ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ୍ ଆଜି ତାଙ୍କ ଶହେତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ଗାନ୍ଧିନଗର ଯାଇ ମାଆଙ୍କ ପାଦ ଧୋଇବା ସହ ତାଙ୍କର ଆଶୀର୍ବାଦ ନେଇଥିବାର ଦେଖିବାକୁ ମିଳିଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ପୁରା ଭାବବିହ୍ୱଳ ହୋଇ ପଡିଥିଲେ । ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ନାଁରେ ଗାନ୍ଧିନଗରର ୮୦ ମିଟର ରାସ୍ତାକୁ ପୂଜ୍ୟ ହୀରାବା ମାର୍ଗ ନାଁରେ ନାମିତ କରିଛନ୍ତି ସ୍ଥାନୀୟ ମେୟର ।
Also Read
#WATCH | Gujarat: Prime Minister Narendra Modi met his mother Heeraben Modi at her residence in Gandhinagar on her birthday today.
— ANI (@ANI) June 18, 2022
Heeraben Modi is entering the 100th year of her life today. pic.twitter.com/7xoIsKImNN
ମୋଦି ମାଆଙ୍କ ଜନ୍ମଦିନରେ କହିଛନ୍ତି ଯେ “ଗତ ସପ୍ତାହରେ, ମୋ ଭଣଜା ଗାନ୍ଧିନଗରରୁ ମା’ଙ୍କ କିଛି ଭିଡିଓ ସେୟାର କରିଥିଲେ। ଏହାପରେ ଘର ପାଖର କିଛି ଯୁବକ ଆମ ଘରକୁ ଆସିଥିଲେ, ଘରେ ରଖାଯାଇଥିବା ମୋ ବାପାଙ୍କ ଫଟୋକୁ ଚେୟାରରେ ରଖି ସେଠାରେ ଭଜନ କୀର୍ତ୍ତନ କରିଥିଲେ । ସେହି ସମୟରେ ମାଆ ଭଜନ ଗୀତରେ ମଗ୍ନ ରହିଥିଲେ । ବୟସର ଅପରାହ୍ଣରେ ମାଆ ପହଞ୍ଚିଥିଲେ ବି ସେ ପୂର୍ବପରି ମାନସିକ ସ୍ତରରେ ସଜାଗ ରହିଛନ୍ତି'' ।