/odishatv-khabar/media/post_attachments/uploadimage/library/16_9/16_9_0/Anandi_Ben_1672219899.jpg)
Anandi Ben
ଅସୁସ୍ଥ ହେଲେ ପ୍ରଧାନମନ୍ତ୍ରୀ ଙ୍କ ମାଆ ହୀରା ବେନ୍ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ହୀରା ବେନ୍ଙ୍କର ଚିକିତ୍ସା ଚାଲିଛି । ଗତକାଲି ରାତିରେ ସେ ଅତ୍ୟନ୍ତ ଅସୁସ୍ଥ ଅନୁଭବ କରିଥିରେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ବୟସ ୧୦୦ରୁ ଅଧିକ ହେଲାଣି । ସେ ଏବେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ । ତାଙ୍କୁ ୟୁଏନ୍ ମେହେଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟରେ ଭତ୍ତି କରାଯାଇଛି । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।
#WATCH | PM Modi arrives at UN Mehta Institute of Cardiology & Research Centre in Ahmedabad where his mother Heeraben Modi is admitted
As per the hospital, her health condition is stable. pic.twitter.com/j9Yp3udunB
— ANI (@ANI) December 28, 2022
ମାଆଙ୍କ ଅସୁସ୍ଥତା ଖବରପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ମେଡିକାଲରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମେଡିକାଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପଟେ ରାହୁଲ ଗାନ୍ଧି ଟ୍ୱିଟ୍ ଯୋଗେ ମୋଦିଙ୍କ ମାଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
एक मां और बेटे के बीच का प्यार अनन्त और अनमोल होता है।
मोदी जी, इस कठिन समय में मेरा प्यार और समर्थन आपके साथ है। मैं आशा करता हूं आपकी माताजी जल्द से जल्द स्वस्थ हो जाएं।
— Rahul Gandhi (@RahulGandhi) December 28, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)