/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668158726.jpg)
Rajeev Gandhi
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୬ ଜଣଙ୍କୁ ଜେଲରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା । ଏମାନଙ୍କ ମଧ୍ୟରେ ଅଛି ମୁଖ୍ୟ ଅଭିଯୁକ୍ତ ନଳିନୀ ଶ୍ରୀହରନ । ଏହାସହ ଅନ୍ୟ ୫ ଜଣଙ୍କୁ ବି ଛାଡ଼ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଏମାନଙ୍କୁ ମୁକ୍ତ କରିବାକୁ ଆଗରୁ ତାମିଲନାଡୁ ସରକାର ମଧ୍ୟ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ । କିନ୍ତୁ ରାଜ୍ୟପାଳଙ୍କ ପାଖରେ ବହୁ ଦିନ ଧରି ରାଜକ୍ଷମା ଆବେଦନ ପଡ଼ି ରହିଥିବାରୁ ସମସ୍ତଙ୍କୁ ଜେଲରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ରାଜୀବ ଗାନ୍ଧୀଙ୍କ ଗୋଟିଏ ଭୁଲ କଂଗ୍ରେସ ପତନର କାରଣ ହେଲା
ସମ୍ବିଧାନର ଧାରା ୧୪୨ ଅନୁସାରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ଆଗରୁ ଅନ୍ୟତମ ଅଭିଯୁକ୍ତ ପେରାରିଭଲନଙ୍କୁ ମୁକ୍ତ କରିଥିଲେ ସୁପ୍ରିମକୋର୍ଟ । ୧୯୯୧ ମେ’ ୨୧ ତାରିଖରେ ତାମିଲନାଡୁର ଶ୍ରୀପେରୁମବୁଦୁରେ ରାଜୀବ ଗାନ୍ଧିଙ୍କୁ ହତ୍ୟା କରାଯାଇଥିଲା । ଏକ ନିର୍ବାଚନ ରାଲିରେ ପ୍ରଚାର ବେଳେ ତାଙ୍କୁ ଆତ୍ମଘାତୀ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯାଇଥିଲା । ଶ୍ରୀଲଙ୍କାର ଆତଙ୍କବାଦୀ ସଂଗଠନ ଏଲ୍ଟିଟିଇ କରିଥିଲା ଏହି ଷଡ଼ଯନ୍ତ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)