/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666086431.jpg)
Rahul Gandhi
ଭାରତ ଯୋଡୋ ଯାତ୍ରାରେ ଅଛନ୍ତି ରାହୁଲ ଗାନ୍ଧି। ସାରା ଭାରତ ବୁଲୁଛନ୍ତି। ତଥାପି ଚେହେରାର ଚମକ କମିନି। ତେବେ କେଉଁ ବ୍ରାଣ୍ଡର ସନସ୍କ୍ରିନ ଲୋଶନ ଲଗାଉଛନ୍ତି ରାହୁଲ ? ଆପଣ ଜାଣନ୍ତି ? ହେଲେ ରାହୁଲ ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି ସେ କୌଣସି ସନ୍ସ୍କ୍ରିନ ବ୍ୟବହାର କରନ୍ତି ନାହିଁ। ଏପରିକି ମା’ ସୋନିଆ ତାଙ୍କ ପାଖକୁ ଏକ ସନ୍ସ୍କ୍ରିନ ପଠାଇଥିଲେ। ମାତ୍ର ସେ ଏହାକୁ ବ୍ୟବହାର କରି ନାହାନ୍ତି ।
ରାହୁଲ ଗାନ୍ଧି ଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଭାରତ ଯୋଡ ଯାତ୍ରା । ଏହି ଯାତ୍ରାରେ ୧୫୦ ଦିନରେ ୩୫୭୦ କିଲୋମିଟର ଯାତ୍ରା ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର୭ରେ ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜମ୍ମୁ କଶ୍ମୀରରେ ଶେଷ ହେବ। ଏହି ଯାତ୍ରା ଅବସରରେ ରାହୁଲ ଗାନ୍ଧି ପହଞ୍ଚିଛନ୍ତି କର୍ଣ୍ଣାଟକରେ। ସୋମବାର ଦିନ କର୍ଣ୍ଣାଟକରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ସମୟରେ ଜଣେ ବ୍ୟକ୍ତିଙ୍କ ପ୍ରଶ୍ନର ଉତ୍ତରରେ ରାହୁଲ ସନସ୍କ୍ରିନ ଲଗାଉ ନ ଥିବା କହିଛନ୍ତି।
ରାହୁଲଙ୍କ ମଜାଳିଆ ଉତ୍ତର ଶୁଣି ପ୍ରଶ୍ନକର୍ତ୍ତା ଆହୁରି ମଜାଳିଆ ପ୍ରତ୍ୟୁତ୍ତର ଦେଇଥିଲେ। ସେ କହିଥିଲେ ‘ଆପଣଙ୍କ ମୁହଁ ତ ସନ୍ସାଇନ୍।’
ଭାରତ ଯୋଡା ଯାତ୍ରାରେ ରାହୁଲ ଗାନ୍ଧି ନେତୃତ୍ୱ ନେଉଛନ୍ତି। ଏ ପର୍ଯ୍ୟନ୍ତ ୪ଟି ରାଜ୍ୟ ତଥା ତାମିଲନାଡୁ, କେରଳ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶକୁ ଛୁଇଁସାରିଛି ଏହି ଯାତ୍ର। । ଏବେ ରାହୁଲ ଗାନ୍ଧି କର୍ଣ୍ଣାଟକରେ ଅଛନ୍ତି। ସୋମବାର ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ପାଇଁ ଯାତ୍ରା ବନ୍ଦ ଥିଲା। ଏହି ଅବସରରେ ରାହୁଲ କର୍ଣ୍ଣାଟକର ବଲାରିରେ ଭୋଟ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)