Advertisment

Indian Army's Bold Attack on Terrorists: ଭାରତୀୟ ସେନାର ପରାକ୍ରମ ପରେ ଭୟଭୀତ ପାକିସ୍ତାନ, ବନ୍ଦହେଲା ଏହି ବିମାନବନ୍ଦର

ପହଲଗାମରେ ନୀରିହଙ୍କ ରକ୍ତରେ ହୋଲି ଖେଳିଥିଲେ ଆତଙ୍କବାଦୀ । ଆଉ ଆଜି ଆତଙ୍କୀଙ୍କ ରକ୍ତରେ ଭାସିଛି ପୁରା ପାକିସ୍ତାନ । ପାକିସ୍ତାନର ହାର୍ଟ କୁହାଯାଉଥିବା ଲାହୋର୍ ମୁରିଦକେରେ ବର୍ଷ ବର୍ଷ ଧରି ଟେରର୍‌ର ପାଠଶାଳା ଉଡ଼ାଇଛି ଭାରତ । ଛିନଛତ୍ର ବିଲ୍ଡିଂ ଖିନଭିନ୍ ସବୁ ଆତଙ୍କୀ ପ୍ଲାନିଂ। ଗତକାଲି ରାତିର ହମଲା ପରଠୁ ଏବେ ଯାଏଁ ଶୋଇନାହାନ୍ତି ଲାହୋରର ଲୋକେ ।

ପାକିସ୍ତାନରେ ହାହାକାର ।

ପାକିସ୍ତାନରେ ହାହାକାର ।

Advertisment

ଭାରତୀୟ ସେନାର ପରାକ୍ରମ ପରେ ବିଚଳିତ, ବିବ୍ରତ ପାକିସ୍ତାନ । ଯେଉଁମାନେ ବର୍ଷ ବର୍ଷ ଧରି ନୀରିହ ଲୋକଙ୍କ ରକ୍ତରେ ହୋଲି ଖେଳୁଥିଲେ, ଆଜି ସେମାନଙ୍କ ରକ୍ତ ବୋହୁଛି । ବଞ୍ଚି ଯାଇଛି ଆତଙ୍କୀ ମାସୁଦ୍ ଅଝହର୍ । କିନ୍ତୁ ନିଜେ ଏବେ ମୃତ୍ୟୁ ପାଇଁ ଆଲ୍ଲାକୁ ଡାକୁଛି। କାହିଁକିନା ଅପରେସନ ସିନ୍ଦୂରରେ ତାର ୧୦ ସଂପର୍କୀୟ ଓ ୪ନିକଟ ସହଯୋଗୀ ନିପାତ ହୋଇଛନ୍ତି । ସେପଟେ ପୁରା ପାକିସ୍ତାନରେ ଯେମିତି ହାହାକାର ପରିସ୍ଥିତି ।

Advertisment

ଗତକାଲିଠୁ ଲାହୋର ଏୟାରପୋର୍ଟ ବନ୍ଦ ଥିବା ବେଳେ କରାଚୀ ବିମାନ ବନ୍ଦରକୁ ବି ଆଜି ଅଚାନକ ବନ୍ଦ କରି ଦିଆଯାଇଛି । ପୁରା ପଞ୍ଜାବ ପ୍ରୋଭିନସରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି ପାକିସ୍ତାନ ସରକାର । ଆତଙ୍କବାଦୀଙ୍କ ଆଡ୍ଡା ଧୂଳିସାତ୍ ପରେ ହଜିଯାଇଛି ପାକିସ୍ତାନର ନିଦ । ପାକିସ୍ତାନ ଖାଲି ବାଉଳି ଚାଉଳି ହଉଛି ସିନା, ନା କିଛି କରି ପାରୁଛି ନା କହି ପାରୁଛି ।

ଇସଲାମାବାଦରୁ କରାଚୀ, ଲାହୋରରୁ କ୍ବେଟା, କିଛି ବି ଶବ୍ଦ ଶୁଣିଲେ, ପାକିସ୍ତାନୀଙ୍କ ଛାତି ଥରି ଉଠୁଛି । କାରଣ ବର୍ଷ ବର୍ଷ ଧରି ନିଜ କୋଳରେ, ପାକିସ୍ତାନ ସେନା ସୁରକ୍ଷାରେ ଥିବା ଆତଙ୍କବାଦୀଙ୍କ ଗଡ୍ ଫାଦର ଏବେ ଦାଣ୍ଡର ଭିକାରୀ । ପାକିସ୍ତାନ ପଞ୍ଜାବ ପ୍ରୋଭିନ୍ସର ଆତଙ୍କବାଦୀଙ୍କ ସହର ବାହାୱଲପୁରରେ ପୁଲୱାମା ହମଲା, ପଠାନକୋଟ୍ ଆଟାକ, ସଂସଦ ହମଲାର ମାଷ୍ଟରମାଇଣ୍ଡ୍ ମୋଷ୍ଟ ୱାଣ୍ଟେଣ୍ଡ୍ ଆତଙ୍କବାଦୀ ମାସୁଦ୍ ଅଝହର୍ ଚଲାଇଥିଲା ଆତଙ୍କୀ ଫ୍ୟାକ୍ଟ୍ରି ମକ୍ରଜ୍ ସୁଭାନଆଲ୍ଲା । ଆଉ ଏବେ ମାଟିରେ ମିଶି ଯାଇଛି ଆତଙ୍କବାଦୀଙ୍କୁ ଗଢ଼ୁଥିବା ଏହି ରାଜକୀୟ ପ୍ୟାଲେସ୍ । ଖାଲି ବଞ୍ଚିଛି ତ ଧୂଆଁ ଆଉ ଧୂଆଁ ।

Advertisment

ଅଧିକ ପଢ଼ନ୍ତୁ: ମାଟିରେ ମିଶିଲା ପାକିସ୍ତାନ ଓ ପିଓକେର ୯ ଆତଙ୍କୀ ଆଡ୍ଡା, ଜାଣନ୍ତୁ କେମିତି ଥିଲା ଅପରେସନର ୨୫ ମିନିଟ୍

ଏଥିରେ ମାସୁଦର ଭଉଣୀ, ଭିଣୋଇ ସମେତ ୧୦ ସଂପର୍କୀୟ ଯେଉଁମାନେ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଉଥିଲେ ଓ ମାସୁଦ୍‌ର ଅତି ନିକଟତର ୪ ଜଣଙ୍କର ବି ମୃତ୍ୟୁ ହୋଇଛି । ପାକ୍ ଗଣମାଧ୍ୟମର ସୂଚନା ଅନୁଯାୟୀ, ନୀରିହଙ୍କ ଘର ଉଜାଡ଼ୁଥିବା ଆତଙ୍କୀ ଆକ୍କା ମାସୁଦ୍ ଆଜି କାନ୍ଦିଛି । ନିଜ ଲୋକଙ୍କ ଜୀବନ ଯିବା ପରେ ସେ ବି ମୃତ୍ୟୁ ମାଗିଛି ।

Advertisment

ପହଲଗାମରେ ନୀରିହଙ୍କ ରକ୍ତରେ ହୋଲି ଖେଳିଥିଲେ ଆତଙ୍କବାଦୀ । ଆଉ ଆଜି ଆତଙ୍କୀଙ୍କ ରକ୍ତରେ ଭାସିଛି ପୁରା ପାକିସ୍ତାନ । ଯିଏ ମରିଛନ୍ତି ସେ ଆତଙ୍କୀ, ଆଉ ଏମାନଙ୍କୁ ସହୃଦୟତା ଦେଖାଇବାକୁ ଆସି ପହଞ୍ଚିଥିବା ଲୋକେ ବି ଆତଙ୍କବାଦୀ । ପାକିସ୍ତାନର ହାର୍ଟ କୁହାଯାଉଥିବା ଲାହୋର୍ ମୁରିଦକେରେ ବର୍ଷ ବର୍ଷ ଧରି ଟେରର୍‌ର ପାଠଶାଳା ଉଡ଼ାଇଛି ଭାରତ । ଛିନଛତ୍ର ବିଲ୍ଡିଂ ଖିନଭିନ୍ ସବୁ ଆତଙ୍କୀ ପ୍ଲାନିଂ। ଗତକାଲି ରାତିର ହମଲା ପରଠୁ ଏବେ ଯାଏଁ ଶୋଇନାହାନ୍ତି ଲାହୋରର ଲୋକେ । ଭାରତୀୟ ସେନା ଏମାନଙ୍କୁ ନିଜ ଔକାତ୍ ଦେଖାଇଛି ।

କେବଳ ହମଲା ହୋଇଥିବା ଅଞ୍ଚଳରେ ନୁହେଁ ସାରା ପାକିସ୍ତାନରେ ଏବେ ଏକପ୍ରକାର ଅଚଳାବସ୍ଥା । ଗତକାଲିଠୁ ଲାହୋର ଏୟାରପୋର୍ଟ ବନ୍ଦ ଥିବା ବେଳେ ୧୨ ଶହ କିଲୋମିଟର୍ ଦୂର କରାଚୀ ବିମାନ ବନ୍ଦରକୁ ବି ଅଚାନକ ବନ୍ଦ କରାଯାଇଛି । ପୁରା ପଞ୍ଜାବ ପ୍ରୋଭିନ୍ସରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି ପାକିସ୍ତାନ ସରକାର ।

ବିଚଳିତ, ବିବ୍ରତ, ଭୟଭୀତ ପାକିସ୍ତାନ। ତଥାପି ନିଜ ପୁରୁଣା ଆତଙ୍କୀ ବନ୍ଧୁଙ୍କୁ ଭୁଲି ପାରିନି । ମୁରିଦକେରେ ନିହତ ଆତଙ୍କୀଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେଇଛି । ଖୋଦ୍ ପାକିସ୍ତାନ ସେନାର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଆତଙ୍କବାଦୀ ହାଫିଜ୍ ଅବଦ୍ଦୁଲ ରୋଫ୍ ସହ ମିଶି ରାଷ୍ଟ୍ରୀୟ ସମ୍ମାନ ଜଣାଇଛନ୍ତି । ସେହିପରି ବିଲାଲ୍ ଟେରର୍ ଗ୍ରୁପ୍ ମୁଖ୍ୟ ୱାକୁବ୍ ମୁଗଲକୁ ବି ସମ୍ମାନ ଜଣାଇବାକୁ ପହଞ୍ଚିଛନ୍ତି ପାକିସ୍ତାନ ସେନା ଓ ISI ଅଧିକାରୀ ।

ଅଧିକ ପଢ଼ନ୍ତୁ: ସୀମାରେ ଅବାଧ ଅନୁପ୍ରବେଶ ରୋକିବାକୁ ନୂଆ ପନ୍ଥା, ଆଣ୍ଟି ଡ୍ରୋନ୍‌ ସିଷ୍ଟମ ଆପଣାଇଲେ ପଞ୍ଜାବ ସରକାର

Terrorists Killed Pakistan Air Strike Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ