/odishatv-khabar/media/post_attachments/uploadimage/library/16_9/16_9_0/Railway_1676477652.jpg)
Railway
କ’ଣ ଆପଣ ଜାଣିଛନ୍ତି ? ରେଳ ଧାରଣାରେ କାହିଁକି ପଥର ବିଛାଯାଏ । ରେଳ ଟ୍ରାକ୍ରେ ପଥର ବିଛାଯିବା ପଛରେ କ’ଣ ରହିଛି କାରଣ ? କେବଳ ଆମ ଭାରତୀୟ ରେଳବାଇ ପକ୍ଷରୁ ଏହା କରାଯାଉଛି, ନା ଅନ୍ୟ ଦେଶରେ ମଧ୍ୟ ଏପରି ବ୍ୟବସ୍ଥା ରହିଛି । ଆଜ୍ଞା ହଁ, ଆଜି ଆମେ ଆପଣଙ୍କୁ ରେଳ ଟ୍ରାକ୍ର ସମସ୍ତ କଥା ବିଷୟରେ ଗୋଟି ଗୋଟି କରି ଜଣାଇବୁ । ଆସନ୍ତୁ ଜାଣିବା...
ସାଧାରଣତଃ ସମସ୍ତେ ରେଳ ଧାରଣା ଦେଖିଥିବେ । ହେଲେ ରେଳ ଧାରଣାକୁ ନେଇ ସେମିତି କିଛି ଚିନ୍ତା କରିନଥିବେ । ଜାଣନ୍ତି କି, ରେଳ ଟ୍ରାକ୍ର ଲେୟାର ସାଧାରଣତଃ ୩ ପ୍ରକାରର ହୋଇଥାଏ ।
ରେଳ ଟ୍ରାକ୍ର ପ୍ରଥମ ଲେୟାର କଂକ୍ରିଟ୍ ହୋଇଥାଏ । ଯାହାକୁ ରେଳ ଧାରଣାର ତଳେ ସିଧାସିଧା ରଖି ଦିଆଯାଇଥାଏ । ଦ୍ୱିତୀୟରେ ଟ୍ରାକ୍ରେ ଛୋଟ ଛୋଟ ଖଣ୍ଡ ପଥର ଦିଆଯାଇଥାଏ । ଆଉ ତୃତୀୟ ଲେୟାରଟି ହେଉଛି ପଥର ମଝିରେ କିଛି ମାଟି ଦିଆଯାଇଥାଏ ।
ଅଧିକ ପଢ଼ନ୍ତୁ: ଗ୍ୟାସ୍ ସିଲିଣ୍ଡର ତଳେ କାହିଁକି ଥାଏ ଛୋଟ ଛୋଟ କଣା ?
ରେଳ ଟ୍ରାକ୍ରେ ବ୍ୟବହାର ହୋଉଥିବା କଂକ୍ରିଟ୍କୁ ସ୍ଲିପର ବୋଲି କୁହାଯାଏ । ସେହିପରି ରେଳ ଟ୍ରାକ୍ରେ ବ୍ୟବହାର ହେଉଥିବା ଛୋଟଛୋଟ ପଥରକୁ ବେଲେଷ୍ଟ ବୋଲି କୁହାଯାଏ । ଟ୍ରାକ୍ରେ ବ୍ୟବହାର ହେଉଥିବା କଂକ୍ରିଟ୍ ବା ସ୍ଲିପର ଟ୍ରେନ୍ର ଓଜନକୁ ସମ୍ଭାଳିଥାଏ ।
ଟ୍ରେନ୍ ଧାରଣାରେ ବ୍ୟବହୃତ ହେଉଥିବା ପଥର ବା ବେଲେଷ୍ଟ ମଧ୍ୟ ଟ୍ରେନ୍କୁ ଦୁଇଟି ଦିଗରେ ସୁରକ୍ଷା ଦେଇଥାଏ । ପ୍ରଥମଟି ଟ୍ରେନ୍ ଯେତେବେଳେ ଦ୍ରୁତ ଗତିରେ ଯାତ୍ରା କରିଥାଏ, ସେତେବେଳେ ଟ୍ରେନ୍ର ଭାଇବ୍ରେସନ ଯୋଗୁଁ ଛୋଟ ଛୋଟ ପଥର ଖଣ୍ଡ ସବୁ ଯୋଡ଼ି ହୋଇ ରହିଥାଆନ୍ତି । ଯାହାଦ୍ୱାରା ଟ୍ରେନ୍ର ବାଲାନ୍ସ ରହିଥାଏ ।
ଦ୍ୱିତୀୟଟି ଯେବେ ଟ୍ରେନ୍ଟି ଦୁର୍ଘଟଣା ହୋଇଥାଏ । ସେତେବେଳେ ପ୍ରବଳ ଶବ୍ଦ ସହ କମ୍ପନ ହୋଇଥାଏ । ଯାହାକୁ କମ୍ କରିବାରେ ବେଲେଷ୍ଟ ବେଶ୍ ସାହାଯ୍ୟ କରିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)