/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652962461.jpg)
Supreme Court
ପଛୁଆ ବର୍ଗଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ମଧ୍ୟପ୍ରଦେଶର ସ୍ଥାନୀୟ ନିର୍ବାଚନରେ ଓବିସିଙ୍କ ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା । ନିଜ ପୂର୍ବ ନିର୍ଦ୍ଦେଶରେ ସଂଶୋଧନ ଆଣି ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କ ଆବେଦନକୁ ପ୍ରଥମେ ଖାରଜ କରିଥିଲେ ସୁପ୍ରିମକୋର୍ଟ । ସଂରକ୍ଷଣ ପାଇଁ ଆବଶ୍ୟକ ଟ୍ରିପଲ ଟେଷ୍ଟ ପୂରଣ ହୋଇନଥିବା ଦର୍ଶାଇଥିଲେ ।
ଶିବରାଜ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ଼ ଆଶ୍ୱସ୍ତି ମିଳିଛି । ମଧ୍ୟପ୍ରଦେଶ ପଞ୍ଚାୟତ ନିର୍ବାଚନରେ ​​ଓବିସି ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ । କିନ୍ତୁ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ମଧ୍ୟପ୍ରଦେଶର ନାଗରିକ ତଥା ପଞ୍ଚାୟତ ନିର୍ବାଚନରେ ​​ଓବିସି ସଂରକ୍ଷଣ ସମ୍ପର୍କରେ ଶିବରାଜ ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନ୍ର ପୁଣି ଥରେ ଶୁଣାଣି କରି ବୁଧବାର ଏହି ବଡ଼ ରାୟ ଶୁଣାଇଛନ୍ତି । ମଧ୍ୟପ୍ରଦେଶର ଓବିସି କମିଶନଙ୍କ ରିପୋର୍ଟକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି, ଫଳରେ ଏବେ ସ୍ଥାନୀୟ ନିର୍ବାଚନରେ ​​ଓବିସିଙ୍କୁ ସଂରକ୍ଷଣ ଦିଆଯିବ ।
ତେବେ ଗତ ମେ’ ୧୦ ତାରିଖରେ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶରେ ଓବିସି ସଂରକ୍ଷଣ ବିନା ସ୍ଥାନୀୟ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମଧ୍ୟପ୍ରଦେଶ ନିର୍ବାଚନ ଆୟୋଗକୁ ମେ’ ୨୪ ତାରିଖ ପୂର୍ବରୁ ବିଜ୍ଞପ୍ତି ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଓବିସି ସଂରକ୍ଷଣର ସର୍ତ୍ତ ପୂରଣ ନକରି ପଛୁଆ ଶ୍ରେଣୀକୁ ସଂରକ୍ଷଣ ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)