Advertisment

'ତ୍ୱରିତ ନ୍ୟାୟ ଦେଇ ସାରା ଦେଶରେ ଉଦାହରଣ ସାଜୁ ଓଡ଼ିଶା ହାଇକୋର୍ଟ'

ରାଷ୍ଟ୍ରପତି କହିଥିଲେ, ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ହଇରାଣ ହେଉଛନ୍ତି, ବହୁ ନିର୍ଦ୍ଦୋଷଙ୍କ ଜୀବନର ମୂଲ୍ୟବାନ ସମୟ ଜେଲରେ କଟୁଛି। ଯାହା ଚିନ୍ତାର ବିଷୟ।

author-image
Chandan Shishu
undefined

President Of India

ତ୍ୱରିତ ନ୍ୟାୟ ଦେଇ ସାରା ଦେଶରେ ଉଦାହରଣ ସାଜୁ ଓଡ଼ିଶା ହାଇକୋର୍ଟ। କଟକ ଇଣ୍ଡୋର ଷ୍ଟାଡିୟମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର 75ତମ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇ ଏଭଳି ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ। ବିଳମ୍ବିତ ନ୍ୟାୟ ସଂପର୍କରେ ନିଜ ଉଦବେଗକୁ ଦୋହରାଇବା ସହ ସମାଜର ବଞ୍ଚିତ ବର୍ଗ ପାଖରେ କିଭଳି ସୁବିଧାରେ ନ୍ୟାୟ ପହଞ୍ଚି ପାରିବ, ତା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି।  ଏହି ମର୍ମରେ ମହାତ୍ମା ଗାନ୍ଧିଙ୍କ ବହୁ ଚର୍ଚ୍ଚିତ ଟାଲିସମ୍ୟାନ୍ ଉକ୍ତିକୁ ଉଦ୍ଧାର କରିଛନ୍ତି ରାଷ୍ଟ୍ରପତି।

Advertisment

ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ, ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠାର 75 ବର୍ଷ ପୂର୍ତ୍ତି ଉତ୍ସବର ସମାପନ ସମାରୋହରେ ଏଇ ମାଟିର ଝିଅ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଜ ଅଭିଭାଷଣରେ ଏଇଭଳି ଢଙ୍ଗରେ ବୀରମାଟି କଟକକୁ ପ୍ରଣାମ କରିଥିଲେ ରାଷ୍ଟ୍ରପତି। ଏଥିସହ ଉତ୍କଳ ଗୌରବ ମଧୁସୂଦନ, ଉତ୍କଳ ମଣି ଗୋପବନ୍ଧୁ, ନେତାଜୀ ସୁଭାଷ ବୋଷଙ୍କ ଭଳି ବରପୁତ୍ର ଏବଂ ଓଡ଼ିଶା ହାଇକୋର୍ଟର ଗୌରବ ଗାଥା ଓ ସୁଦୀର୍ଘ ଇତିହାସର ଅବତାରଣା କରିବା ସାଙ୍ଗକୁ ବର୍ତ୍ତମାନ ସମୟର ସବୁଠୁ ବଡ଼ ଆହ୍ବାନ ବିଳମ୍ବିତ ନ୍ୟାୟ ନେଇ ନିଜ ଉଦବେଗକୁ ବି ଦୋହରାଇ ଥିଲେ ରାଷ୍ଟ୍ରପତି।

କହିଥିଲେ, ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ହଇରାଣ ହେଉଛନ୍ତି, ବହୁ ନିର୍ଦ୍ଦୋଷଙ୍କ ଜୀବନର ମୂଲ୍ୟବାନ ସମୟ ଜେଲରେ କଟୁଛି। ଯାହା ଚିନ୍ତାର ବିଷୟ। ତ୍ବରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ। ତେଣୁ ତ୍ବରିତ ନ୍ୟାୟ ଦେଇ ଓଡ଼ିଶା ହାଇକୋର୍ଟ ଉଦାହରଣ ସାଜୁ। ଏଥିସହ ସମାଜର ବଞ୍ଚିତ ବର୍ଗଙ୍କୁ କିଭଳି ନ୍ୟାୟ ମିଳିବ ତାହା ଆମର କର୍ତ୍ତବ୍ୟ ହେବା ଉଚିତ କହି ମହାତ୍ମା ଗାନ୍ଧୀଙ୍କ ଚର୍ଚ୍ଚିତ ଟାଲିସମ୍ୟାନ୍ ବା ଗାନ୍ଧୀଙ୍କ ତାବିଜ ଉକ୍ତିର ଉଦ୍ଧାର କରିଥିଲେ ରାଷ୍ଟ୍ରପତି।

Advertisment

କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ, ମୁରଲୀଧର, ଆଇନମନ୍ତ୍ରୀ କଗନ୍ନାଥ ସାରକା, ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା, ହାଇକୋର୍ଟ ବାର ଆସୋସିଏସନର ସଭାପତି ଧରଣୀଧର ନାୟକ ପ୍ରମୁଖଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶା ହାଇକୋର୍ଟ ଉପରେ ଆଧାରିତ ଏକ ସ୍ମାରକୀ ଡାକ ଟିକେଟ୍ ଓ ହାଇକୋର୍ଟର ସ୍ମରଣୀକାକୁ ମଧ୍ୟ ରାଷ୍ଟ୍ରପତି ଉନ୍ମୋଚନ କରିଥିଲେ।

ଓଡ଼ିଶା ହାଇକୋର୍ଟର 75 ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଐତିହାସିକ ବାରବାଟୀ କିଲା ପରିସରରେ ଥିବା ମ୍ୟୁଜିୟମ ଅଫ ଜଷ୍ଟିସ୍ ବା ନ୍ୟାୟ ସଂଗ୍ରହାଳୟ ବୁଲି ଦେଖିଥିଲେ ରାଷ୍ଟ୍ରପତି। ରାଜ୍ୟର ନ୍ୟାୟିକ ଇତିହାସ ଓ ଐତିହ୍ୟକୁ ସଂରକ୍ଷଣ କରିବା ସହ ପ୍ରଦର୍ଶନ ଉଦ୍ଦେଶ୍ୟରେ ଗତ ଫେବ୍ରୁଆରିରେ ଉଦ୍ଘାଟିତ ଏଇ ନ୍ୟାୟ ସଂଗ୍ରହାଳୟକୁ ଦେଶର ପ୍ରଥମ ବୋଲି କୁହାଯାଉଛି। ମ୍ୟୁଜିୟମ ଅଫ ଜଷ୍ଟିସ ପରିଦର୍ଶନ ପରେ ରାଷ୍ଟ୍ରପତି ହାଇକୋର୍ଟ ଯାଇ ଜଜେସ ଲାଉଞ୍ଜରେ ମଧ୍ୟାହ୍ନ ଭୋଜନ କରିଥିଲେ।

President Of India Droupadi Murmu
Advertisment
Advertisment