Advertisment

Potato Traders Threaten Strike: ପଶ୍ଚିମବଙ୍ଗରେ ପଚିଲାଣି ଆଳୁ; ଦିଦିଙ୍କ ବିରୋଧରେ ଧର୍ମଘଟକୁ ଓହ୍ଲାଇବ ବ୍ୟବସାୟୀ ସଂଘ

ପଶ୍ଚିମବଙ୍ଗର ଗୋଦାମ ମାନଙ୍କରେ ପ୍ରାୟ ୭ଲକ୍ଷ ମେଟ୍ରିକ ଟନ୍  ଆଳୁ ଗଚ୍ଛିତ ଅଛି । ପଶ୍ଚିମବଙ୍ଗର ଆବଶ୍ୟକତା ପ୍ରାୟ ୫ଲକ୍ଷ ମେଟ୍ରିକ ଟନ୍ ଥିବା ବେଳେ, ବଳକା ଆଳୁ ନଷ୍ଟ ହେବାର ଆଶଙ୍କା ରହିଛି ।

ଅଦ୍ୟତନ ହୋଇଛି
Potato Traders Threaten Strike

Potato Traders Threaten Strike

Advertisment

ପଶ୍ଚିମବଙ୍ଗରେ ପର୍ଯ୍ୟାପ୍ତ ଆଳୁ ମହଜୁଦ୍ ଅଛି, ଶୀତଳଭଣ୍ଡାରରେ ନଷ୍ଟ ହେବାକୁ ବସିଛି । ହେଲେ ବାହାର ରାଜ୍ୟକୁ ଆଳୁ ପଠାଇବାକୁ ସରକାର ଅନୁମତି ଦେଉନାହାନ୍ତି। ପ୍ରତିବାଦରେ ଆସନ୍ତାକାଲିଠୁ ପଶ୍ଚିମବଙ୍ଗର ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘ ଧର୍ମଘଟକୁ ଓହ୍ଲାଇବ। ଏବେ ପଶ୍ଚିମବଙ୍ଗର ଗୋଦାମ ମାନଙ୍କରେ ପ୍ରାୟ ୭ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି । 

Advertisment

ପଶ୍ଚିମବଙ୍ଗର ଆବଶ୍ୟକତା ପ୍ରାୟ ୫ଲକ୍ଷ ମେଟ୍ରିକ ଟନ୍ ଥିବା ବେଳେ, ବଳକା ଆଲୁ ନଷ୍ଟ ହେବାର ସମ୍ଭାବନା ରହିଛି । ଏଣୁ ପ୍ରତିବାଦ ସ୍ବରୂପ କାଲିଠୁ ସମସ୍ତ ଶୀତଳଭଣ୍ଡାର ଓ ଗୋଦାମ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ଆଜି ବ୍ୟବସାୟୀମାନଙ୍କୁ ଆଲୋଚନାକୁ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବ୍ୟବସାୟୀଙ୍କ ସହ ଆଳୁ ପ୍ରସଙ୍ଗରେ ଆଲୋଚନା କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।  

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ପହଞ୍ଚିଲା ୟୁପି ଆଳୁ, ଏଥର କମିପାରେ ଦର !

ଏପଟେ ଓଡ଼ିଶାରେ ଆଳୁ ସଙ୍କଟ ଭିତରେ ପହଞ୍ଚିଲା ୟୁପି ଆଳୁ, ଚଢ଼ାଉ କଲା ଯୋଗାଣ ବିଭାଗ। କଟକଭୁବନେଶ୍ବରର ବିଭିନ୍ନ ପରିବା ହାଟରେ ଆଜି ଚଢ଼ାଉ ହୋଇଛି। ଆଳୁ ଦର ଚଢ଼ାରେ ବିକ୍ରି ଅଭିଯୋଗ ଆସିବା ପରେ ଯାଞ୍ଚ ହେଉଛି। ଯୋଗାଣ ବିଭାଗର ଅଧିକାରୀ ପହଞ୍ଚି ବିଭିନ୍ନ ଦୋକାନରେ ତଦନ୍ତ କରିଛନ୍ତି। କଟକ ଛତ୍ର ବଜାର ଏବଂ ଭୁବନେଶ୍ବର ୟୁନିଟ ୪ ହାଟରେ ଚଢାଉ ହୋଇଛି। ଆଜି କଟକ ଓ ଭୁବନେଶ୍ବରରେ ୫୦ ଟଙ୍କାରେ ବିକ୍ରି ହେଉଥିଲା ଆଳୁ। ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଛି ଯୋଗାଣ ବିଭାଗ। ସେପଟେ ଓଡ଼ିଶାରେ ପହଞ୍ଚିଛି ୟୁପି ଟ୍ରକ୍। ଭୁବନେଶ୍ବର, କଟକରେ ଉତ୍ତରପ୍ରଦେଶରୁ ଆଳୁ ଆସି ପହଞ୍ଚିଛି। 

Advertisment

ଅନ୍ୟପଟେ ବିଧାନସଭାରେ ଉଠିଛି ଆଳୁ ସଂକଟ ପ୍ରସଙ୍ଗ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ସରକାର କିଛି କରୁନଥିବା ଅଭିଯୋଗରେ ପୋଷ୍ଟର ଦେଖାଇ ବିଜେଡି ବିଧାୟକ ବିରୋଧ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବି ସମାନ ପ୍ରସଙ୍ଗ ଉଠାଇଛନ୍ତି । ୟୁପି ଆଳୁକୁ ନେଇ ବର୍ଷିବା ସହ ୩୦୦ ଟ୍ରକ ଆଳୁ କେତେଦିନ ଯିବ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଦୁଇଦିନ ଭିତରେ ଆଳୁ ସଙ୍କଟ ଦୂର କରିବାକୁ ଦାବି ହୋଇଛି । 

ଅଧିକ ପଢ଼ନ୍ତୁ: ପୁଅ ଦେଲାନି ଟଙ୍କା, ବାପା ବନିଗଲା ଜହ୍ଲାଦ ! ଚାଲିଗଲା ବୋହୂର ଜୀବନ

Odisha West Bengal Strike Potato Price Potato
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ