• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦୋମିର୍ ଜେଲେନସ୍କିଙ୍କୁ ପୁଣି ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ଗସ୍ତରେ ଯାଇଥିବା ଅବସରରେ ନ୍ୟୁୟର୍କରେ ମୋଦି, ଜେଲେନସ୍କିଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଛନ୍ତି । ଗତ ମାସକ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଏହା ଦ୍ବିତୀୟ ବୈଠକ । ଏହା ପୂର୍ବରୁ ମୋଦି ଗତ ଅଗଷ୍ଟ ୨୩ ତାରିଖରେ ୟୁକ୍ରେନ ଗସ୍ତରେ ଯାଇ ଜେଲେନସ୍କିଙ୍କୁ ଭେଟିଥିଲେ । ଆଉ ରୁଷ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବା ଏବଂ ଶାନ୍ତି ପ୍ରତିଷ୍ଠା ଲାଗି ସବୁ ପ୍ରକାର ଉଦ୍ୟମ କରିବେ ବୋଲି କହିଥିଲେ ।

ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ସୋସିଆଲ ମିଡିଆ ଏକ୍ସରେ ନ୍ୟୁୟର୍କରେ ମୋଦି-ଜେଲେନସ୍କିଙ୍କ ଭେଟ ସମ୍ପର୍କରେ ପୋଷ୍ଟ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି, ଏହି ବୈଠକ ବେଳେ ଦୁଇ ନେତା ଦ୍ବିପାକ୍ଷିକ ସମ୍ପର୍କ ସହ ୟୁକ୍ରେନ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି, କଥାବାର୍ତ୍ତା ଓ କୂଟନୀତି ଜରିଆରେ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତ ଆଗ୍ରହୀ ଥିବା ନେଇ ପୁଣି ଥରେ ଜଣାଇଥିଲେ । ସୂଚନା ଅନୁସାରେ ୨ ବର୍ଷରୁ ଅଧିକ ସମୟ ହେବ ଋଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚାଲିଛି ।

 

OTV is now on Whatsapp

Join and get latest news update delivered to you via whatsapp

Join Now