Advertisment

Pakistan Behind Pahalgam Attack: ପାକିସ୍ତାନ ଆର୍ମି ରଚିଥିଲା ପହଲଗାମ ହମ୍‌ଲା ଷଡଯନ୍ତ୍ର, NIA ହାତରେ ପ୍ରମାଣ

ପହଲଗାମ ଆତଙ୍କୀ ଆକ୍ରମଣର ଷଡଯନ୍ତ୍ର ରଚିଥିଲେ ପାକିସ୍ତାନ ଆର୍ମି, ପାକାସ୍ତାନ ଗୁଇନ୍ଦା ସଂସ୍ଥା ISI ଓ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା । ପାକିସ୍ତାନ ଲିଙ୍କ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ହାତରେ ଲାଗିଛି ଠୋସ୍ ପ୍ରମାଣ ।

author-image
Namita Biswal
ଅଦ୍ୟତନ ହୋଇଛି
Pakistan Behind Pahalgam Attack

Pakistan Behind Pahalgam Attack

ପହଲଗାମ ଆତଙ୍କୀ ଆକ୍ରମଣର ଷଡଯନ୍ତ୍ର ରଚିଥିଲେ ପାକିସ୍ତାନ ଆର୍ମି, ପାକାସ୍ତାନ ଗୁଇନ୍ଦା ସଂସ୍ଥା ISI ଓ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା । ବରିଷ୍ଠ ISI ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ଲସ୍କର-ଏ-ତଇବା ହେଡକ୍ୱାର୍ଟରରେ ଏହି ନରସଂହାରର ପ୍ଲାନିଂ ହୋଇଥିଲା । ପାକିସ୍ତାନୀ ନାଗରିକ ହାସିମ୍ ମୂଷା ଓ ଆଲି ଭାଇ ପାଖକୁ ପାକିସ୍ତାନ ହାଣ୍ଡେଲରରୁ ଆସୁଥିଲା ନିର୍ଦ୍ଦେଶ । ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନ ଲିଙ୍କ୍ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ହାତରେ ଲାଗିଛି ଠୋସ୍ ପ୍ରମାଣ ।

Advertisment

ଆକ୍ରମଣର ସପ୍ତାହେ ପୂର୍ବରୁ ଦୁଇ ଆତଙ୍କୀ ହାସିମ ମୂଷା ଓ ଆଲି ଭାଇ, ସେମାନଙ୍କ ସହଯୋଗୀକୁ ଧରି ଭାରତର ସୀମା ଭିତରେ ପଶିଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଥିଲେ । ପହଲଗାମ ଆକ୍ରମଣର ଘଟଣାସ୍ଥଳରୁ ମିଳିଥିବା ୪୦ଟି ଗୁଳି ଖୋକାର ବାଲଷ୍ଟିକ ଓ କେମିକାଲ ଆନାଲିସିସ ପାଇଁ ପଠାଯାଇଛି । ତଦନ୍ତକାରୀ ସଂସ୍ଥା ସମସ୍ତ ମୋବାଇଲ ଟାୱାରରୁ ଡାଟା ସଂଗ୍ରହ କରିଛି । ବୈସରନ ଘାଟିରେ ୩ଟି ସାଟେଲାଇଟ ଫୋନ କାମ କରୁଥିଲା । ସେଥିରୁ ୨ଟି ସାଟେଲାଇଟ ସିଗନାଲ ବ୍ୟବହାର ହୋଇଥିବା ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି ।

ଅଧିକ ପଢ଼ନ୍ତୁ: ପାକ୍‌ ବିରୋଧରେ ବଡ଼ ଡିଜିଟାଲ ଷ୍ଟ୍ରାଇକ୍‌, ଭାରତରେ ବ୍ଲକ୍‌ ହେଲା ଏହି କ୍ରିକେଟରଙ୍କ ଇନଷ୍ଟା ଆକାଉଣ୍ଟ

Advertisment

ଆକ୍ରମଣ ଘଟଣାରେ ତଦନ୍ତକାରୀ ସଂସ୍ଥା ଏପର୍ଯ୍ୟନ୍ତ ୨୮୦୦ ଜଣଙ୍କୁ ପଚରାଉଚରା କରିସାରିଛି । ଜମାତ-ଇ-ଇସାଲାମି, ହୁରିୟାତ କନଫରେନ୍ସ ଭଳି ଭାରତରୁ ବ୍ୟାନ ହୋଇଥିବା ସଂଗଠନ ସହ ସମ୍ପୃକ୍ତ ଥିବା ୧୫୦ ଜଣଙ୍କୁ ଅଟକ ରଖାଯାଇଛି । ସେତିକି ନୁହେଁ କାଶ୍ମୀରର କୁପୱାରା, ଅନନ୍ତନାଗ, ବାରମୁଲା ଭଳି ଜିଲ୍ଲାଗୁଡିକର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଆହତ, ମୃତକଙ୍କ ପରିବାର, ସ୍ଥାନୀୟ ଅଞ୍ଚଳର ଦୋକାନୀ, ପୋନି ଅପରେଟରଙ୍କୁ ମଧ୍ୟ ପଚରାଉଚରା କରିଛି ଏନଆଇଏ ।  

ପହଲଗାମ ଓ ଆଖପାଖ ଅଞ୍ଚଳରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜର ମଧ୍ୟ ତଦନ୍ତ ଜାରି ରଖିଛି ଏନଆଇଏ । ଯେଉଁଥିରେ ଆତଙ୍କୀ ସେହି ଅଞ୍ଚଳରେ ବୁଲାବୁଲି କରୁଥିବାର ଦେଖିବାକୁ ପାଇଛି । ୨୦୨୪ ସୋନମାର୍ଗ ଆତଙ୍କୀ ଆକ୍ରମଣ ସହ ପହଲଗାମ ଆକ୍ରମଣର ଲିଙ୍କ ରହିଥିବା ଏନଆଇଏ ଜାଣିପାରିଛି । ହାସିମ ମୂଷା ହିଁ ଏହି ଦୁଇ ଘଟଣାରେ ସାମିଲ ରହିଛି । ତେବେ ଆତଙ୍କୀ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପହଲଗାମକୁ ବାଛିଥିଲେ । ଘଟଣା ଘଟାଇବାର ଦୁଇ ଦିନ ପୂର୍ବରୁ ସ୍ଥାନୀୟ ୪ ସହଯୋଗୀଙ୍କୁ ହାସିମ ମୂଷା ଓ ଆଦିଲ ଅଲି ଥୋକର୍ ରେକି କରିଥିଲେ ଏବଂ ସେଥିରେ ସଫଳ ହୋଇଥିଲେ ।

ଅଧିକ ପଢ଼ନ୍ତୁ: ଭାରତକୁ ନେଇ ପାକିସ୍ତାନ ଛାନିଆ, ରାସନ ମହଜୁଦ ରଖିବାକୁ ନିଜ ନାଗରିକଙ୍କୁ ନିର୍ଦ୍ଦେଶ

ବ୍ୟୁରୋ ରିପୋର୍ଟ ଓଟିଭି

Lashkar-e-Taiba Pakistan Army Pahalgam Terrorist Attack Pahalgam Attack
Advertisment
Advertisment