• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାଷୀ ପରିବାର ପୁଅକୁ ବାହା ହେଲେ ମିଳିବ ୨ ଲକ୍ଷ ଟଙ୍କା । ନିର୍ବାଚନ ମାହୋଲରେ ଭୋଟ୍ ପାଇବା ପାଇଁ ନେତାମାନେ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦିଅନ୍ତି । ହେଲେ ଏଭଳି କିଛି ପ୍ରତିଶ୍ରୁତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଲୋକଙ୍କୁ ଲୋଭାନ୍ୱିତ କରିବା ପାଇଁ ଏପରି କିଛି ଘୋଷଣା କରାଯାଇଛି । ତେବେ ଏହି ଘୋଷଣା କୌଣସି କୁଜି ନେତା ନୁହେଁ, ବରଂ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏପରି ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି ।

କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି (ଏସ) ନେତା ଏଚଡି କୁମାରସ୍ୱାମୀ ସୋମବାର ଏହି ଘୋଷଣା କରିଛନ୍ତି । ଯେଉଁ ଯୁବତୀ ଚାଷୀ ପରିବାରର ପୁଅକୁ ବିବାହ କରିବ, ତାଙ୍କୁ ଏହି ସ୍ୱତନ୍ତ୍ର ସହାୟତା ରାଶି ପ୍ରଦାନ କରାଯିବ । ନିର୍ବାଚନୀ ଇସ୍ତାହାରରେ ଏହି ଅଫରକୁ ସାମିଲ କରି ଏଚଡି କୁମାରସ୍ୱାମୀ କହିଛନ୍ତି, ତାଙ୍କ ଦଳ କ୍ଷମତାକୁ ଆସିଲେ କୃଷକ ପୁଅଙ୍କୁ ବିବାହ କରୁଥିବା ମହିଳାଙ୍କୁ ଦୁଇ ଲକ୍ଷ ଟଙ୍କା ଦିଆଯିବ ।

କୋଲାରରେ ଅନୁଷ୍ଠିତ ଏକ ସମାବେଶକୁ ସମ୍ବୋଧିତ କରି ଏହା କହିଛନ୍ତି ଏଚଡି କୁମାରସ୍ୱାମୀ । ଚାଷୀ ପରିବାରକୁ ଉତ୍ସାହିତ କରିବାରେ ଏହା ସହାୟକ ହେବ ବୋଲି ତାଙ୍କର ମତ । ସେ କହିଛନ୍ତି, ଝିଅମାନେ ମଧ୍ୟ ଚାଷୀ ଘର ପୁଅକୁ ବିବାହ କରିବା ପାଇଁ ରାଜି ହେଉନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ସାମାଜିକ ସୁରକ୍ଷା ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ମଧ୍ୟରେ ଏହା ମଧ୍ୟ ସାମିଲ୍‌ କରିବା ଉଚିତ୍ ବୋଲି ସେ କହିଛନ୍ତି ।

ମେ ୧୦ରେ କର୍ଣ୍ଣାଟକରେ ମତଦାନ ହେବ । ମେ ୧୩ରେ ଫଳାଫଳ ଘୋଷଣା କରାଯିବ। ବିଜେପି, କଂଗ୍ରେସ ଠାରୁ ଆରମ୍ଭ କରି କୁମାରସ୍ୱାମୀଙ୍କ ଜେଡିଏସ୍, ସମସ୍ତେ ଏବେ ଜୋରସୋରରେ ପ୍ରଚାରରେ ଲାଗି ପଡ଼ିଛନ୍ତି । ୨୨୪ ସିଟ୍‌ରୁ ଅତି କମରେ ୧୨୩ ଟି ସିଟ୍ ଜିତିବାର ଲକ୍ଷ୍ୟ ରଖିଛି ଜେଡି (ଏସ୍)।