/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745913019.jpg)
Pahalgam Attack Evidence
ପହଲଗାମ ହମଲା ନେଇ ପାକିସ୍ତାନ ବିରୋଧରେ ମିଳିଲା ବଡ଼ ସୁରାକ। ମିଳିଲା ଗୁଇନ୍ଦା ତଥ୍ୟ। ପାକିସ୍ତାନ ସେନା ହିଁ ଆକ୍ରମଣ କରିଛି। ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୩ ଆତଙ୍କୀଙ୍କ ମଧ୍ୟରେ ଜଣେ ଅଛନ୍ତି ପାକିସ୍ତାନ ମିଲିଟାରୀ ଦ୍ବାରା କମାଣ୍ଡୋ ତାଲିମପ୍ରାପ୍ତ ଆତଙ୍କୀ। ତା ନାଁ ହାସିମ ମୂଷା ଓରଫ ସୁଲେମାନ। ଆତଙ୍କବାଦୀ ହାସିମ ମୂଷା ବାବଦରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସାମନାକୁ ଆସିଛି ତାର ପାକିସ୍ତାନ ଲିଙ୍କ।
ପାକିସ୍ତାନୀ ବଂଶୋଦ୍ଭବ ହାସିମ ମୂଷା ଓରଫ ଆସିଫ ଫୌଜି ଓରଫ ସୁଲେମାନ ପୂର୍ବରୁ ପାକିସ୍ତାନ ସେନାର ସ୍ପେଶାଲ ଫୋର୍ସ SSGର କମାଣ୍ଡୋ ଥିଲା ବୋଲି ଚର୍ଚ୍ଚା ହେଉଛି। ସେ ମିଲିଟାରୀ ଦ୍ବାରା ସମ୍ପୂର୍ଣ୍ଣ ତାଲିମପ୍ରାପ୍ତ। ଏହି ହାର୍ଡକୋର ଆତଙ୍କୀ ଏବେ ଲସ୍କର-ଏ-ତୋଇବା ପାଇଁ କାମ କରୁଛି। ଗୁଇନ୍ଦା ସୂଚନା ଅନୁସାରେ, ତାକୁ ଲକ୍ସର ମାଷ୍ଟରମାଇଣ୍ଡ ସ୍ବତନ୍ତ୍ର ମିଶନରେ ପଠାଇଥିଲା। ଏଥିପାଇଁ ତାକୁ ସ୍ବତନ୍ତ୍ର ଭାବରେ ତାଲିମ ଦେଇ ଛଡ଼ାଯାଇଥିଲା। ପାକିସ୍ତାନର ସ୍ପେଶାଲ୍ ସର୍ଭିସ ଗ୍ରୁପ୍-SSG ଦ୍ବାରା ହାସିମ୍ ମୂଷାକୁ ତାମିଲ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ପାଣି ବନ୍ଦ କଲେ ଭାରତର ହେବ କି କ୍ଷତି… ଜାଣନ୍ତୁ ସମ୍ଭାବ୍ୟ ପରିଣାମ
ଗୁଇନ୍ଦା ତଥ୍ୟରୁ ଏକଥା ବି ସାମନାକୁ ଆସିଛି ଯେ, ସେ ପୂର୍ବରୁ କାଶ୍ମୀରରେ ୩ଟି ଆଟାକରେ ସାମିଲ ଥିଲା। ପହଲଗାମ ହମଲାରେ ସାମିଲ ଥିବା ତିନି ଆତଙ୍କବାଦୀଙ୍କୁ ଆସିଫ୍ ଫୁଜି, ସୁଲେମାନ ଶାହ ଓ ଆବୁ ତଲହା ଭାବରେ ଚିହ୍ନଟ କରାଯାଇଛି। ଏହି ଆତଙ୍କବାଦୀମାନେ 'ଦି ରେଜିଷ୍ଟାନ୍ସ ଫ୍ରଣ୍ଟ'-TRF ନାମକ ଆତଙ୍କବାଦୀ ସଂଗଠନ ସହିତ ଜଡିତ ଅଛନ୍ତି। ଯାହା ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଏକ ଶାଖା। ହାସିମ ମୂଷାର ଲିଙ୍କ ସାମନାକୁ ଆସିବା ପରେ ପାକିସ୍ତାନ ପ୍ରରୋଚନାରେ ପହଲଗାମ ହମଲା ହୋଇଥିବା ଧିରେ ଧିରେ ସ୍ପଷ୍ଟ ହେଉଛି।
ଏପଟେ ପୁଣି ଜାତିସଂଘରେ ପାକିସ୍ତାନର ପୋଲ୍ ଖୋଲିଛି ଭାରତ । ଆତଙ୍କବାଦୀଙ୍କୁ ପାକିସ୍ତାନର ପ୍ରୋତ୍ସାହନ ଏବଂ ଫଣ୍ଡିଂ ନେଇ ତଥ୍ୟ ରଖିଲେ ଭାରତୀୟ ପ୍ରତିନିଧି ଯୋଜନା ପଟେଲ । ପାକିସ୍ତାନର ଆତଙ୍କୀ ମୁଖା ଖୋଲି କଡ଼ା ଭାଷାରେ ଭର୍ତ୍ସନା କରିବା ସହ ଉପସ୍ଥାୟୀ ପ୍ରତିନିଧି ଯୋଜନା କହିଛନ୍ତି, ପାକିସ୍ତାନ ଆତଙ୍କବାଦର ଜନ୍ମଦାତା । ଖୋଦ୍ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଏକ ଟିଭି ଚ୍ୟାନେଲ୍ ଇଣ୍ଟର୍ଭ୍ୟୁରେ ଏକଥାକୁ ମାନିଛନ୍ତି। ତିନି ଦଶନ୍ଧି ଧରି ଆତଙ୍କବାଦ କାର୍ଯ୍ୟ କରିଆସୁଥିବା ସ୍ବୀକାର କରିଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ। ୨୦୦୮ରେ ହୋଇଥିବା ଭୟଙ୍କର ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସର୍ବାଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ପହଲଗାମ ଆକ୍ରମଣ ପରେ ସାରା ବିଶ୍ବ ଭାରତ ସହ ଠିଆ ହୋଇଛି । ଯାହାକି ଆତଙ୍କବାଦ ବିରୋଧରେ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଶୂନ୍ୟ ସହନଶୀଳତାର ପ୍ରମାଣ । ଆତଙ୍କବାଦ ବିରୋଧରେ ଦୃଢ ପଦକ୍ଷେପ ଆବଶ୍ୟକତା ରହିଛି ବୋଲି ଜାତିସଂଘ ବୈଠକରେ ଭାରତୀୟ ରାଷ୍ଟ୍ରଦୂତ ଯୋଜନା ପଟେଲ ମତ ରଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)