୀକ୍ଷାରେ ବସିବା ଲାଗି ସର୍ବନିମ୍ନ ୩ ବର୍ଷର ଆଇନ ଅଭ୍ୟାସ ବାଧ୍ୟତାମୂଳକ। ସର୍ବଭାରତୀୟ ବିଚାରପତି ସଂଘ ପକ୍ଷରୁ ଦାୟର ଏକ ଆବେଦନ ଉପରେ ଶୁଣାଣି କରି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

ଅଧିକ ପଢନ୍ତୁ: ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ ! ନିର୍ବାଚନରେ ଓବିସିଙ୍କ ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ବିଆର୍ ଗୱାଇ, ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହ ଓ ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ଭାବ୍ୟ ବିଚାରପତିମାନଙ୍କ ପାଇଁ କୋର୍ଟ ରୁମ୍ ଅଭିଜ୍ଞତାକୁ ଗୁରୁତ୍ୱ ଦେଇଛନ୍ତି। ‘‘ଏକାଧିକ ଉଚ୍ଚ ନ୍ୟାୟାଳୟଙ୍କ କହିବା ଅନୁଯାୟୀ, ନୂଆ ଆଇନ ସ୍ନାତକଙ୍କ ନିଯୁକ୍ତି ଅନେକ ଅସୁବିଧାର କାରଣ ପାଲଟିଛି। ନ୍ୟାୟିକ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଅଦାଲତରେ ବ୍ୟାବହାରିକ ଅଭିଜ୍ଞତା ଜରୁରୀ’’ ବୋଲି ଅଲ ଇଣ୍ଡିଆ ଜଜ୍ ଆସୋସିଏସନ ଦ୍ବାରା ଦାୟର ହୋଇଥିବା ଏକ ପିଟିସନର ଶୁଣାଣି କରି ପ୍ରଧାନ ବିଚାରପତି ଏହା କହିଛନ୍ତି।

ତେବେ ଏହି ନୂତନ ସର୍ତ୍ତ ହାଇକୋର୍ଟ ଦ୍ବାରା ପୂର୍ବରୁ ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତ ହୋଇଥିବା ପ୍ରାର୍ଥୀଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ। ଭବିଷ୍ୟତ ଚୟନ ପ୍ରକ୍ରିୟାରେ ଏହା କାର୍ଯ୍ୟକାରୀ ହେବ।

ଅଧିକ ପଢନ୍ତୁ: ବାଣକୁ ବ୍ୟାନ ନ କରିବାକୁ ନବୀନଙ୍କୁ ଚିଠି ଲେଖିଲେ ଷ୍ଟାଲିନ୍

Supreme Court Supreme Court Of India Chief Justice Of India
Advertisment
Advertisment