Advertisment

BJP House Panel Meet: ଆଜି ବିଜେପି ସଂସଦୀୟ ଦଳ ବୈଠକ, ଚୂଡାନ୍ତ ହେବ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ

ଉପରାଷ୍ଟ୍ରପତି ନିର୍ବାଚନ ଲାଗି ୨୧ ତାରିଖ ନାମାଙ୍କନର ଶେଷ ଦିନ ହୋଇଥିବା ବେଳେ ସେପ୍ଟେମ୍ବର ୯ ତାରିଖରେ ଭୋଟିଂ ହେବ। ସେହିଦିନ ହିଁ ଗଣତି କରଯାଇ ଫଳାଫଳ ଘୋଷଣା କରାଯିବ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Vice President

Vice President

ଆଜି ଅନୁଷ୍ଠିତ ହେବ ବିଜେପିର ସଂସଦୀୟ ବୋର୍ଡ ବୈଠକ। ସନ୍ଧ୍ୟା ୬ଟାରେ ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବୈଠକ ବସିବ। ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଉପରେ ହୋଇପାରେ ଚୂଡ଼ାନ୍ତ ଆଲୋଚନା। ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ନୂଆଦିଲ୍ଲୀସ୍ଥିତ ଏହାର ମୁଖ୍ୟାଳୟରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟ ସଂସଦୀୟ ବୋର୍ଡ ସଦସ୍ୟମାନେ ଏହି ବୈଠକରେ ଯୋଗ ଦେବାର ସମ୍ଭାବନା ରହିଛି। ଏଥିରେ NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ।

ଆସନ୍ତା ୨୧ ତାରିଖରେ ଏନଡିଏ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସୂଚନା ମିଳିଛି । ଏନଡିଏରୁ କିଏ ହେବେ ଉପରାଷ୍ଟ୍ରପତି ପ୍ରାର୍ଥୀ ସେନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ବୈଠକରୁ ନିଷ୍କର୍ସ ଆସିପାରେ । ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଆସନ୍ତା ୨୧ ତାରିଖ ନାମାଙ୍କନର ଶେଷ ତାରିଖ ରହିଥିବାବେଳେ ୨୫ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇ ପାରିବ। ସେପ୍ଟେମ୍ବର ୯ ତାରିଖରେ ଭୋଟିଂ ହେବ । ସେହିଦିନ ହିଁ ଗଣତି କରଯାଇ ଫଳାଫଳ ଘୋଷଣା କରାଯିବ।

Advertisment

ତେବେ ଏନଡିଏର ପ୍ରାର୍ଥୀ ଘୋଷଣା ହୋଇନଥିଲେ ବି ରେସରେ କିଏ। ରିପୋର୍ଟ ଅନୁଯାୟୀ, ବିଜେପି ମେଣ୍ଟର ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ବିହାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କ ନାଁ ସର୍ବାଗ୍ରେ ଚର୍ଚ୍ଚାରେ ରହିଛି। ତାଙ୍କ ବ୍ୟତୀତ ଜମ୍ମୁ-କଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା, କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍, ସିକିମ୍ ରାଜ୍ୟପାଳ ଓମ୍ ମାଥୁର ଏବଂ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ସାମିଲ ଅଛନ୍ତି। ଆରଏସଏସ ବିଚାରଧାରା ଶେଷାଦ୍ରି ଚାରିଙ୍କ ନାମ ମଧ୍ୟ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକାରେ ଅଛି। କିନ୍ତୁ ଆରିଫ୍ ମହମ୍ମଦ ଖାନଙ୍କୁ ଜଣେ ପ୍ରମୁଖ ଦାବିଦାର ଭାବରେ ବିବେଚନା କରାଯାଉଛି। ଏଥିସହ ବିହାର ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି, ରାଜ୍ୟସଭାର ବର୍ତ୍ତମାନର ଉପାଧ୍ୟକ୍ଷ ହରିବଂଶ ସିଂହଙ୍କ ନାଁ ଉପରେ ମଧ୍ୟ ବିଚାର କରାଯାଉଛି।

ସୂଚନାଯୋଗ୍ୟ, ଗତ ଜୁଲାଇ ୨୧ ତାରିଖ ରାତିରେ ଜଗଦୀପ ଧନଖଡ ହଠାତ୍ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଥିଲା। କାର୍ଯ୍ୟକାଳ ପୂର୍ବରୁ ହିଁ ସେ ଇସ୍ତଫା ଦେଇଥିଲେ।

ଅଧିକ ପଢନ୍ତୁ: ଚାଷୀଙ୍କ ସ୍ବାର୍ଥ ସହ କୌଣସି ସାଲିସ୍ ହେବନି, ଯୁବବର୍ଗଙ୍କ ପାଇଁ ବଡ଼ ଘୋଷଣା

BJP Vice President Election NDA Candidate
Advertisment
Advertisment