Advertisment

India's Retaliation on Terrorism: ମଧୁବନି ମାଟିରୁ ମୋଦିଙ୍କ ହୁଙ୍କାର, ନରସଂହାରକାରୀଙ୍କୁ କଳ୍ପନା ବାହାରେ ଦଣ୍ଡ ଦେବୁ

ପହଲଗାମ୍ ନରସଂହାରରେ ସଂପୃକ୍ତ ଆତଙ୍କୀ ଓ ସେମାନଙ୍କ ଆକ୍କାଙ୍କୁ ଆଜି ବିହାର ମଧୁବନିରେ ଏକ ଜନସଭାରୁ ପ୍ରଧାନମନ୍ତ୍ରୀ ମୋଦି ସିଧା ସିଧା ଶୁଣାଇଛନ୍ତି ଏଭଳି ଚରମବାଣୀ। ମଙ୍ଗଳବାର ଉପତ୍ୟକାରେ ଘଟିଥିବା ଛାତିଥରା ଘଟଣା ପରଠୁ ପ୍ରଥମ ଥର ପାଇଁ ମୁହଁ ଖୋଲି ମୋଦି ଆହୁରି ମଧ୍ୟ କହିଛନ୍ତି- ଏ ଆକ୍ରମଣ କେବଳ ପର୍ଯ୍ୟଟକଙ୍କ ଉପରେ ହୋଇନି, ବରଂ ଭାରତର ଆସ୍ଥାକୁ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି ଶତ୍ରୁ। ସେମାନଙ୍କୁ ଟ୍ରାକ୍ କରିବୁ, ଖୋଜି ଖୋଜି ସଫା କରିବୁ।

ଅଦ୍ୟତନ ହୋଇଛି
modi

modi

Advertisment

ବଡ଼ ବଦଲା ତୟାରିରେ କି ଭାରତ। ପହଲଗାମ୍ ଆତଙ୍କୀ ହମଲାର ଦୁଇ ଦିନ ପରେ ମୁହଁ ଖୋଲି ଶତ୍ରୁଙ୍କୁ ମୋଦିଙ୍କ କଡ଼ା ଚେତାବନୀ ପରେ ସୃଷ୍ଟି ହୋଇଛି ଏଭଳି ମାହୋଲ୍। ବିହାର ମଧୁନବିରୁ ହୁଙ୍କାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି-ଆକ୍ରମଣକାରୀ ଆତଙ୍କବାଦୀ ଓ ତାଙ୍କ ପଛରେ ଥିବା ସବୁ ଲୋକଙ୍କୁ ଖୋଜିବୁ, କଳ୍ପନାଠୁ ବି ବଡ଼ ଦଣ୍ଡ ଦେବୁ। ଏମିତିକି ଯେଉଁ ବାକିଥିବା ଭୂଖଣ୍ଡକୁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି ତାକୁ ବି ମାଟିରେ ମିଶାଇଦେବୁ। ମୋଦିଙ୍କ ଏଭଳି ଚରମବାଣୀ ପରେ ପୁଣି ତାଜା ହୋଇଛି ପାକିସ୍ତାନ ଉପରେ ୨୦୧୬ର ସର୍ଜିକାଲ ଷ୍ଟ୍ରାଇକ୍ ଓ ୨୦୧୯ର ଏୟାର ଷ୍ଟ୍ରାଇକ୍। ସେପଟେ POKରେ ଏବେ ୪୨ ଟେରରିଷ୍ଟ ଲଞ୍ଚ ପ୍ୟାଡ୍ ଆକ୍ଟିଭ୍ ଥିବା ଖବର ବି ପହଞ୍ଚି ସାରିଲାଣି ଭାରତୀୟ ସେନା ପାଖରେ।

Advertisment

ଅଧିକ ପଢ଼ନ୍ତୁ: ଦୁନିଆର ସବୁଠାରୁ ଭୟଙ୍କର ଏୟାରପୋର୍ଟ; ମାତ୍ର ୫୦ ଜଣ ପାଇଲଟ୍‌ କରିଛନ୍ତି ଅବତରଣ...

ଗତ ୨୨ ତାରିଖ ଦିନ ଦ୍ବିପ୍ରହରେ ପହଲଗାମ୍ ନରସଂହାରରେ ସଂପୃକ୍ତ ଆତଙ୍କୀ ଓ ସେମାନଙ୍କ ଆକ୍କାଙ୍କୁ ଆଜି ବିହାର ମଧୁବନିରେ ଏକ ଜନସଭାରୁ ପ୍ରଧାନମନ୍ତ୍ରୀ ମୋଦି ସିଧା ସିଧା ଶୁଣାଇଛନ୍ତି ଏଭଳି ଚରମବାଣୀ। ମଙ୍ଗଳବାର ଉପତ୍ୟକାରେ ଘଟିଥିବା ଛାତିଥରା ଘଟଣା ପରଠୁ ପ୍ରଥମ ଥର ପାଇଁ ମୁହଁ ଖୋଲି ମୋଦି ଆହୁରି ମଧ୍ୟ କହିଛନ୍ତି- ଏ ଆକ୍ରମଣ କେବଳ ପର୍ଯ୍ୟଟକଙ୍କ ଉପରେ ହୋଇନି, ବରଂ ଭାରତର ଆସ୍ଥାକୁ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି ଶତ୍ରୁ। ସେମାନଙ୍କୁ ଟ୍ରାକ୍ କରିବୁ, ଖୋଜି ଖୋଜି ସଫା କରିବୁ। ଯେଉଁ ବାକି ରହିଥିବା ଭୂଖଣ୍ଡ ଆତଙ୍କବାଦୀ ବ୍ୟବହାର କରୁଛନ୍ତି, ତାକୁ ଏବେ ମାଟିରେ ମିଶେଇବାର ସମୟ ଆସିଯାଇଛି। ପହଲଗାମ୍ ସଂହାର କୋଟି କୋଟି ଭାରତୀୟଙ୍କୁ ଦୁଃଖ ଦେଇଛି। ମୃତକଙ୍କ ପରିବାର ସହ ଦେଶବାସୀ ଛିଡ଼ା ହୋଇଛନ୍ତି। ୧୪୦ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ନିଶ୍ଚେ ପୂରଣ କରାଯିବ ବୋଲି ବି ପ୍ରତିଶ୍ରୁତି ଦେଇଛନ୍ତି ମୋଦି। ତାସହ ଏଭଳି ଦୁଃସମୟରେ ଆମ ସହ ବିଶ୍ବର ଯେଉଁ ଦେଶ ଛିଡ଼ା ହୋଇଛନ୍ତି ସେମାନଙ୍କୁ ବି ଧନ୍ୟବାଦ ଜଣାଇଥିଲେ ମୋଦି।
ବିହାର ମାଟିରୁ ଆଜି ପିଏମ୍ ମୋଦିଙ୍କ ଏଭଳି ସିଧା ଚେତାବନୀ ପରେ, ସୃଷ୍ଟି ହୋଇଛି ପାକିସ୍ତାନ ଉପରେ ଭାରତର ପୁଣି ଏକ ବଡ଼ ବଦଲା ନେବା ଭଳି ସ୍ଥିତି। ସର୍ଜିକାଲ ନା ଏୟାର ଷ୍ଟ୍ରାଇକ ? ଅବା ତାଠୁ ଆହୁରି କିଛି ବଡ଼ ହମଲା କରିବ ଭାରତୀୟ ସେନା ? ତାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ୨୦୧୬ ମସିହାରେ ଉରି ଆତଙ୍କୀ ହମଲାରେ ୧୯ ଯବାନଙ୍କ ପ୍ରାଣହାନୀର କଡ଼ା ଜବାବ ଦେଇଥିଲା ଭାରତ। ଏଲଓସିରେ କରିଥିଲା ବଡ଼ ଧରଣର ସର୍ଜିକାଲ ଷ୍ଟ୍ରାଇକ୍। ଏହା ପରେ ୨୦୧୯ ଫେବ୍ରୁଆରୀରେ ପୁଲୱାମା ଆଟାକ୍ ର ମୁହଁତୋଡ଼ ଜବାବ ଦେବାକୁ ଯାଇ କରିଥିଲା ବାଲାକୋଟ୍ ଏୟାରଷ୍ଟ୍ରାଇକ୍। ରାତି ଅଧରେ ଖୋଦ୍ ପାକିସ୍ତାନ ମାଟିରେ ପଶି ଆତଙ୍କୀଙ୍କ ଟ୍ରେନିଂ କ୍ୟାମ୍ପ ଧ୍ବଂସ କରିବା ସହ ୫ଶହରୁ ଅଧିକ ଉଗ୍ରବାଦୀଙ୍କୁ ସଫା କରିଥିଲା ଭାରତ। ଆଉ ଏବେ ପୁଣି ସେଭଳି ଏକ ସ୍ଥିତି ଓ ସଙ୍କେତ। ଆତଙ୍କୀଙ୍କ ବାକି ରହିଥିବା ଭୂଖଣ୍ଡକୁ ମାଟିରେ ମିଶାଇବା ଦେବାକୁ ମୋଦିଙ୍କ ଧମକ-ବଢ଼ାଇଛି ସମ୍ଭାବନା। ସୂଚନା ଅନୁସାରେ ପାକ୍ ଅଧିକୃତ କାଶ୍ମୀର ବା POKରେ ଏବେ ଆକ୍ଟିଭ ଅଛି ୪୨ ଟେରରିଷ୍ଟ ଲଞ୍ଚ ପ୍ୟାଡ୍। ଯେଉଁଠି ପ୍ରାୟ ୧୩୦ରୁ ଅଧିକ ଆତଙ୍କବାଦୀ ଥିବାର ସୂଚନା ମିଳିଛି। ଏସବୁ ଟେରର କ୍ୟାଂପ ଉପରେ ଭାରତୀୟ ସେନା ଓ ଗୁଇନ୍ଦା ବିଭାଗ ତୀକ୍ଷ୍ମ ନଜର ରଖିଛି। ଏଥିସହ POKରେ ବିଭିନ୍ନ କ୍ୟାଂପରେ ଦେଢ ଶହରୁ ୨ଶହ ତାଲିମ ପ୍ରାପ୍ତ ଆତଙ୍କୀ କାଶ୍ମୀରରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହେଥିଥିବା ସୂଚନା ପାଇ ସଜାଗ ହୋଇଛି ସେନା।

Advertisment

ଅଧିକ ପଢ଼ନ୍ତୁ: ଲେବାନନ୍‌ରେ ରକ୍ତର ହୋଲି ଖେଳିଲା ଇସ୍ରାଏଲ୍; ପ୍ରଚଣ୍ଡ ଏୟାର ଷ୍ଟ୍ରାଇକରେ ୪୯୨ ମୃତ

Surgical Strike Air Strike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ