Advertisment

Pakistan Violates Ceasefire Again: LOCରେ ରାତିସାରା ଫାୟାରିଂ; ମୁହଁତୋଡ଼ ଜବାବ ଦେଲା ଭାରତ

ଗତରାତିରେ ପାକିସ୍ତାନ ସେନା ନୌସେରା, ସୁନ୍ଦରବନି ଓ ଅଖନୁର ସେକ୍ଟରରେ ଗୁଳିମାଡ଼ କରିଥିଲା । ଯାହାର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ।

author-image
Tapaswini Nayak
ଅଦ୍ୟତନ ହୋଇଛି
pakistan

pakistan

ପହଲଗାମ ହମଲା ପରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ। ଏଲଓସିରେ ବାରମ୍ବାର ଗୁଳିମାଡ଼ କରୁଛି ପାକ୍ ସେନା। ଜମ୍ମୁ କାଶ୍ମୀରର ବିଭିନ୍ନ ସେକ୍ଟରରେ ଗୁଳିବର୍ଷା ଜାରି ରଖିଛି।

Advertisment

ଅଧିକ ପଢ଼ନ୍ତୁ: ପହଲଗାମ୍‌ ଆତଙ୍କୀ ହମଲା; ନିନ୍ଦା କଲା ଜାତିସଂଘ

ଗତରାତିରେ ପାକିସ୍ତାନ ସେନା ନୌସେରା, ସୁନ୍ଦରବନି ଓ ଅଖନୁର ସେକ୍ଟରରେ ଗୁଳିମାଡ଼ କରିଥିଲା । ଯାହାର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ। ପହଲଗାମ୍ ହମଲା ପରେ ଲଗାତାର ୬ରାତି ହେଲାଣି ନିୟନ୍ତ୍ରଣ ରେଖା ନିକଟରେ ଆସଲ୍ଟ ରାଇଫଲ୍ ଓ ମେସିନ୍ ଗନ୍ ଦ୍ୱାରା ଗୁଳି ବିନିମୟ ଜାରି ରଖିଛି ପାକିସ୍ତାନ ସେନା।

ସୂଚନାଯୋଗ୍ୟ, ପହଲଗାମ ହମଲାର ବଦଲା ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟି ବା ସିସିଏସ୍ ବୈଠକ। ଏହି ବୈଠକରେ ସୁରକ୍ଷା ପ୍ରସ୍ତୁତି ଉପରେ ଆଲୋଚନା ହୋଇପାରେ।

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହା ଦ୍ୱିତୀୟ CCS ବୈଠକ। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳାଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ରହିବେ। ଏହା ପରେ ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ବସିବ CCPA ଏବଂ CCEA ବୈଠକ ।

ଅଧିକ ପଢନ୍ତୁ: 'ଆକ୍ରମଣର ଟାର୍ଗେଟ-ଟାଇମ୍‌ ସ୍ଥିର କର', ସେନାକୁ ପୂର୍ଣ୍ଣ କ୍ଷମତା ଦେଲେ ପ୍ରଧାନମନ୍ତ୍ରୀ

Pahalgam Attack
Advertisment
Advertisment