Advertisment

Operation Sindoor Impact: ଶ୍ରୀରାମଙ୍କ ଆଦର୍ଶରେ ‘ଅପରେସନ୍ ସିନ୍ଦୂର’, ଆତଙ୍କୀସ୍ଥାନକୁ ଜବାବ୍ ଦେଲା ଭାରତ

‘ଅପରେସନ୍ ସିନ୍ଦୂର’ ଲଞ୍ଚ୍ ଠାରୁ ଭାରତର ପ୍ରତିଟି ଜବାବ୍ ରାମାୟଣ ଅନୁପ୍ରାଣିତ। ସେଥିପାଇଁ ତ ସେନାବାହିନୀର ଦମ୍ଭ ବଢ଼ାଇଲା ବେଳେ ଆଜି ଓ ପୂର୍ବରୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ପାଟିରୁ ବାରମ୍ବାର ଆପେ ଆପେ ବାହାରି ଆସିଥିଲା ରାମଚରିତ ମାନସର ଗୋଟି ଗୋଟି ପକ୍ତି।

operation sindoor

operation sindoor

Advertisment

ତ୍ରେତୟାରେ ମହାପ୍ରତାପୀ ଅଧର୍ମୀ ରାବଣର ବିନାଶ କରିଥିଲେ ରାମଚନ୍ଦ୍ର। ଆଉ ଏବେ ଧରାକୁ ରକ୍ତରେ ଭିଜୋଉଥିବା ଆତଙ୍କୀ ରାଷ୍ଟ୍ର ପାକିସ୍ତାନର ଛାତିକୁ ମାରି ଘାଇଲା କରିଛି ଭାରତୀୟ ସେନା। ଶ୍ରୀରାମଙ୍କ ଆଦର୍ଶ, ପରାକ୍ରମକୁ ହିଁ ମୂଳ ଅସ୍ତ୍ର କରିଛି ଭାରତ। ‘ଅପରେସନ୍ ସିନ୍ଦୂର’ ଲଞ୍ଚ୍ ଠାରୁ ଭାରତର ପ୍ରତିଟି ଜବାବ୍ ରାମାୟଣ ଅନୁପ୍ରାଣିତ। ସେଥିପାଇଁ ତ ସେନାବାହିନୀର ଦମ୍ଭ ବଢ଼ାଇଲା ବେଳେ ଆଜି ଓ ପୂର୍ବରୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ପାଟିରୁ ବାରମ୍ବାର ଆପେ ଆପେ ବାହାରି ଆସିଥିଲା ରାମଚରିତ ମାନସର ଗୋଟି ଗୋଟି ପକ୍ତି।... 

Advertisment

ଅଧିକ ପଢନ୍ତୁ: ଅଗ୍ନିବୀର ନିଯୁକ୍ତିରେ ଠକେଇ ଅଭିଯୋଗ, ୫ ନୌସେନା କର୍ମଚାରୀ ଗିରଫ

ବିନୟ ନା ମାନତ୍ ଜଳଧୀ ଜଡ୍, ଗଏ ତିନ୍ ଦିନ ବିତ୍...ବୋଲେ ରାମ୍ ସକୋପ ତବ୍, ଭୟ ବିନୁ ହୋଏ ନା ପ୍ରୀତ।...ଅଧର୍ମ ଉପରେ ନ୍ୟାୟର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟ...ଶ୍ରୀରାମ, ବିଶ୍ବାସରେ ବନ୍ଧନରେ ଭାବନାର ଅସୁମାରୀ ସମୁଦ୍ରରେ...କାଳ କାଳ ଯାଏଁ ଅଜେୟ ଶ୍ରୀରାମଙ୍କ ବାଣୀ। ସେତେବେଳେ ମହାପ୍ରତାପୀ ରାବଣର ବିନାସ ହେଉ ଅବା ଏବେକାର ଅସୁର ରୂପୀ ଆତଙ୍କବାଦୀ। ପାପ ଯେବେ ଯେବେ ବଢ଼ିବ ସେବେ ସେବେ ବିନାଶ ପାଇଁ ଶ୍ରୀରାମଙ୍କ କଥା ଦୋହରାଯିବ, ଆଉ ଉପାୟ ବି ସେମିତି କିଛି ମିଳିବ। ବିଶ୍ବ ଆତଙ୍କୀଙ୍କ ରାଜଧାନୀ ପାକିସ୍ତାନ ଉପରେ ‘ଅପରେସନ୍ ସିନ୍ଦୂର’ ବି ସେମିତି କିଛି କାହାଣୀକୁ ବଖାଣୁଛି। ରୂପ ସିନା ଅଲଗା କିନ୍ତୁ ମନରେ ଓ ସ୍ବରରେ ତୁଳସୀ ଦାସଙ୍କ ରଚୟିତ କାଳଜୟୀ ସେଇ ରାମଚରିତ ମାନସର କଥା ବାରମ୍ବାର ଆସିଛି ପ୍ରତିରକ୍ଷା ମନ୍ତ୍ରୀ ଓ ଆମ ସେନା ମୁହଁରେ। 
ଯୁଗ ଯୁଗ ଯାଏଁ ରାମାୟଣ ଆମ ଜୀବନ ଉପରେ ଜାଣତରେ କିମ୍ବା ଅଜାଣତରେ ପ୍ରଭାବ ପକାଇ ଆସୁଛି। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଆଦର୍ଶ ହିଁ ଶୂନ୍ୟତାରେ ନୂଆ ଦିଗ ଦେଖାଉଛି, ଅନ୍ଧାରରେ ଆଲୋକର ସାହାରା ପଲଟିଛି। ୟେ ଭୂଇଁ ଶ୍ରୀରାମଙ୍କ ଏ ମାଟି ଦେଖିଛି ତାଙ୍କ ଶାସନ। ‘ଯାହାଁ ସୁମତି ତହଃ ସମ୍ପତ୍ତି ନାନା, ଯାହାଁ କୁମୀ ତହଃ ବିପତ୍ତି ନିଦାନା’...ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଆଦର୍ଶ ଓ ନୀତିର ସେଇ ଫରକକୁ ଜଳଜଳ କରି ପଦାରେ ପକାଇଛି ରାଜନାଥଙ୍କ ମୁହଁରେ ରାମ ଚରିତ ମାନସର ଏଇ ପଂକ୍ତି।    
 ଶ୍ରୀରାମ ଓ ହନୁମାନ...ଦୁଇଟି ଶରୀର, ଗୋଟିଏ ପ୍ରାଣ। ଧ୍ରୁଷ୍ଟତା କରିଥିଲା ରାବଣ, ସେଥିପାଇଁ ଲଙ୍କା ଉଜାଡ଼ିଥିଲେ ହନୁମାନ। ତେଣୁ ଭାରତ ବର୍ଷରେ ରକ୍ତର ହୋଲି ଖେଳିଥିବା ପାକିସ୍ତାନକୁ ହନୁମାନଙ୍କ ଶୈଳୀରେ ବଦଲା ନେଇଛି ଭାରତୀୟ ସେନା। ରାମଚରିତ ମାନସର ସେଇ ପଂକ୍ତି ଏଠି ବି ଲାଗୁ ହେଉଛି, ‘ଜିନ୍ ମୋହି ମାରା, ତିନ୍ ମୋହି ମାରେ’...ଯିଏ ଆମକୁ ମାରିଥିଲେ ଆମେ ତାଙ୍କୁ ମାରିଲେ
 ଅହଂକାରର ସମୁଦ୍ରରେ ବୁଡ଼ିଥିବା ଆତଙ୍କୀସ୍ଥାନକୁ ଗଲା ସପ୍ତାହରେ ତା ଔକାତ ଦେଖାଇଥିଲେ DG ଏୟାର ଅପରେସନ ଏୟାର ମାର୍ସଲ ଏ.କେ.ଭାରତୀ। ତିନି ଦିନ ଯାଏଁ ସମୁଦ୍ର ଦେବଙ୍କୁ ସ୍ମରଣ ପରେ ବି ସେ ଡାକ ଶୁଣିନଥିଲେ, ଶେଷରେ କ୍ରୋଧରେ ଜର୍ଜରିତ ରାମଚନ୍ଦ୍ର ଅଗ୍ନିପୁଞ୍ଜ ଶର ପ୍ରୟୋଗ କରି ଶୁଣାଇଥିଲେ, ବିନୟ ନା ମାନତ୍ ଜଳଧୀ ଜଡ୍, ଗଏ ତିନ୍ ଦିନ ବିତ୍...ବୋଲେ ରାମ୍ ସକୋପ ତବ୍,  ଭୟ ବିନୁ ହୋଏ ନା ପ୍ରୀତି...ରାମ ଚରିତ ମାନସର ଏଇ ପକ୍ତିକୁ ହିଁ ଅନୁସରଣ କରି ଭାରତୀୟ ସେନା କ’ଣ କରିପାରେ ଆଉ କିପରି, ତାହା ସାରା ବିଶ୍ବକୁ ଦର୍ଶାଇଥିଲେ। 
ନିଃଶ୍ବାସ ଓ ବିଶ୍ବାସର ପ୍ରତିବିମ୍ବ ହେଉଛି ରାମାୟଣ। ପ୍ରତିଟି ଭାରତୀୟଙ୍କ ଆଦର୍ଶର ସେତୁ ହେଉଛନ୍ତି ଶ୍ରୀରାମ। ତେଣୁ ରଣକ୍ଷେତ୍ର ହେଉ କି ବିଦେଶ ନୀତି ସବୁଠି ଅପରେସନ ସିନ୍ଦୁରରେ ରାମାୟଣ ଓ ଶ୍ରୀରାମଙ୍କ ଆଦର୍ଶବାକ୍ୟର ଛାପ ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ: ପାକିସ୍ତାନ ଯିବନି ସିନ୍ଧୁ ଜଳ, ଜୟଶଙ୍କରଙ୍କ ଆହ୍ୱାନ ' କେବଳ POK ପ୍ରସଙ୍ଗରେ ଆଲୋଚନା କରିବୁ'

Advertisment
Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ