/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747497596.jpg)
Operation Sindoor
ଗୁଜରାଟ ମାଟିରୁ ଅମିତ ଶାହଙ୍କ ଗର୍ଜନ । ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ଏୟାରଷ୍ଟ୍ରାଇକ୍ ପରେ ବି ପାକିସ୍ତାନ ନସୁଧୁରିବାରୁ 'ଅପରେସନ୍ ସିନ୍ଦୂର' ହେଲା । ପହଲଗାମ୍ ହମଲାର ବଦଲା ଜୈସ୍ ଓ ଲସ୍କରର ମୁଖ୍ୟାଳୟକୁ ମାଟିରେ ମିଶାଇ ନିଆଗଲା । ପାକିସ୍ତାନ ସୀମାର ୧୦୦ କିଲୋମିଟର ଭିତରକୁ ଯାଇ ଆମ ସେନା ୧୦୦ ଆତଙ୍କବାଦୀଙ୍କୁ ନିପାତ କଲା । ପାକିସ୍ତାନ ଏବେ ଭୟଭୀତ ଅଛି । ଆଜି ଗୁଜରାଟ ଗାନ୍ଧିନଗରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାକିସ୍ତାନକୁ ଏପରି କଡ଼ା ଚେତାବନୀ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ଭକୁଆ ବନାଇବାକୁ 'ଡମି' ଏୟାରକ୍ରାଫ୍ଟ ପଠାଇଥିଲା ଭାରତ
ଶାହ କହିଛନ୍ତି ଯେ, ଅନ୍ତର୍ଜାତୀୟ ଆତଙ୍କୀ ଘଟଣାର ମୁଖିଆ ଓ ସିଆଲକୋଟ୍ କ୍ୟାମ୍ପ ଆଦିରେ ଲୁଚି ବସିଥିବା ଆତଙ୍କୀଙ୍କୁ ଆମ ଆକ୍ରମଣ ସ୍ପଷ୍ଟ ସନ୍ଦେଶ ଦେଇଛି । ଭାରତରେ ଆତଙ୍କୀ ଘଟଣା ହେଲେ ଏହାର ଦୁଇଗୁଣା ଜବାବ ମିଳିବ । ଆମେ ଆତଙ୍କୀ ଆଡ୍ଡାକୁ ଆକ୍ରମଣ କରିଥିଲୁ, କିନ୍ତୁ ପାକିସ୍ତାନ ସେନା ଆମ ଦେଶ ଭିତରକୁ ଡ୍ରୋନ୍ ଓ ମିଜାଇଲ୍ ପଠାଇଲା । ହେଲେ ଆମ ଶକ୍ତିଶାଳୀ ଏୟାରଡିଫେନ୍ସ ସିଷ୍ଟମ୍ ଯୋଗୁଁ ଗୋଟିଏ ବି ଭାରତ ମାଟିରେ ପଡ଼ିବାରେ ସଫଳ ହେଲାନି । ଏହାର ଜବାବରେ ଆମେ ପାକିସ୍ତାନର ସାମରିକ ଘାଟିକୁ ଧ୍ବଂସ କରି ଭାରତ ସଂସ୍କାର ହିସାବରେ ଜବାବ ଦେଲୁ ।
ଏଥିସହ ଶତ୍ରୁଦେଶକୁ ସିଧା ଶୁଣାଇଛନ୍ତି, ଆଟମ୍ ବମ୍ ଧମକ ଦେଇ ପାକିସ୍ତାନ ଭାବୁଥିଲା ଆମେ ଡରିଯିବୁ। ହେଲେ ଆମ ତିନି ସେନା ଇଟାର ଜବାବ ପଥରରେ ଦେଲେ ।
ଗୃହମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ବିକଶିତ ବନାଇବାକୁ କୌଣସି ବି ଅବସର ଛାଡୁନାହାନ୍ତି । ମୋଦି ଦେଶକୁ ସୁରକ୍ଷିତ ରଖିବା କାର୍ଯ୍ୟ କରିଛନ୍ତି । ୨୦୧୪ ପୂର୍ବରୁ ଆତଙ୍କୀ ହମ୍ଲା ହେଉଥିଲା, ଷଡଯନ୍ତ୍ର କରାଯାଉଥିଲା । କିନ୍ତୁ ଏହାର ଜବାବ ଦିଆଯାଉନଥିଲା । ହେଲେ ଏବେ ସେନା ଇଟାର ଜବାବ ପଥରରେ ଦେଉଛନ୍ତି । ଆମେ ପରମାଣୁ ଧମକରେ ଡରୁ ନାହିଁ ।
ଯେତେବେଳେ ଉରି ହମ୍ଲା ହେଲା, ସର୍ଜିକାଲ ଷ୍ଟ୍ରାଇକରେ ଜବାବ ଦିଆଗଲା । ପୁଲୱାମା ହମ୍ଲାର ଜବାବ ଏୟାରଷ୍ଟ୍ରାଇକ ସହ ଚେତାଇ ଦିଆଯାଇଥିଲା । କିନ୍ତୁ ପାକିସ୍ତାନର ଆତଙ୍କୀ ସୁଧୁରିଲେ ନାହିଁ ଏବଂ ପହଲଗାମ୍ ଆଟାକ୍ କଲେ । ଯାହାପରେ ଅପରେସନ ସିନ୍ଦୂର ମାଧ୍ୟମରେ ସେମାନଙ୍କ ହେଡକ୍ୱାର୍ଟର ଧ୍ୱସ୍ତବିଧ୍ୱସ୍ତ କରିଦିଆଗଲା । ଅପରେସନ ସିନ୍ଦୂର ଦେଖି ସାରା ବିଶ୍ୱ ଆଶ୍ଚର୍ଯ୍ୟଚକିତ ହେଉଛି ବୋଲି କହିଛନ୍ତି ଶାହ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)