Advertisment

Electricity For Free: ୧୨୫ ୟୁନିଟ ଯାଏ ମାଗଣା, ଅଗଷ୍ଟ ୧ ତାରିଖରୁ ଲାଗୁ

ନୀତୀଶ କୁମାର ଆଜି ମାଗଣା ବିଜୁଳି ସମ୍ପର୍କରେ ଘୋଷଣା କରିଛନ୍ତି। ଆସନ୍ତା ଅଗଷ୍ଟ ୧ ତାରିଖରୁ ରାଜ୍ୟ ସରକାର ବିହାରବାସୀଙ୍କୁ ୧୨୫ ୟୁନିଟ ଯାଏ ମାଗଣା ବିଜୁଳି ଦେବେ ବୋଲି ନୀତୀଶ କୁମାର କହିଛନ୍ତି।

author-image
Manasranjan Mohanty
Electricity For Free

Electricity For Free

ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବିଜେପି ଭରସାରେ ମୁଖ୍ୟମନ୍ତ୍ରୀ ହୋଇଥିବା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର କୌଣସି ସୁଯୋଗ ହାତ ଛଡ଼ା କରୁ ନାହାନ୍ତି। ଲୋକଙ୍କୁ ନିଜ ସପକ୍ଷରେ ଆଣିବା ପରେ ସେ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରି ଚାଲିଛନ୍ତି।

Advertisment

ଏହିକ୍ରମରେ ନୀତୀଶ କୁମାର ଆଜି ମାଗଣା ବିଜୁଳି ସମ୍ପର୍କରେ ଘୋଷଣା କରିଛନ୍ତି। ଆସନ୍ତା ଅଗଷ୍ଟ ୧ ତାରିଖରୁ ରାଜ୍ୟ ସରକାର ବିହାରବାସୀଙ୍କୁ ୧୨୫ ୟୁନିଟ ଯାଏ ମାଗଣା ବିଜୁଳି ଦେବେ ବୋଲି ନୀତୀଶ କୁମାର କହିଛନ୍ତି। ମାଗଣା ବିଜୁଳି ଦ୍ୱାରା ରାଜ୍ୟର ୧.୬୭ କୋଟି ପରିବାର ଲାଭବାନ ହେବେ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ୍ସରେ କହିଛନ୍ତି ଯେ “ଆମେ ଆରମ୍ଭରୁ ହିଁ ସମସ୍ତଙ୍କୁ ଶସ୍ତାରେ ବିଜୁଳି ପ୍ରଦାନ କରି ଆସୁଛୁ। ଏବେ ଆମେ ନିଷ୍ପତ୍ତି ନେଇଛୁ ଯେ ଆସନ୍ତା ଅଗଷ୍ଟ ୧ ତାରିଖରୁ ଅର୍ଥାତ ଜୁଲାଇ ମାସର ବିଲ ଠାରୁ ହିଁ ରାଜ୍ୟର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୧୨୫ ୟୁନିଟ ଯାଏ ବିଜୁଳି ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହା ରାଜ୍ୟର ୧.୬୭ କୋଟି ପରିବାରକୁ ଲାଭ ଦେବ।”

Advertisment

ସେ ଆହୁରି କହିଛନ୍ତି ଯେ “ଆସନ୍ତା ୩ ବର୍ଷ ମଧ୍ୟରେ ଆମେ ସମସ୍ତ ଘରୋଇ ଉପଭୋକ୍ତାଙ୍କ ସହମତି ଆଧାରରେ ସେମାନଙ୍କ ଛାତ ଉପରେ କିମ୍ବା ନିକଟସ୍ଥ ସାର୍ବଜନୀନ ସ୍ଥାନରେ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରି ଲାଭ ଦେବୁ। କୁଟୀର ଜ୍ୟୋତି ଯୋଜନା ଅଧୀନରେ ସୋଲାର ପ୍ଲାଣ୍ଟ ବ୍ୟବସ୍ଥା ପାଇଁ ଖର୍ଚ୍ଚ ହେଉଥିବା ସବୁ ଟଙ୍କା ଗରିବ ପରିବାରକୁ ସରକାର ଦେବେ।

ବାକି ପରିବାରକୁ ମଧ୍ୟ ଆବଶ୍ୟକ ସହାୟତା ସରକାର ଯୋଗାଇ ଦେବେ। ଏହି ବ୍ୟବସ୍ଥା ଦ୍ୱାରା ଘରୋଇ ଉପଭୋକ୍ତାଙ୍କୁ ୧୨୫ ୟୁନିଟ ବିଜୁଳି ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ସେହିପରି ଆଗାମୀ ୩ ବର୍ଷ ମଧ୍ୟରେ ରାଜ୍ୟ ସୌର ଶକ୍ତିରୁ ୧୦ ହଜାର ମେଗାୱାଟ ବିଜୁଳି ମଧ୍ୟ ଉତ୍ପାଦନ କରିପାରିବ।”

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତ ସପ୍ତାହରେ ବିହାରର ସ୍ଥାୟୀ ମହିଳାଙ୍କ ପାଇଁ ସରାକାରୀ ଚାକିରିରେ ୩୫% ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଥିଲେ। ଶ୍ରୀ କୁମାର କହିଥିଲେ, “ସମସ୍ତ ବର୍ଗ, ସମସ୍ତ ସ୍ତର ଓ ସବୁ ଧରଣର ସରକାରୀ ଚାକିରିରେ ଏଣିକି ୩୫% ପଦବୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସଂରକ୍ଷିତ ହୋଇ ରହିବ। ବିହାରର ମୂଳ ବାସିନ୍ଦାଙ୍କୁ ସିଧାସଳଖ ନିଯୁକ୍ତି ପ୍ରକ୍ରିୟାରେ ଏପରି ସଂରକ୍ଷଣ ସୁବିଧା ମିଳିବ।

Bihar Nitish Kumar Free Electricity
Advertisment
Related Articles
Advertisment