• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ଉତ୍ତରପ୍ରଦେଶ ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାକୁମ୍ଭ ମେଳା ପାଇଁ ବିକାଶମୂଳକ କାମର ସମୀକ୍ଷା କରିବେ । ଏଥିସହ ପ୍ରୟାଗରାଜରେ ୫ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେବେ । ମଧ୍ୟାହ୍ନରେ ସଙ୍ଗମ ସାଇଟରେ ମା' ଗଙ୍ଗାଙ୍କ ପ୍ରାର୍ଥନା ଓ ଦର୍ଶନ କରିବେ । ପରେ ଅକ୍ଷୟବନ ବୃକ୍ଷ ସ୍ଥାନରେ ପୂଜା କରିବେ ପ୍ରଧାନମନ୍ତ୍ରୀ ।

ପରେ ପରେ ହନୁମାନ ମନ୍ଦିର ଓ ସରସ୍ୱତୀ କୂଅକୁ ଯାଇ ପୂଜା କରିବା କାର୍ଯ୍ୟକ୍ରମ ରହିଛି । ଦିନ ସାଢେ ଗୋଟାଏରେ ମହାକୁମ୍ଭ ପ୍ରଦର୍ଶନୀ ସ୍ଥାନ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ପ୍ରୟାଗରାଜରେ ପ୍ରାୟ ୫ହଜାର ୫୦୦ କୋଟିରୁ ଅଧିକ ଟଙ୍କା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ଯେଉଁଥିରେ ରହିଛି ବିଭିନ୍ନ ରେଳ, ସଡକ, ବିଦ୍ୟୁତ, ପାନୀୟଜଳ ଏବଂ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଏକାଧିକ ପ୍ରକଳ୍ପ । ଏଥିସହିତ ଭରଦ୍ୱାଜ ଆଶ୍ରମ କରିଡର, ଶ୍ରୀଙ୍ଗଭରପୁର ଧାମ କରିଡର, ଅକ୍ଷୟଭଟ୍ଟ କରିଡର, ହନୁମାନ ମନ୍ଦିର କରିଡର ଆଦିର ମଧ୍ୟ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ୧୬ ବର୍ଷରେ ଡାକ୍ତର..୨୨ ବର୍ଷରେ IAS..ଏବେ Unacademyର ମାଲିକ

ଏହି ଅବସରରେ ପ୍ରଧାନମନ୍ତ୍ରୀ କୁମ୍ଭ ‘ସାହାୟକ’ ଚାଟବଟ୍ ମଧ୍ୟ ଲଞ୍ଚ କରିବେ । ଯାହାକି ଶ୍ରଦ୍ଧାଳୁଙ୍କୁ ମହାକୁମ୍ଭ ମେଳା ୨୦୨୫ ଓ ଏହାର କାର୍ଯ୍ୟକ୍ରମ ବିଷୟରେ ସର୍ବଶେଷ ସୂଚନା ପ୍ରଦାନ କରିବ । ଜାନୁଆରୀ ୧୩ ତାରିଖରୁ ଫେବ୍ରୁଆରୀ ୨୬ ଯାଏଁ ମହାକୁମ୍ଭ ମେଳା ଚାଲିବ । ଏଥିରେ ପ୍ରାୟ ୪୦ କୋଟି ଲୋକଙ୍କର ସମାଗମ ଆଶା କରାଯାଉଛି । ପ୍ରତି ୧୨ ବର୍ଷରେ ଥରେ ପ୍ରୟାଗରାଜରେ ହୋଇଥାଏ ମହାକୁମ୍ଭ ମେଳା । 

ୱାନ୍ ନେସନ, ୱାନ୍ ଇଲେକ୍ସନ ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଖୁବ୍‌ଶୀଘ୍ର ସଂସଦରେ ଉପସ୍ଥାପିତ ହେବ ଏହି ବହୁ ପ୍ରତୀକ୍ଷିତ ଓ ଚର୍ଚ୍ଚିତ ବିଲ୍ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଇସ୍ତାହାରରେ ଏହାକୁ ବି ସାମିଲ କରିଥିଲା ।

ୱାନ୍ ନେସନ୍, ୱାନ୍ ଇଲେକସନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । କମିଟିର ରିପୋର୍ଟକୁ କ୍ୟାବିନେଟ୍ ମଂଜୁରୀ ବି ମିଳିସାରିଛି । ଏକକ ନିର୍ବାଚନ ଢାଞ୍ଝା କାର୍ଯ୍ୟକାରୀ କରିବାକୁ ବ୍ୟାପକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ରହିଛି । 

ଅଧିକ ପଢ଼ନ୍ତୁ: EPFO ଗ୍ରାହକଙ୍କ ପାଇଁ ଖୁସି ଖବର; ATMରୁ ଉଠାଇପାରିବେ PF ଟଙ୍କା , ଜାଣନ୍ତୁ କେମିତି...

OTV is now on Whatsapp

Join and get latest news update delivered to you via whatsapp

Join Now