• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚାଷୀଙ୍କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ପୂର୍ବରୁ ପିଏମ୍‌ କିଷାନ ଯୋଜନାରେ ଚାଷୀଙ୍କୁ କେନ୍ଦ୍ର ସରକାର ଟଙ୍କା ଦେଉଥିବାବେଳେ ବର୍ତ୍ତମାନ ପିଏମ୍‌ କିଷାନ ମାନଧନ ଯୋଜନାରେ ଚାଷୀଙ୍କୁ ପ୍ରତିମାସ ୩୦୦୦ ଟଙ୍କା ପେନ୍‌ସନ୍‌ ମିଳିପାରେ । 

ପିଏମ୍‌ କିଷାନ ଯୋଜନା ପରି ପିଏମ୍‌ କିଷାନ ମାନଧନ ଯୋଜନାରେ ଗରିବ ଓ ମଧ୍ୟବିତ୍ତ କୃଷକଙ୍କୁ ଲାଭ ମିଳିପାରିବ । ହେଲେ ଏହି ଯୋଜନାରେ ସମିଲ ହେବାକୁ ହେଲେ କିଛି ନିୟମ ରହିଛି । ଯେପରିକି ନିର୍ଦ୍ଧାରିତ ବୟସ ସୀମା ରହିଥିବାବେଳେ ସଞ୍ଚୟ ପାଇଁ ସର୍ବନିମ୍ନ ଠାରୁ ସର୍ବାଧିକ ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହିସବୁ ସମ୍ପର୍କରେ...

ଅଧିକ ପଢ଼ନ୍ତୁ: ଚାଷୀ ପୁଅକୁ ବାହାହେଲେ ମିଳିବ ୨ ଲକ୍ଷ !! ଘୋଷଣା କରି ଚର୍ଚ୍ଚାରେ . .

ଏହି ଯୋଜନାରେ ସାମିଲ ହେବାକୁ ହେଲେ, ଜଣେ କୃଷକଙ୍କୁ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । କୃଷକ ଜଣକ ଏହି ବୟସ ମଧ୍ୟରେ ହୋଇଥିଲେ ପିଏମ୍‌ କିଷାନ ମାନଧନ ଯୋଜନାର ଲାଭ ପାଇପାରିବେ । ଏଥିପାଇଁ ଆପଣଙ୍କୁ ମାସକ ସର୍ବନିମ୍ନ ୫୫ ଟଙ୍କାରୁ ୨୦୦ ଟଙ୍କା ରଖିବାକୁ ହେବ । ଏହି ହିସାବକୁ ନେଲେ ଜଣେ କୃଷକଙ୍କୁ ବର୍ଷକୁ ୬୬୦ ଟଙ୍କାରୁ ୨୪୦୦ ଟଙ୍କା ରଖିବାକୁ ପଡ଼ିବ ।

ପରେ ସେହି କୃଷକ ଜଣଙ୍କୁ ୬୦ ବର୍ଷ ବୟସ ହେଲେ ତାଙ୍କୁ ମାସିକ ୩୦୦୦ ଟଙ୍କା ମିଳିବ । ଫଳରେ କୃଷକ ଜଣକ ବର୍ଷକୁ ମୋଟ୍‌ ୩୬ ହଜାର ଟଙ୍କା ପାଇପାରିବେ । ଏହି ଯୋଜନା କୃଷକମାନଙ୍କ ପାଇଁ ଡବଲ୍‌ ଲାଭ ଆଣିଦେବ । ଏହି ଯୋଜନାରେ ଜଣେ କୃଷକ ଅନ୍ତର୍ଭୂକ୍ତ ହେଲେ ଭଲ ଲାଭ ପାଇପାରିବେ ।

ପିଏମ୍‌ କିଷାନ ଯୋଜନାରେ କେନ୍ଦ୍ର ସରକାର ଜଣେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି । କିଷାନ ପେନସନ୍‌ ସ୍କିମ୍‌ରେ ଚାଷୀମାନେ ବାର୍ଷିକ ୩୬ ହଜାର ଟଙ୍କା ପାଇପାରିବେ । ଫଳରେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଚାଷୀଙ୍କୁ ଲାଭ ଦେବ ବୋଲି କୁହାଯାଉଛି।