/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748332542.jpg)
PM Modi Targets Pakistan
ଆଜି ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତର ଦ୍ୱିତୀୟ ଦିନ । ଗାନ୍ଧିନଗରରେ ସଭାରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୁଣି ପାକିସ୍ତାନ ଉପରେ ବର୍ଷିବା ସହ ଆତଙ୍କବାଦ ମୁକାବିଲା କଥା ଦୋହରାଇଛନ୍ତି । ରୋଡ୍ ସୋ ପରେ ସାଧାରଣ ସଭାକୁ ସମ୍ବୋଧନ କରି ମୋଦି କହିଛନ୍ତି, "ଆତଙ୍କବାଦର କଣ୍ଟାକୁ କାଢ଼ିକି ହିଁ ରହିବୁ । ଇଟାର ଜବାବ ପଥରରେ ଦେବୁ । ପାକିସ୍ତାନକୁ ଜଣା ଯୁଦ୍ଧରେ ଜିତି ପାରିବେ ନାହିଁ । ଆମେ କାହା ସହିତ ଶତ୍ରୁତା କରିବାକୁ ଚାହୁଁନୁ । କିନ୍ତୁ ପ୍ରତିଟି ଆକ୍ରମଣର ସଠିକ ଜବାବ ମିଳିବ । ଆମେ ପ୍ରଗତି ଚାହୁଁଛୁ, ଦେଶର ବିକାଶ ଚାହୁଁଛୁ । ଭାରତ ବୀର ଯୋଦ୍ଧାମାନଙ୍କ ଭୂମି ଅଟେ । ଆମେ ବେଶୀ କିଛି କରିନୁ, ହେଲେ ସେଠାରେ ଝାଳ ବାହାରି ଗଲାଣି । ଏଥର ପ୍ରମାଣ ଦେବାକୁ ପଡିଲାନି ।" ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଉଦ୍ଦେଶ୍ୟରେ ପରୋକ୍ଷରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅଧିକ ପଢନ୍ତୁ : ଗୁଜରାଟ ଭଦୋଦରାରେ ପିଏମ ମୋଦିଙ୍କ ରୋଡ୍ ସୋ
ଏହାସହ ସିନ୍ଧୁ ଜଳ ଚୁକ୍ତି ନେଇ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପିଏମ ମୋଦି କହିଝଛନ୍ତି, "ସିନ୍ଧୁ ଜଳ ଚୁକ୍ତି ପଢିଲେ ଆଶ୍ଚର୍ଯ୍ୟ ହେବେ । ୧୯୬୦ରେ ଜମ୍ମୁ-କାଶ୍ମୀର ଉପରେ ନିର୍ମିତ ଡ୍ୟାମ ସଫା କରାଯିବନି ବୋଲି ନିଷ୍ପତ୍ତି ହୋଇଥିଲା । ଡ୍ୟାମ୍ର ତଳ ଗେଟ୍ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା । ୬୦ ବର୍ଷ ଧରି, ଏହି ଗେଟ୍ଗୁଡ଼ିକ କେବେ ଖୋଲାଯାଇ ନଥିଲା । ଯେଉଁ ଜଳଭଣ୍ଡାର ୧୦୦% କ୍ଷମତାରେ ପୂରଣ କରାଯିବା କଥା, ତାହା ଏବେ ମାତ୍ର ୨% କିମ୍ବା ୩%କୁ ହ୍ରାସ ପାଇ ସାରିଛି । ବର୍ତ୍ତମାନ ମୁଁ କିଛି କରିନାହିଁ, ଲୋକମାନେ ଝାଳ ବୁହାଉଛନ୍ତି । ଡ୍ୟାମ୍ ସଫା ପାଇଁ ଛୋଟ ଗେଟ୍ ଖୋଲିଛୁ, ପାକିସ୍ତାନରେ ବନ୍ୟା ଆସିଛି ।"
ଅଧିକ ପଢନ୍ତୁ : ପ୍ରଥମ ଶପଥ କ୍ଷଣକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ...
Baijayant Panda's Delegation in Quwait: 'ଆମେ ଶତ୍ରୁତା ଚାହୁଁନୁ, ଭାରତକୁ କ୍ଷତି କଲେ ପ୍ରତିଶୋଧ ନେବୁ'

Pak PM signals intent for peace talks with India: ଭାରତର ଶରଣ ପଶିଲା ପାକିସ୍ତାନ; ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ଶେହବାଜ

Political Crisis in Bangladesh: ହାସିନାଙ୍କ ବଡ଼ ଅଭିଯୋଗ...ଆତଙ୍କବାଦୀଙ୍କ ସହାୟତାରେ କ୍ଷମତା ହାତେଇଛନ୍ତି ୟୁନୁସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)