• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାହୁଲଙ୍କୁ ମନ୍ଦିର ପ୍ରବେଶ ବାରଣ । ଏପରି ଅଭିଯୋଗ ଆଣିଛନ୍ତି ନିଜେ ରାହୁଲ ଗାନ୍ଧୀକଂଗ୍ରେସ ତରଫରୁ ଟ୍ୱିଟରରେ ଏକ ଭିଡ଼ିଓ ପୋଷ୍ଟ କରାଯାଇଛି । ଉକ୍ତ ଭିଡ଼ିଓରେ ରାହୁଲ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ମନ୍ଦିର ପ୍ରବେଶ ପ୍ରବେଶ କରିବାକୁ ଦିଆଗଲା ନାହିଁ । ତାଙ୍କର ଭୁଲ କଣ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

ଆସାମର ବଟଦ୍ରବ ସତ୍ର ମନ୍ଦିର । ଆସାମର ସାଧୁ ତଥା ପଣ୍ତିତ ଶ୍ରୀମନ୍ତ ଶଙ୍କରଦେବଙ୍କର ଜନ୍ମସ୍ଥାନ । ସେହି ସ୍ଥାନକୁ ରାହୁଲ ଗାନ୍ଧୀ ପରିଦର୍ଶନ କରିବାକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା । ଫଳରେ ରାହୁଲ ଅସନ୍ତୁଷ୍ଟ ହୋଇଥିଲେ ।

ଅଧିକ ପଢ଼ନ୍ତୁ: ବିରୋଧୀଙ୍କୁ ପରିହାସ କଲେ ଅନୁପମ୍; କହିଲେ ସେମାନଙ୍କ ଭାଗ୍ୟରେ ନାହିଁ

ତାଙ୍କ ଉପରେ ଲାଗିଥିବା ଏହି ପ୍ରତିବନ୍ଧକକୁ ନେଇ ରାହୁଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା ବେଳେ କେଉଁ କାରଣ ପାଇଁ ତାଙ୍କୁ ପ୍ରବେଶର ଅନୁମତି ମିଳିନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ତାଙ୍କର କି ଅପରାଧ ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ସାଇଟ X ରେ କଂଗ୍ରେସ ତରଫରୁ ପୋଷ୍ଟ କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ଅସୁବିଧା ସୃଷ୍ଟି କରିବାକୁ ସେ ଚାହୁଁନାହାଁନ୍ତି । କେବଳ ମନ୍ଦିରରେ ପ୍ରାର୍ଥନା କରିବାକୁ ଚାହୁଁଛନ୍ତି । ତଥାପି କାହିଁକି ତାଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳୁନି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିର କରିବେ ଯେ, କିଏ ମନ୍ଦିରରେ ପ୍ରବେଶ କରିବ ଆଉ କରିବନି । ତାଙ୍କ ଇଚ୍ଛାରେ ହିଁ ଜଣେ ମନ୍ଦିରରେ ପ୍ରବେଶ କରିପାରିବ ବୋଲି କହିଛନ୍ତି ରାହୁଲ ।

ଏନେଇ ରାହୁଲ ଗାନ୍ଧୀ ନାଗାଓଁରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଓ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ମଧ୍ୟରେ ଅନାବଶ୍ୟକ ପ୍ରତିଯୋଗିତାକୁ ଏଡ଼ାଇବାକୁ ରାହୁଲଙ୍କୁ ଅନୁରୋଧ କରିଥିଲେ । ଏଣୁ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ରୁଟ ପରିବର୍ତ୍ତନ କରିବାକୁ ରାହୁଲଙ୍କୁ କହିଥିଲେ । ଏପରି କରିବା ଦ୍ୱାରା ଆସାମର ଭାବମୂର୍ତ୍ତି ଉପରେ ନକାରାତ୍ମକ ପ୍ରଭାବ ପକାବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ବଟଦ୍ରବ ସତ୍ର ମନ୍ଦିର ମଧ୍ୟରେ ପ୍ରତିଯୋଗିତା ନକରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ଗୋଟାଏ ପଟେ ଟିଭି ଚାନେଲଗୁଡ଼ିକରେ ପ୍ରାଣ ପ୍ରତିଷ୍ଠା ସମାରୋହ ଚାଲିଥିବା ବେଳେ ଅନ୍ୟପଟେ ରାହୁଲଙ୍କ ଜନ୍ମସ୍ଥାନ ପରିଭ୍ରମଣ ଦେଖାଇବେ । ଏହା ଆସାମ ପାଇଁ ଭଲ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।